୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍‌କୋ

ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍‌ ମାରିଲା ଓ୍ବାଟ୍‌କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ ବନ୍ଦ କରିଦେବାରୁ ଅଧା ସହରବାସୀ ଶୁକ୍ରବାରଠାରୁ ନାନା ଦୁର୍ଦ୍ଦଶା ଭୋଗିଥିଲେ। ବିଭିନ୍ନ ସ୍ଥାନରେ ପାଣି ପାଇଁ ଡହଳବିକଳ ସ୍ଥିତି ଉପୁଜିଥିବାବେଳେ ଶୌଚ ଓ ନିତ୍ୟକର୍ମ ପାଇଁ ନାନା ହଟହଟା ହେବାକୁ ପଡିଥିଲା। ଓ୍ବାଟ୍‌କୋର ଏପରି ବେପରୁଆ ମନୋଭାବ ପାଇଁ ହଜାର ହଜାର ଲୋକ ୪୮ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଷରେ ରହିଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ହାତରେ ହାଣ୍ଡି, ମାଠିଆ, ଗରା ଧରି ପାଣି ପାଇଁ ୟା’ ତା’ ଘରକୁ ଦୌଡିଥିଲେ। ରବିବାର ଅପରାହ୍ନ ୪ଟା ପରେ ପାଣି ଯୋଗାଣ ହେବାପରେ ଲୋକେ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଅସନ୍ତୋଷ ଲାଗି ରହିଛି। ପ୍ରଥମେ କିଛି ସମୟ ଗୋଳିଆ ପାଣି ଆସିବା ପରେ ସଫା ପାଣି ଆସିଥିଲା। ଖୋଦ୍‌ ରାଜଧାନୀରେ ଏଭଳି ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା।
ଅପରାହ୍ନ ୧ଟାରୁ ସହରର ବିଭିନ୍ନ ଅଞ୍ଚଳରେ ପାଣି ବନ୍ଦ ହୋଇଯାଇ ଥିଲା। ଶୁକ୍ରବାର ରାତି ପାହି ସକାଳ ହେଲା। ଶନିବାର ପର୍ଯ୍ୟନ୍ତ ଓ୍ବାଟ୍‌କୋ ପକ୍ଷରୁ ଉପଭୋକ୍ତାଙ୍କୁ ପାଣି ଯୋଗାଇବା ନେଇ କୌଣସି ବ୍ୟବସ୍ଥା କରିବା ତ ଦୂରର କଥା କ’ଣ ପାଇଁ ପାଣି ବନ୍ଦ ସେ ନେଇ ମଧ୍ୟ ଅବଗତ କରାଯାଇ ନ ଥିଲା। ଅସନ୍ତୋଷ ବଢିବାରୁ ଓ୍ବାଟ୍‌କୋ ଡିଭିଜନ୍‌-୧ରେ ମେଜର ପାଣି ପାଇପ୍‌ ଫାଟିଥିବା ଯୋଗୁ ଏଭଳି ସମସ୍ୟା ଦେଖା ଦେଇଥିବା ସୂଚନା ଦିଆଯାଇଥିଲା। ଓ୍ବାଟ୍‌କୋ ପକ୍ଷରୁ ଘରେ ଘରେ ମିଟର ବସା ଯାଇଥିବାବେଳେ ମାସ ଶେଷକୁ ଦେୟ ନେବାରେ କେବେବି ଅବହେଳା ହୁଏନାହିଁ। ଅଥଚ ପାଇପ୍‌ ମରାମତି ହେଉ ଅବା ଅନ୍ୟ କୌଣସି ସମସ୍ୟା, କୌଣସି ସ୍ଥିତିରେ ଯେପରି ଜଳଯୋଗାଣ ବନ୍ଦ ହେବ ନାହିଁ ତାହାର ବିକଳ୍ପ ବ୍ୟବସ୍ଥା ଓ୍ବାଟ୍‌କୋ କରି ନ ଥିବାରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଏଥିରେ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମାତ୍ର ହାତଗଣତି କିଛିଟା ଟ୍ୟାଙ୍କର ପଠାଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛି। ଗୋଟିଏ ଅଞ୍ଚଳକୁ ଗୋଟିଏ ଟ୍ୟାଙ୍କର ଆସିବା ପରେ ଆଉ ଟ୍ୟାଙ୍କର ନ ଆସିବାରୁ ଲୋକେ ପାଣି ନ ପାଇ ବୋରିଂ ରହିଥିବା ବନ୍ଧୁ ଓ ସମ୍ପର୍କୀୟଙ୍କ ଘରୁ ପାଣି ଆଣିବାକୁ ଦୌଡିଥିଲେ। ଆଉ କେତେକ ସ୍ଥାନରେ ସ୍ଥାନୀୟ କର୍ପୋରେଟର ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଟ୍ୟାଙ୍କର ମଗାଇଥିଲେ। ଏଭଳି ସ୍ଥିତିରେ ବିଏମ୍‌ସି କିନ୍ତୁ ପୂରା ନିରବଦ୍ରଷ୍ଟା ପାଲଟିଥିଲା। ଏପରିକି ୪୮ଘଣ୍ଟା ଧରି ଲୋକମାନେ ସମସ୍ୟାରେ ଥିବାବେଳେ ସହରର ମେୟର କିମ୍ବା ବିଏମ୍‌ସିର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିଲେ। କେତେବେଳେ ସହରର ବିଭିନ୍ନ ଅଞ୍ଚଳ ପାଣିରେ ଅଧା ବୁଡି ଯାଉଥିବାବେଳେ ଆଉ କେତେବେଳେ ପାଣି ଟୋପାଏ ନ ପାଇ ଡହଳବିକଳ ହେବା ବିଡମ୍ବନାର ବିଷୟ ପାଲଟିଛି। ଅପରପକ୍ଷେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବାବେଳେ ଖୋଦ୍‌ ରାଜଧାନୀରେ ଏଭଳି ଚିତ୍ର ବାସ୍ତବତାକୁ ବୟାନ କରୁଛି।
ସୂଚନାଯୋଗ୍ୟ, କୁଆଖାଇ, ମହାନଦୀ ଓ ଦୟା ନଦୀରୁ ପାଇପ ଜରିଆରେ ପାଣି ଉଠାଇବା ପରେ ଓ୍ବାଟ୍‌କୋ ତାହାକୁ ବିଶୋଧନ କରି ସହରବାସୀଙ୍କୁ ପାଣି ଯୋଗାଉଛି। ତେବେ କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ପ୍ରାୟ ୨୦ଫୁଟ ମାଟିତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଶନିବାର ସକାଳୁ ମରାମତି ଆରମ୍ଭ ହୋଇଥିଲେ ବି ତାହା ରବିବାର ପର୍ଯ୍ୟନ୍ତ ଚାଲିଥିଲା। ଫଳରେ ଏହା ଅଧୀନରେ ଥିବା ମଞ୍ଚେଶ୍ବର, ପଳାସୁଣି, ରସୁଲଗଡ଼, ପାଲାମଣ୍ଡପ, ଜିଜିପି କଲୋନି, ଭିଏସ୍‌ଏସ୍‌ ନଗର, ଚକେଇସିଆଣି, ବାଣୀବିହାର, ଆଚାର୍ଯ୍ୟ ବିହାର, କଟକ ରୋଡ୍‌, ବମିଖାଲ, ସତ୍ୟନଗର, ହଳଦିପଡିଆ ଷ୍ଟେଜ୍‌-୫, ଶାନ୍ତିନଗର, ମହାବୀର ନଗର, ଜୟଦୁର୍ଗା ନଗର, ତାରିଣୀ ବସ୍ତି, ୟୁନିଟ-୯ ଆଦି ଅଞ୍ଚଳର ଲୋକ ପ୍ରଭାବିତ ହୋଇଥିଲେ।

କ୍ଷମା ମାଗିଲେ ମେୟର

ସହରରେ ଦୁଇଦିନ ଧରି ଲାଗି ରହିଥିବା ଜଳ ଯନ୍ତ୍ରଣା ପାଇଁ ମେୟର ସୁଲୋଚନା ଦାସ ରବିବାର ରାଜଧାନୀବାସୀଙ୍କୁ କ୍ଷମା ମାଗିବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି। ସେ କହିଛନ୍ତି, ଓ୍ବାଟ୍‌କୋ ଡିଭିଜନ-୧ର ମେଜର ପାଣି ପାଇପ ଫାଟିଥିବା ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା। କାମ ସରିବା ପାଇଁ ଦୁଇଦିନ ଲାଗିଲା। ସମ୍ପୃକ୍ତ ସ୍ଥାନରେ ଜଣେ ଲୋକଙ୍କର ଦୁଇ ତାଲା ଘର ଥିବାରୁ ସତର୍କତା ସହ କାମ କରିବାକୁ ପଡିଥିଲା। ନଚେତ୍‌ ସେହି ଘର ଧସେଇ ପଡ଼ିବାର ଆଶଙ୍କା ଥିଲା। ତେବେ କାମ ସରି ଯାଇଥିବାରୁ ରବିବାର ସନ୍ଧ୍ୟାସୁଦ୍ଧା ପାଣି ସ୍ବାଭାବିକ ହୋଇଯାଇଛି। ତେବେ ଦୁଇଦିନ ଧରି ଲୋକଙ୍କୁ ପାଣି ଯୋଗାଇବାକୁ ଆବଶ୍ୟକ ସଂଖ୍ୟକ ପାଣି ଟାଙ୍କି ନ ଥିଲା। ତେଣୁ ଲୋକଙ୍କ ଅସୁବିଧା ପାଇଁ କ୍ଷମା ଚାହୁଁଥିବା ସେ କହିଥିଲେ।

ଅନ୍ୟ ଘରୁ ପାଣି ଆଣି ଚଳିଲୁ
ଶୁକ୍ରବାର ଅପରାହ୍ନରୁ ହଠାତ୍‌ ପାଣି ବନ୍ଦ ହୋଇଗଲା। ଆଗରୁ ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ ଘରେ ପାଣି ରଖାଯାଇ ନ ଥିଲା। ଅପେକ୍ଷା କରିବା ପରେ ଯେତେବେଳେ ପାଣି ଆସିଲାନି ଅନ୍ୟ ଜଣଙ୍କ ଘରକୁ ଯାଇ ପାଣି ଆଣି ପ୍ରଥମ ଦିନ ଚଳିଥିଲୁ। ଶନିବାର ଦିନ ଓ୍ବାଟ୍‌କୋର ଗୋଟିଏ ପାଣି ଟ୍ୟାଙ୍କର ଆସିଥିଲା, ଯାହାକି ସମସ୍ତଙ୍କୁ ଅଣ୍ଟି ନଥିଲା। ପରେ କର୍ପୋରେଟର ନିଜେ ୨ଦିନ ହେବ ପାଣି ଟ୍ୟାଙ୍କର ମଗାଉଥିବାରୁ ସେଥିରେ ଚଳୁଛୁ।
-ତୋଫାନ କୁମାର ସାହୁ, ଜୟଦୁର୍ଗାନଗର ବାସିନ୍ଦା
୨ଦିନ ହେବ ଗାଧୋଇନୁ
ଆମ ପରିବାରରେ ୪ଜଣ ସଦସ୍ୟ ରହୁଛୁ। ପାଣି ବନ୍ଦ ହେବାଠାରୁ ୨ଦିନ ହେବ ଗାଧୋଇ ନ ଥିଲୁ। ରୋଷେଇ କରିବା ପାଇଁ ୟା’ତା’ ଘରୁ ୨ବାଲ୍‌ଟି ପାଣି ନେଇକି ଆସିଥିଲି। ବଡ କଷ୍ଟରେ ୩ଦିନ ହେବ ରହିଛୁ।
-ଗୀତାଞ୍ଜଳି ବେହେରା, ମହାବୀର ନଗର ବାସିନ୍ଦା
ରୋଷେଇ କରିବାକୁ ପାଣି ନାହିଁ
ପାଣି ନ ଥିବାରୁ ବଡ କଷ୍ଟରେ ଚଳିବାକୁ ପଡୁଛି। ନାତି, ନାତୁଣୀ ପିଇବା ପାଇଁ ପାଣି ମାଗିଲା ବେଳକୁ ପାଖ ପଡିଶା ଘରକୁ ଯାଇ ବୋତଲରେ ପାଣି ନେଇକି ଆସୁଛି। ୨ଦିନ ହେବ ରୋଷେଇ କରିନି। ଆମ ଗାଁରେ ବି ଏମିତି ଅସୁବିଧା ହେଇନି ଯେମିତି ସହରରେ ହେଉଛି।
-ଲକ୍ଷ୍ମୀ, ଜଗନ୍ନାଥ ନଗର ବାସିନ୍ଦା
ଟ୍ୟାଙ୍କର ପାଣି ଅଧା ଲୋକଙ୍କୁ ପାଉନି
ପାଖରେ ଥିବା ଫର୍ଣ୍ଣିଚର ଦୋକାନ ମାଲିକଙ୍କର ବୋରିଂ ଅଛି, ସେଇଠୁ ୩ଦିନ ହେବ ପାଣି ଆଣି ଚଳୁଛୁ। ବସ୍ତିରେ ହଜାରେ ବାରଶହ ଲୋକ ରହୁଥିବାବେଳେ ଦୁଇ ଦିନରେ ଦୁଇଟି ଟ୍ୟାଙ୍କର ପାଣି ଆସିଥିଲା। ଅଧା ଲୋକ ପାଣି ପାଇନାହାନ୍ତି ସରିଗଲା। ପାଣି ପାଇଁ ବଡ ହଇରାଣ ହେଉଛୁ।
-ମମତା ରାଉଳ, ଭିଏସ୍‌ଏସ୍‌ ନଗର, ତାରିଣୀ ବସ୍ତି
ଢୋକେ ପାଣି ପିଇ ରହିବାକୁ ପଡିଲା
ଯାହାର ଗାଡ଼ି ଅଛି, ସେ ଯାଇ ଆଖପାଖ କମ୍ପାନୀରୁ ପାଣି ବୋହିକି ନେଇ ଆସୁଛି। ଯାହାର ନାହିଁ, ସେ ପାଖ ପଡ଼ିଶା ଲୋକଙ୍କୁ ମାଗି ଗରାଏ, ବାଲ୍‌ଟିଏ ପାଣି ନେଇକି ଚଳୁଛି। ଶୋଷ ଲାଗିଲେ ଢୋକେ ପିଇ ରହିବାକୁ ପଡୁଛି। ଯେଉଁଠି ପିଇବାକୁ ପାଣି ନାହିଁ ତାକୁ କ’ଣ ସ୍ମାର୍ଟସିଟି କୁହାଯିବ।
-ରମେଶ ମୁଦୁଲି, ଭିଏସ୍‌ଏସ୍‌ ନଗର, ତାରିଣୀ ବସ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri