ସାର୍ଟିଫିକେଟ ଥାଇ ମିଳୁନି ଲାଇସେନ୍ସ

ବାଲେଶ୍ୱର ଅଫିସ, ୧୨।୨: ୨୦୧୭-୧୮ରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ଅଧୀନରେ ୫ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଏବେ ଅଡ଼ୁଆରେ ପଡ଼ିଛନ୍ତି। ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଛାତ୍ରୀଛାତ୍ରମାନେ ସାର୍ଟିଫିକେଟ ପାଇ ମଧ୍ୟ ବାର୍‌ କାଉନ୍‌ସିଲ ଲାଇସେନ୍ସ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଅପରପକ୍ଷେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିବା ସହ ପିଲାଙ୍କ ଅସୁବିଧାକୁ ଖୁବ୍‌ଶୀଘ୍ର ଦୂର କରାଯିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ୧୯୭୮ ମସିହାରେ ବାଲେଶ୍ୱର ଲ’ କଲେଜରେ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଖୋଲିଥିଲା। ପରେ ୨୦୦୨ରୁ ସେଠାରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଚାଲିଛି। ୨୦୧୭-୧୮ରେ ପ୍ରଥମଥର ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଲ’ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମ ବ୍ୟାଚ୍‌ରେ ୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଫକିର ମୋହନ ୟୁନିଭର୍ସିଟିରେ ଜାଗା ଅଭାବ ଥିବାରୁ ଛାତ୍ରୀଛାତ୍ରମାନେ ବାଲେଶ୍ୱର ଲ’ କଲେଜରେ ପଢ଼ୁଥିଲେ। ୧୦ଟି ସେମିଷ୍ଟର ମଧ୍ୟରୁ ୯ଟି ବାଲେଶ୍ୱର ଲ’ କଲେଜରେ ପରୀକ୍ଷା ଦେଇଥିଲେ। ହେଲେ ବାଲେଶ୍ୱର ଲ’ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହେବା ପରେ ସେମାନେ ଫକୀର ମୋହନ ୟୁନିଭର୍ସିଟିର ନିଜସ୍ବ ଇଣ୍ଟିଗ୍ରେଟେଡ ଏବଂ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ଆଉ ଗ୍ରହଣ କଲେ ନାହିଁ। ତେଣୁ ଉକ୍ତ ପିଲାମାନେ ୧୦ମ ସେମିଷ୍ଟର ପରୀକ୍ଷା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦେଇ ଉତ୍ତୀର୍ଣ୍ଣ ସାର୍ଟିଫିକେଟ ଏବଂ ମାର୍କଶିଟ୍‌ ପାଇଥିଲେ। ପରେ ଉକ୍ତ ମାର୍କଶିଟ୍‌କୁ ନେଇ ପିଲାମାନେ ବାର୍‌ କାଉନ୍‌ସିଲରେ ଓକିଲାତି ଲାଇସେନ୍ସ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଲାଇସେନ୍ସ ମିଳୁ ନାହିଁ। ବିଶ୍ୱବିଦ୍ୟାଳୟର ଲ’ ବିଭାଗ ଅଧୀନରେ ଖୋଲିଥିତ୍ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମକୁ ନେଇ ବିବାଦ ରହିଥିବାରୁ ପିଲାମାନଙ୍କୁ ଲାଇସେନ୍ସ ମିଳିପାରୁ ନ ଥିବା ଜଣାପଡ଼ିଛି। ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମ ପାଇଁ ପିଲାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ସେମାନଙ୍କ ସାର୍ଟିଫିକେଟକୁ ନେଇ ଏବେ ଚିନ୍ତାରେ ରହିଛନ୍ତି।
ଏ ସମ୍ପର୍କରେ ଫକୀର ମୋହନ ୟୁନିଭର୍ସିଟି କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ବାଲେଶ୍ୱର ଲ’ କଲେଜ ଏବେ ଏମ୍‌ଏସ୍‌ ଲ’ ବିଶ୍ୱବିଦ୍ୟାଳୟରେ ଆଫିଲିଏଟେଡ୍‌ ହୋଇଥିବାରୁ ଫକୀରମୋହନ ବିଶ୍ୱବିଦ୍ୟାଳୟର ଉକ୍ତ ଦୁଇଟି ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ରାଜି ହୋଇ ନ ଥିଲା। ଫଳରେ ବିଶ୍ୱବିଦ୍ୟାଳୟ ଉକ୍ତ ଦୁଇଟି ପାଠ୍ୟକ୍ରମକୁ ବାଲେଶ୍ୱର ଲ’ କଲେଜରୁ ଫେରାଇ ଆଣିଥିଲେ। ୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ବିଶ୍ୱବିଦ୍ୟାଳୟରେ ହୋଇଛି। ଏଥିପାଇଁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆରେ ୫ଲକ୍ଷ ୫୦ହଜାର ଟଙ୍କା ମଧ୍ୟ ପୈଠ କରାଯାଇଛି। କିନ୍ତୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନ ଲ’ ଡିପାର୍ଟମେଣ୍ଟର ପ୍ରିଧିପାଲ ବିସିଆଇକୁ ଆବେଦନ କରିବା ବେଳେ ଫକୀରମୋହନ ୟୁନିଭରସିଟି ଲ’ ଡିପାର୍ଟମେଣ୍ଟ (ରନିଂ ଆଟ୍‌ ବାଲେଶ୍ୱର ଲ’ କଲେଜ) ନ କରି ଡିପାର୍ଟମେଣ୍ଟ ଅଫ୍‌ ଲ’ ବାଲେଶ୍ୱର ଲ’ କଲେଜ, ଫକୀରମୋହନ ୟୁନିଭର୍ସିଟି କରି ଟଙ୍କା ଡିପୋଜିଟ୍‌ କରିଛନ୍ତି। ତେଣୁ ବିସିଆଇ ଡିପାର୍ଟମେଣ୍ଟ ଅଫ୍‌ ଲ’ ବାଲେଶ୍ୱର ଲ’ କଲେଜ ଫକୀରମୋହନ ୟୁନିଭର୍ସିଟିକୁ ରେକଗ୍‌ନାଇଜ୍‌ କରିବାକୁ ରାଜି ହେଉ ନାହାନ୍ତି। ଯେହେତୁ ପୂର୍ବରୁ ନାମ ଭିନ୍ନ ଭିନ୍ନ ହୋଇଛି, ସଜାଡ଼ିବାକୁ ସମୟ ଲାଗୁଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବା ସହିତ ପିଲାମାନେ ଲାଇସେନ୍ସ ପାଇବେ ବୋଲି ତ୍ରିପାଠୀ କହିଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଏବେ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ତ୍ରୁଟିକୁ ତୁରନ୍ତ ସୁଧାରି ପିଲାମାନଙ୍କୁ ନ୍ୟାୟ ଦିଅନ୍ତୁ, ନଚେତ୍‌ ଆମେ ଆଇନର ଆଶ୍ରୟ ନେବୁ ବୋଲି ଜଣେ ଅଭିଭାବକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri