LICର ଜୀବନ ଲକ୍ଷ୍ୟ ଯୋଜନା: FD-RDଠାରୁ ଉତ୍ତମ, ସାରା ଜୀବନ ସୁରକ୍ଷା ସହ ଟଙ୍କାର ଗ୍ୟାରେଣ୍ଟି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୮: ଆଜିର ସମୟରେ ଟଙ୍କା ସଞ୍ଚୟ ଓ ନିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଓ ରେକରିଙ୍ଗ ଡିପୋଜିଟ (RD) ଭଳି ବିକଳ୍ପଗୁଡ଼ିକ ଲୋକପ୍ରିୟ ହେଲେ ମଧ୍ୟ, ସାରାଜୀବନ ଆର୍ଥିକ ସୁରକ୍ଷା ଓ ଉନ୍ନତ ରିଟର୍ଣ୍ଣ ପ୍ରଦାନ କରିବାରେ ଏହା ଅନେକ ସମୟରେ ଅପର୍ଯ୍ୟାପ୍ତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଆରମ୍ଭ କରିଛି ଜୀବନ ଲକ୍ଷ୍ୟ ଯୋଜନା, ଯାହା କେବଳ ନିବେଶରେ ସୁରକ୍ଷା ନୁହେଁ, ଜୀବନ ସାରା ନିୟମିତ ଆୟ ମଧ୍ୟ ପ୍ରଦାନ କରେ।

ଜୀବନ ଲକ୍ଷ୍ୟ ଯୋଜନା କ’ଣ?
ଜୀବନ ଲକ୍ଷ୍ୟ ହେଉଛି ଏକ ଲାଭଜନକ ବୀମା ଯୋଜନା, ଯେଉଁଥିରେ ଆପଣଙ୍କୁ ଏକ ନିର୍ଦ୍ଧିଷ୍ଟ ଅବଧି ପାଇଁ ପ୍ରିମିୟମ ଜମା କରିବାକୁ ହୁଏ। ଏହାପରେ ଆପଣଙ୍କୁ କେବଳ ବୀମା ସୁରକ୍ଷା ନୁହେଁ, ଯୋଜନା ଶେଷ ହେବା ପରେ ଏକ ବଡ଼ ରାଶି ମଧ୍ୟ ମିଳିଥାଏ। ଏହି ଯୋଜନା ସେହି ବ୍ୟକ୍ତିଙ୍କ ପାଇଁ ବିଶେଷ ଉପଯୋଗୀ, ଯେଉଁମାନେ ଫିକ୍ସଡ ଡିପୋଜିଟ ଓ ରେକରିଙ୍ଗ ଡିପୋଜିଟ୍ଠାରୁ ଅଧିକ ରିଟର୍ଣ୍ଣ ଏବଂ ଜୀବନଭର ଆର୍ଥିକ ସୁରକ୍ଷା ଚାହାଁନ୍ତି।

ଜୀବନ ଲକ୍ଷ୍ୟ ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ

ଆର୍ଥିକ ସୁରକ୍ଷା ଓ ଆୟର ସଂଯୋଗ: ଏହି ଯୋଜନାରେ ବୀମାଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ମିଳିଥାଏ। ଏହା ସହିତ ଯୋଜନାର ଅବଧି ଶେଷ ହେବା ପରେ ଏକ ବଡ଼ ରାଶି ପେମେଣ୍ଟ ମିଳିଥାଏ।ନିୟମିତ ପ୍ରିମିୟମ ପେମେଣ୍ଟ: ଆପଣ ନିଜର ସୁବିଧା ଅନୁସାରେ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ପ୍ରିମିୟମ ଭରିପାରିବେ।
ବୋନସ୍‌ର ସୁବିଧା: ଯୋଜନାର ଶେଷରେ ବୋନସ ମିଳିଥାଏ, ଯାହା ଆପଣଙ୍କ ରାଶିକୁ ଆହୁରି ବୃଦ୍ଧି କରିଥାଏ।
ଜୀବନସାରା ରିଟର୍ଣ୍ଣ: ଏହି ଯୋଜନାରେ ଆପଣ ଜୀବନଭର ପେନ୍ସନ କିମ୍ବା ନିୟମିତ ଆୟର ବିକଳ୍ପ ମଧ୍ୟ ବାଛି ପାରିବେ, ଯାହା ଆପଣଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ।
ଟ୍ୟାକ୍ସ ଲାଭ: ଏହି ଯୋଜନାର ପ୍ରିମିୟମରେ ଆୟକର ଆଇନର ଧାରା ୮୦C ଅନୁଯାୟୀ ଟ୍ୟାକ୍ସ ଛାଡ଼ ମିଳିଥାଏ, ଯାହା ଆପଣଙ୍କ ସଞ୍ଚୟକୁ ଆହୁରି ବୃଦ୍ଧି କରିଥାଏ।

ଜୀବନ ଲକ୍ଷ୍ୟ ଯୋଜନାର ମୁଖ୍ୟ ଫିଚର୍ସ ଓ ହାଇଲାଇଟ୍ସ
ବୀମା ରାଶି (Sum Assured): ନ୍ୟୂନତମ – ₹୧,୦୦,୦୦୦, ଅଧିକତମ – କୌଣସି ସୀମା ନାହିଁ। ରାଶି ₹୧୦,୦୦୦ର ଗୁଣକରେ ହୋଇପାରେ।
ପଲିସି ଅବଧି: ୧୩ରୁ ୨୫ ବର୍ଷ ପର୍ଯ୍ୟନ୍ତ।
ପ୍ରିମିୟମ ପେମେଣ୍ଟ ମୋଡ: ବାର୍ଷିକ, ଛମାସିକ, ତ୍ରୈମାସିକ ଓ ମାସିକ। ଏହା ସହିତ ଇଲେକ୍ଟ୍ରୋନିକ କ୍ଲିୟରିଂ ସର୍ଭିସ (ECS) ମାଧ୍ୟମରେ ପେମେଣ୍ଟର ସୁବିଧା ମଧ୍ୟ ଉପଲବ୍ଧ।
ପ୍ରିମିୟମ ପେମେଣ୍ଟ ଅବଧି: ପଲିସି ଅବଧିଠାରୁ ୩ ବର୍ଷ କମ।
ପ୍ରବେଶ ବୟସ: ନ୍ୟୁନତମ – ୧୮ ବର୍ଷ (ପୂର୍ଣ୍ଣ ହୋଇଥିବା), ଅଧିକ- ୫୦ ବର୍ଷ (ନିକଟତମ ଜନ୍ମଦିନ ଅନୁଯାୟୀ)।
ଅଧିକ ପରିପକ୍ୱତା ବୟସ: ୬୫ ବର୍ଷ (ନିକଟତମ ଜନ୍ମଦିନ ଅନୁଯାୟୀ)
ବୋନସ: ଏହା ଏକ ଉଇଥ୍‌ ପ୍ରଫିଟ ଏଣ୍ଡୋମେଣ୍ଟ ଆଶ୍ୟୁରାନ୍ସ ଯୋଜନା।
ଏଲଆଇସି ଦ୍ୱାରା ଅର୍ଜିତ ଲାଭ ସରଳ ରିଭର୍ସନାରୀ ବୋନସ ଓ ଅନ୍ତିମ ଅତିରିକ୍ତ ବୋନସ (ଯଦି ଲାଗୁ ହୁଏ) ରୂପେ ପ୍ରଦାନ କରାଯାଏ, ଯାହା ପରିପକ୍ୱତା ସମୟରେ ମିଳିଥାଏ।
ବୈକଳ୍ପିକ ରାଇଡର୍ସ: ଏହି ପଲିସି ସହିତ ଦୁଇଟି ବୈକଳ୍ପିକ ରାଇଡର୍‌ ନିଆଯାଇପାରେ – ଏଲଆଇସି ଦୁର୍ଘଟଣାଜନିତ ମୃତ୍ୟୁ ଓ ଅକ୍ଷମତା ଲାଭ ରାଇଡର୍‌ ଏବଂ ଏଲଆଇସି ନୂଆ ଟର୍ମ ଆଶ୍ୟୁରାନ୍ସ ରାଇଡର୍।

ଏଫ୍‌ଡି-ଆର୍‌ଡିଠାରୁ ଜୀବନ ଲକ୍ଷ୍ୟ କାହିଁକି ଉତ୍ତମ?
ଏଫ୍ଡି ଓ ଆର୍‌ଡିରେ ଆପଣଙ୍କୁ ନିର୍ଦ୍ଧିଷ୍ଟ ସୁଧ ମିଳିଥାଏ, କିନ୍ତୁ ସୁଧ ହାର ସମୟ ସହିତ ହ୍ରାସ ବା ବୃଦ୍ଧି ପାଇଥାଏ ଏବଂ ଟ୍ୟାକ୍ସ ପରେ ସଞ୍ଚୟ କମ ହୋଇଥାଏ। ଅନ୍ୟପକ୍ଷରେ, ଜୀବନ ଲକ୍ଷ୍ୟ ଯୋଜନା ଆପଣଙ୍କୁ ବୀମା ସୁରକ୍ଷା ସହିତ ବୋନସ ଓ ଲାଭାଂଶ ପ୍ରଦାନ କରିଥାଏ, ଯାହା ମୋଟ ରିଟର୍ନକୁ ବୃଦ୍ଧି କରିଥାଏ। ଏହା ସହିତ, ଆର୍ଥିକ ଜରୁରୀ ସ୍ଥିତିରେ ଏହା ଏକ ସୁରକ୍ଷା କବଚ ଭାବେ କାମ କରିଥାଏ। ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଏଲ୍‌ଆଇସି ଶାଖା କିମ୍ବା ଅଫିସିଆଲ ୱେବସାଇଟ୍‌ ସହ ଯୋଗାଯୋଗ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?