ଜୀବନ ଏମିତି ଚାଲିବ

ଆକାର ପଟେଲ

ପୂର୍ବରୁ କିଛି ସପ୍ତାହ ପର୍ଯ୍ୟନ୍ତ ଭାରତର ଗଣମାଧ୍ୟମରେ କୋଭିଡ୍‌ ପରିଚାଳନା ଘଟଣା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରିକି ତାହା କିଛିଦିନ ଧରି ବିଶ୍ୱ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏ ପର୍ଯ୍ୟନ୍ତ ଟିକାର ଅଭାବ ରହିଛି ବୋଲି ପ୍ରତିଦିନ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଶୁଣୁଥିଲେ ବି ବର୍ତ୍ତମାନ ଏହି ଘଟଣାର ଗୁରୁତ୍ୱ ନ ଥିବା ଭଳି ମନେହେଉଛି। ଏହା ବଦଳରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଉଛି ପେଗାସସ୍‌। ସାମ୍ବାଦିକ, ରାଜନୀତିଜ୍ଞ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଅଧିତ୍କାରୀମାନଙ୍କ ଉପରେ ଗୁପ୍ତଚରୀ ନଜର ରଖିବାକୁ ସରକାର ଏହି ଇସ୍ରାଏଲ ସ୍ପାଏଓ୍ବେରକୁ କାହିଁକି କିଣିଲେ ତାହା ଆମେ ଜାଣିନାହଁୁ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ପ୍ରତୀୟମାନ ହେଉନାହିଁ। ଏଠି ନିର୍ବାଚିତ ନେତାମାନେ କୌଣସି ପ୍ରଶ୍ନର ପ୍ରତିକ୍ରିୟା ରଖିବା କି ପ୍ରେସ୍‌ କନ୍‌ଫରେନ୍ସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ବରଂ ସତ୍ୟ ଉଦ୍‌ଘାଟିତ କରୁଥିବା ଗଣମାଧ୍ୟମକୁ ଆକ୍ରମଣ କରାଯାଏ। ତେବେ ଏହି ସ୍ତମ୍ଭ ସାମ୍ପ୍ରତିକ ଘଟଣା ଉପରେ ନୁହେଁ, ବରଂ ମୋଦିଙ୍କ ଶାସନ କାଳରେ ଲୋକଙ୍କୁ ଜଣା ନ ଯାଇଥିବା ବିଷୟଗୁଡ଼ିକ ଉପରେ ପର୍ଯ୍ୟବସିତ। ଆମର ସ୍ଥିତି ଏବେ କେଉଁଠି ଓ ଆମ ଭବିଷ୍ୟତ କ’ଣ ହେବ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପେଗାସସ୍‌, କୋଭିଡ୍‌ ଭଳି ସରକାର ଭାରତୀୟ ଅର୍ଥବ୍ୟବସ୍ଥା କେଉଁ ସ୍ଥିତିରେ ରହିଛି ଓ ଆଗକୁ କ’ଣ ହେବ ସେ ବିଷୟରେ କିଛି ଉତ୍ତର ଦେଉନାହାନ୍ତି। କିନ୍ତୁ କଥା ଲୁଚି ରହିନି। ତଥ୍ୟ ସାମ୍ନାରେ ରହିଛି। ଭାରତ ବର୍ତ୍ତମାନ କେଉଁଠି ଅଛି ଓ ତାହାକୁ କେଉଁଆଡେ ନିଆଯାଉଛି ତା’ ଉପରେ ପ୍ରଶ୍ନ ଉଠାଇବାର ସମୟ ଉପନୀତ ହୋଇଛି।
ମହାମାରୀ ପୂର୍ବରୁ ଭାରତରେ ଗରିବ ଲୋକମାନଙ୍କର ଖର୍ଚ୍ଚ କମିଥିଲା। ଭାରତର ଉପଭୋକ୍ତା ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୧୭-୧୮ରେ କମ୍‌ ଥିଲା। ଏହି ତଥ୍ୟ ସରକାରଙ୍କଠାରୁ ଅଣାଗଲା, କିନ୍ତୁ ସରକାର ତାହାକୁ ସର୍ବସାଧାରଣରେ ପ୍ରକାଶ କଲେ ନାହିଁ। ମୋଦିଙ୍କ ଶାସନ କାଳରେ ଚାକିରି ହରାଇବା ଲୋକଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଲା। ଭାରତରେ ମୋଟ କର୍ମଜୀବୀଙ୍କ ସଂଖ୍ୟା କମିଲା। ୨୦୧୩ରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୪୪ କୋଟିରୁ ୨୦୧୬ରେ ୪୧ କୋଟିରେ ପହଞ୍ଚିଲା। ଏହି ସଂଖ୍ୟା ୨୦୨୧ରେ ରହିଛି ୩୮ କୋଟି। ଯଦିଓ କାମ କରିବାକୁ ସକ୍ଷମଙ୍କ ସଂଖ୍ୟା ୭୯ କୋଟିରୁ ୧୦୬ କୋଟିକୁ ବୃଦ୍ଧି ପାଇଛି। ଅପରପକ୍ଷରେ ଭାରତର ମଧ୍ୟବିତ୍ତବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଗଲା। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ପୁଣେ ଏହି ୮ଟି ସହରରେ ବାସୋପଯୋଗୀ ଘର ବିକ୍ରି ଆଗକୁ ବଢିପାରିଲା ନାହିଁ। ୨୦୧୨ରେ ୩.୩ ଲକ୍ଷ ୟୁନିଟ୍‌ ଘର ବିକ୍ରି ହୋଇଥିବାବେଳେ ଏହି ସଂଖ୍ୟା ୨୦୧୯ରେ ରହିଲା ୩.୨ ଲକ୍ଷ। ପରେ ୨୦୨୦ରେ ଏହା ୧.୫ ଲକ୍ଷ ୟୁନିଟ୍‌କୁ ଖସିଆସିଲା। ଏକ ଦଶନ୍ଧି ଧରି ଯାତ୍ରୀବାହୀ ଯାନ ବିକ୍ରି ସ୍ଥିର ରହିଛି। ୨୦୧୨, ୨୦୧୯ ଏବଂ ୨୦୨୦ରେ ପ୍ରତ୍ୟେକ ବର୍ଷ ସମାନ ୨୭ ଲକ୍ଷ ୟୁନିଟ୍‌ ଗାଡି ବିକ୍ରି ହୋଇଛି। ସେହିଭଳି ଦୁଇଚକିିଆ ଯାନ ବିକ୍ରି କ୍ଷେତ୍ରରେ ବି ମାନ୍ଦାବସ୍ଥା ଲାଗି ରହିଛି। ୨୦୧୪ରେ ୧.୬ କୋଟି ୟୁନିଟ ବିକ୍ରି ହୋଇଥିତ୍ଲା ବେଳେ ଏହି ସଂଖ୍ୟା ୨୦୨୦ରେ ରହିଛି ୧.୫ କୋଟିରେ। ତିନିଚକିଆ ଯାନ ୨୦୧୨ରେ ୫ ଲକ୍ଷ ୟୁନିଟ୍‌ ବିକ୍ରି ହୋଇଥିବାବେଳେ ୨୦୨୦ରେ ସବୁଠୁ କମ୍‌ ୨ ଲକ୍ଷ ବିକ୍ରି ହୋଇଛି। ବ୍ୟବସାୟିକ ଯାନ କଥା ନ କହିବା ଭଲ। ଏହାବାଦ୍‌ ଘରେ ବ୍ୟବହାର କରାଯାଉଥିବା ଉପତ୍ାଦ ଯଥା ଏୟାରକଣ୍ଡିଶନର, ଓ୍ବାଶିଂମେଶିନ, ଟେଲିଭିଜନ ଆଦି ଉପକରଣର ବଜାର ୨୦୨୦ ସୁଦ୍ଧା ୧୫୦,୦୦୦ କୋଟି ଟଙ୍କା ହେବ ବୋଲି ୨୦୧୪ରେ ଆକଳନ କରାଯାଇଥିଲା। କିନ୍ତୁ ଏହା ୨୦୧୯ରେ ୭୬,୪୦୦ କୋଟି ଏବଂ ୨୦୨୦ରେ ୫୦,୦୦୦ କୋଟି ଟଙ୍କାରେ ରହିଗଲା।
ମୋଟ ରେଳ ଏବଂ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସପାଇଛି। ୨୦୧୨ରେ ଯାତ୍ରୀଙ୍କ ସଂଖ୍ୟା ଥିଲା ୮୪୦ କୋଟି ଓ ୨୦୧୯ରେ ପହଞ୍ଚିଲା ୮୨୬ କୋଟିରେ। ଏହା ତ ମହାମାରୀ ପୂର୍ବରୁ ହୋଇଛି। ଚାଇନାର ପ୍ରିମିୟର ଲି କେକ୍ୱିଆଙ୍ଗ ରେଳରେ ପରିବହନ ହେଉଥିବା ମାଲ୍‌ର ପରିମାଣ, ବିଦ୍ୟୁତ ଉପଯୋଗ ଏବଂ ପ୍ରଦାନ କରାଯାଇଥିବା ଋଣ, ଏହି ତିନୋଟି ମାନକ ମାଧ୍ୟମରେ ମୋଟ ଘରୋଇ ଉପତ୍ାଦ(ଜିଡିପି)ର ବାସ୍ତବ ସ୍ଥିତି ଆକଳନ କରୁଛି। ଜଣାପଡିଛି ଯେ, ୨୦୧୪ରେ ରେଳଯୋଗେ ୧.୧ ବିଲିୟନ ଟନ୍‌ ମାଲ ପରିବହନ ହୋଇଥିଲାବେଳେ ୨୦୨୦ରେ ଏହା ୧.୨ ବିଲିୟନ ଟନ୍‌ ରହିଥିଲା। ଏଣୁ ସେଭଳି କିଛି ଅଭିବୃଦ୍ଧି ଘଟିନାହିଁ। ଭାରତର ଜନସଂଖ୍ୟା ୭ କୋଟି ବଢ଼ିଥିବାବେଳେ ୨୦୧୭ରୁ ୨୦୨୦ ଯାଏ ୪ ବର୍ଷ ପାଇଁ ବିଦ୍ୟୁତ୍‌ ଉପତ୍ାଦନ ୧.୩ ବିଲିୟନ ୟୁନିଟ୍‌ ରହିଥିଲା। ଶିଳ୍ପ କ୍ଷେତ୍ରରେ ବ୍ୟାଙ୍କ ଦେଉଥିବା ଋଣ କ୍ଷେତ୍ରରେ ଅଭିବୃଦ୍ଧି ୨୦୧୩ରେ ୧୩% ଥିଲା ଓ ୨୦୧୯ରେ ଏହା ୬.୯%ରେ ପହଞ୍ଚତ୍ଛି। ମଧ୍ୟମ ଶିଳ୍ପ ପାଇଁ ବ୍ୟାଙ୍କ ଦେଉଥିତ୍ବା ଋଣ କ୍ଷେତ୍ରରେ ଅଭିବୃଦ୍ଧି ୨୦୧୪ ମାର୍ଚ୍ଚରେ ମାଇନସ୍‌ ୦.୫% , ୨୦୧୮ରେ ମାଇନସ୍‌ ୧.୧% ଥିଲାବେଳେ ୨୦୧୯ରେ ୨.୬% ରହିଛି। ଏସବୁ ଯାହା ଘଟିଛି ମହାମାରୀ ପୂର୍ବରୁ। କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ୨୦୧୬ ମାର୍ଚ୍ଚରେ ମାଇନସ ୨.୩% ଥିଲା ଓ ୨୦୧୯ରେ ଏହା ୦.୭%ରେ ରହିଛି। ଉଲ୍ଲେଖଯୋଗ୍ୟ, ମୋଦିଙ୍କ ପୂର୍ବରୁ ୨୦୦୯ରୁ ୨୦୧୩ ମଧ୍ୟରେ ଋଣ ପ୍ରଦାନ (ଅଣ ଖାଦ୍ୟ ଋଣ) ହାରାହାରି ୧୭% ହାରରେ ବୃଦ୍ଧି ଘଟିଥିତ୍ଲା। କିନ୍ତୁ ମୋଦି ଶାସନକୁ ଆସିବା ପରେ ତାଙ୍କ କାର୍ଯ୍ୟର ପରିଣାମ ସାମ୍ନାକୁ ଆସିଛି।
କାହିଁକି ଏଭଳି ସ୍ଥିତିକୁ ଆସିଛି। ଆମର ଭବିଷ୍ୟତ କ’ଣ ହେବ। ଆମେ କିଭଳି ଅବଶିଷ୍ଟ ବିଶ୍ୱ ସହ ପ୍ରତିଯୋଗିତା କରିବା, ଏହି ପ୍ରଶ୍ନଗୁଡ଼ିକ ଉଙ୍କି ମାରୁଛି। ଯଦି ଆମେ ଏହି ସ୍ଥିତିରେ ରହିବା ତେବେ କିପରି କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବା। ସରକାର ଦେଶର ସ୍ଥିତି ଜଣାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ସରକାର ଏବକାର ସ୍କାଣ୍ଡାଲକୁ ଭିନ୍ନ ମୋଡ଼ ଦେବାକୁ ଚାହିଁବେ ଏବଂ ବିଶ୍ୱାସ ହେଉଛି, ପୂର୍ବରୁ ଏଥିତ୍ରେ ଯେମିତି ଭଟ୍ଟା ପଡ଼ିଛି ସେମିତି ହେବ। କିନ୍ତୁ ଆମ ଜୀବନ ଏମିତି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri