ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ମୋହନା,୨।୮(ମନ୍ମଥ ମିଶ୍ର): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ମୋହନା ବ୍ଲକ ବୁଢ଼ାପଙ୍କା ଉରା ନାଳରେ ଆଜି ଯାଏ ହୋଇ ପାରୁନି ପୋଲ। ଫଳରେ ଛାତ୍ରୀଛାତ୍ରମାନେ ସେହି ନାଳ ଅତିକ୍ରମ କରି ନିକଟସ୍ଥ ଖଜରିପଦା ବିଦ୍ୟାଳୟକୁ ଯାଉଛନ୍ତି। ହେଲେ ଜଳ ସ୍ତର ବୃଦ୍ଧି ହେଲେ ମଧ୍ୟ ଜୀବନକୁ ବାଜି ଲଗାଇ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର। କାରଣ ପାଠ ପଢିବେ ଦେଶ ଗଢିବେ। ହେଲେ ଏମାନଙ୍କ ଦେଶ ଗଢିବା ନିଶାକୁ ଯେମିତି ଶାକାର କରୁନାହାନ୍ତି ସରକାର। ଯଦି ନାଳରେ ପାଣି ବଢିଯାଏ ତା ହେଲେ ପାଠପଢା ବନ୍ଦ ବୋଲି କହୁଛନ୍ତି ଛାତ୍ରୀଛାତ୍ର। ବୁଢ଼ା ଛୁଆ ଯାଏ ୧୦୦ ରୁ ଊଦ୍ଧର୍‌ବ ପରିବାର ଏହି ରାସ୍ତା ଦେଇ ଦୈନନ୍ଦିନ କାର୍ଯ୍ୟ ପାଇଁ ମୋହନା ଉପରେ ନିର୍ଭର କରନ୍ତି। କିନ୍ତୁ ଏହି ଅଞ୍ଚଳର ବିକାଶ ପାଇଁ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଛାତ୍ରୀଛାତ୍ର କହୁଛନ୍ତି ସରକାର ବ୍ରିଜ୍‌ ଦିଅ ଆମେ ଯିବୁ ସ୍କୁଲ୍‌। ହେଲେ ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ଜୀବନକୁ ବାଜି ଲଗାଇ ଏମିତି ନାଳ ପାର ହୋଇ ଛାତ୍ରୀଛାତ୍ର ଯାଉଛନ୍ତି ବିଦ୍ୟାଳୟ। ସରୀସୃପ କାମୁଡିବା ଭୟ ସାଙ୍ଗକୁ ହଠାତ୍‌ ଜଳସ୍ତର ବଢ଼ିଗଲେ ଭାସିଯିବାର ଭୟ ମଧ୍ୟ ରହିଛି। ହେଲେ ତାହାକୁ ଖାତିର ନକରି ଏମିତି ଅବସ୍ଥାରେ ଯାଉଛନ୍ତି ବିଦ୍ୟାଳୟ। କିନ୍ତୁ ସରକାର ଏହି ନାଳ ଉପରେ ଖଣ୍ଡିଏ ସେତୁ ନିର୍ମାଣ କରୁନାହାନ୍ତି। ଏମିତିକି କାଦୁଅ ରାସ୍ତାରେ ଯାନବାହନ ଚଳାଚଳ ତ ଦୂରର କଥା ଚାଲି ଚାଲି ଯିବା ବି ମୁସ୍କିଲ। ଏହି ରାସ୍ତା ଉପରେ ବୁଢାପଙ୍କା, ଲୁଦୀହୁଏରୀ ଓ ରାଜିମେରା ଗ୍ରାମର ଶତାଧିକ ପରିବାରର ୭ ଶହରୁ ଉଦ୍ଧର୍‌ବ ଜନସାଧାରଣ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଦୈନନ୍ଦିନ କାର୍ଯ୍ୟ ପାଇଁ ମୋହନା ସହର ଉପରେ ନିର୍ଭର କରନ୍ତି। କିନ୍ତୁ ପ୍ରଶାସନକୁ ଏହି ରାସ୍ତାକୁ ପକ୍କା ରାସ୍ତା ଓ ଏହି ଉରା ନାଳ ଉପରେ ସେତୁ ନିର୍ମାଣ ବାରମ୍ବାର ଅଭିଯୋଗ ଜଣାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କରିଥିବା ବେଳେ ଉରା ନାଳ ଉପରେ ସରକାର ପୋଲ ନିର୍ମାଣ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଖଜୁରିପଦା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri