Posted inଜାତୀୟ

ତୈଳ ରାଜନୀତି ଘେରରେ ଉପଭୋକ୍ତା, ୧୦ ଅଣ-ଭାଜପା ଶାସିତ ରାଜ୍ୟରେ କମୁନି ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ,୯।୧୧: ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିବା ପରେ ଭାଜପା ଶାସିତ ସମସ୍ତ ରାଜ୍ୟ ମଧ୍ୟ ଇନ୍ଧନ ଉପରେ ଭାଲ୍ୟୁ ଆଡ ଟ୍ୟାକ୍ସ (ଭାଟ) ହ୍ରାସ କରିଛନ୍ତି। ଇନ୍ଧନ ଉପରେ ଭାଟ ହ୍ରାସ କରିବାକୁ ଓଡିଶା ଏବଂ ପଞ୍ଜାବ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏଭଳି କରି ପଞ୍ଜାବ ପେଟ୍ରୋଲ ଏବଂ ଡିଜେଲ ଦାମ ମୂଲ୍ୟ ହ୍ରାସ କରିବାରେ ଏକମାତ୍ର କଂଗ୍ରେସ ଶାସିତ ରାଜ୍ୟ ହୋଇପାରିଛି।
ତେବେ ଦେଶର ୧୦ ଅଣ-ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ ପୂର୍ବ ପରି ରହିଛି। ଏହାଦ୍ୱାରା ରାଜ ନୈତିକ ଦଳର ତୈଳ ରାଜନୀତି ଘେରରେ ଉପଭୋକ୍ତାମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। କଂଗ୍ରେସ ଶାସିତ ଅନ୍ୟ ରାଜ୍ୟଗୁଡିକରେ ଭାଟ ହ୍ରାସ କରିବାର ଆବଶ୍ୟକତା ବିଷୟରେ ପଚରାଯିବାରୁ ଦଳର ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଏହା ଉପରେ ବିଚାର କରାଯାଉଛି। ଏହା ସହିତ ଦେ କହିଛନ୍ତି ଯେ, ଭାଜପା ଗତ ଦୁଇ ବର୍ଷ ହେଲା କହୁଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। କିନ୍ତୁ ଉପ-ନିର୍ବାଚନରେ ଭାଜପା ହାରିଯିବା ପରେ, ହଠାତ୍‌ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଏଭଳି କରି ଭାଜପା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବାର ଉଦ୍ୟମ କରୁଥିବା ସେ କହିଛନ୍ତି।

ଅପରପକ୍ଷରେ ଭାଜପା ମୁଖପାତ୍ର ଗୋପାଳ କୃଷ୍ଣ ଅଗ୍ରୱାଲ ଦଳର ଆଭିମୁଖ୍ୟକୁ ଦୋହରାଇ କହିଛନ୍ତି ଯେ ଭାଜପା ଶାସିତ ରାଜ୍ୟ ଭଳି କଂଗ୍ରେସ ଶାସିତ ରାଜ୍ୟ ଏଭଳି କରିବା ଆବଶ୍ୟକ। କଂଗ୍ରେସ ଶାସିତ ରାଜସ୍ଥାନ ଏବଂ ଛତିଶଗଡରେ ପେଟ୍ରୋଲ-ଡିଜେଲ ଉପରେ ଭାଟ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ କାଟିବାକୁ ମନା କରିଦେଇଛନ୍ତି। ଖବରକାଗଜରେ ବିଜ୍ଞାପନ ପ୍ରକାଶ କରି ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ଭାବେ ୩.୩୫ ଲକ୍ଷ କୋଟି ଟଙ୍କା ଜମା କରିବା ସତ୍ତ୍ୱେ କେନ୍ଦ୍ର ଏହାକୁ ଯଥେଷ୍ଟ ଅର୍ଥ ଭରଣା କରିବାକୁ ଦେଇନାହିଁ। ରାଜ୍ୟରେ ପେଟ୍ରୋଲର ମୂଲ୍ୟ ୧୦୮.୨୦ ଟଙ୍କା ରହିଛି॥

କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଘୋଷଣା କରିନାହିଁ। ତଥାପି କଂଗ୍ରେସ ଶାସିତ ପଞ୍ଜାବ ପରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ କାଟିବାକୁ ବିଚାର କରାଯାଉଛି ବୋଲି ରାଜ୍ୟ ସରକାର କହିଛନ୍ତି।

ଆମ ଆଦମୀ ପାର୍ଟି (ଏଏପି) ଦିଲ୍ଲୀ ସରକାର ତୈଳ ଉପରେ ଭାଟ ହ୍ରାସ ଘୋଷଣା କରିନାହାଁନ୍ତି। ଦିଲ୍ଲୀର ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ତୁରନ୍ତ ଟିକସ ହ୍ରାସ କରିବାକୁ ଦାବି କରିଛନ୍ତି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୧୦୩.୯୭ ଏବଂ ୮୬.୬୭ ଟଙ୍କା ରହିଛି।

ଅଣ-ଭାଜପା ଶାସିତ ଝାଡଖଣ୍ଡ ମଧ୍ୟ ତୈଳ ଟିକସ ହ୍ରାସ ସମ୍ପର୍କରେ ଘୋଷଣା କରି ନାହିଁ। ବିରୋଧୀ ଭାଜପା ଏବଂ ପେଟ୍ରୋଲିୟମ ଡିଲର ଆସୋସିଏଶନ ହେମନ୍ତ ସୋରେନ ସରକାରଙ୍କ ଉପରେ ଭାଟ ହ୍ରାସ କରିବାକୁ ଦାବି କରିଛନ୍ତି।
କେରଳର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସରକାର ସ୍ପଷ୍ଟ କରିଛନ୍ତି ଯେ ଭାଟ ହ୍ରାସ କରିବାର କୌଣସି ଯୋଜନା ନାହିଁ। ଅର୍ଥମନ୍ତ୍ରୀ କେ.ଏନ ବାଲାଗୋପାଲ ଯୁକ୍ତି କରିଛନ୍ତି ଯେ କେନ୍ଦ୍ର ତୈଳ ଟିକସକୁ ସାମାନ୍ୟ ହ୍ରାସ କରିଛି। ତୈଳ ମୂଲ୍ୟ ବୃଦ୍ଧି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରି ବାଲାଗୋପାଲ ଏକ୍ସାଇଜ ଡ୍ୟୁଟିରେ ହ୍ରାସ କେନ୍ଦ୍ରର ଏକ ଅସ୍ଥାୟୀ ଏବଂ ଭାବମୂର୍ତ୍ତିି ବଞ୍ଚାଇବା ପଦକ୍ଷେପ ବୋଲି କହିଛନ୍ତି।

ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଆଘାଡି (ଏମଭିଏ) ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହ୍ରାସ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସରକାର କହିଛନ୍ତି ଯେ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ହ୍ରାସ ହେଲେ ନଭେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ପର୍ଯ୍ୟନ୍ତ ୧,୭୦୦ କୋଟି କ୍ଷତି ହେବ। ୬.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ରାଜ୍ୟ ସରକାର ରାଜସ୍ବ କ୍ଷତି ପ୍ରଭାବକୁ ସମ୍ଭାଳିବା ପାଇଁ ସକ୍ଷମ ନୁହନ୍ତି।

କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ତୈଳ ଉପରେ ଭାଟ ହ୍ରାସ କରିବାକୁ ବିଭିନ୍ନ ବିଭାଗର ଚାପର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରର କଟ ସତ୍ତ୍ୱେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ସର୍ବାଧିକ ରହିଛି। ଜୟପୁରରେ ପେଟ୍ରୋଲ ମୂଲ୍ୟ ୧୧୧.୦୬ ଟଙ୍କା ଏବଂ ଡିଜେଲ ମୂଲ୍ୟ ୯୫.୭୧ ଟଙ୍କା ଅଛି।

ତାମିଲନାଡୁର ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ)ର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହ୍ରାସ ଘୋଷଣା କରିନାହାଁନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କେବଳ ଏକ ଲୋକ ଦେଖାଣିଆ ଯୋଜନା ବୋଲି କହିଛି। ଟିଏମସି ସାଧାରଣ ସମ୍ପାଦକ ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଭାଜପା ଶାସିତ ରାଜ୍ୟ ସରକାର ସେମାନଙ୍କ ଟିକସ କାରଣରୁ କେନ୍ଦ୍ରରୁ ସେମାନଙ୍କ ଦେୟ ପାଉଛନ୍ତି, କିନ୍ତୁ ପଶ୍ଚିମବଙ୍ଗ ସେଥିରୁ ବଞ୍ଚିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?