ପୁତ୍ର ହତ୍ୟାକାରୀ ପିତାଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬ ମାସ ଅତିରିକ୍ତ ଦଣ୍ଡ ଶୁଣାଇଛନ୍ତି। ତାଙ୍କ ନାମ ଚେରେଙ୍ଗା ମୁଣ୍ଡା(୫୫) ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଲୁଣଘର ଗ୍ରାମରେ ବୋଲି ଜଣାପଡ଼ିଛି। ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କର ୨୦୧୯ ନଭେମ୍ବର ୧୭ ରାତିରେ ଚେରେଙ୍ଗା ମୁଣ୍ଡା ଏକ ଟାଙ୍ଗିଆରେ ପୁଅ ଘନ ମୁଣ୍ଡାକୁ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ହତ୍ୟାକାରୀଙ୍କ ଭାଇ ବାବୁଲା ମୁଣ୍ଡା ସଦର ଥାନାରେ ୧୮ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୩୪୧ ତା ୧୮ା୧୧ା୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜିଲା କାରାଗାରରେ ଥିଲେ। ଆଜି ସମୁଦାୟ ୧୪ ସାକ୍ଷୀଙ୍କ ବୟାନ ଏବଂ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଦଫା ୩୦୨ରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri