Posted inଜାତୀୟ

କେଜରିଓ୍ବାଲଙ୍କ କାର୍ଯ୍ୟର ଶ୍ରେୟ ନେଉଛନ୍ତି ଉପରାଜ୍ୟପାଳ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୯।୪ : ଆମ ଆଦମୀ ପାର୍ଟି ଦିଲ୍ଲୀର ଉପରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି , ଆପଣ ଗତ କିଛି ଦିନ ଧରି ଦେଖୁଥିବେ ଉପରାଜ୍ୟପାଳ ବିନୟ କୁମାର ସାକସେନା ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦେଖିବା ପାଇଁ ପହଞ୍ଚୁଛନ୍ତି ଏବଂ ପରେ ଏକ ଲମ୍ବା ପ୍ରେସ ବିଜ୍ଞପ୍ତି ଦେଉଛନ୍ତି। ଏଭଳି କରି ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି।
ଏଏପି ନେତା କହିଛନ୍ତି, ଏହା କିପରି ଉପରାଜ୍ୟପାଳଙ୍କର କାମ ହୋଇପାରିବ? ସେ ଜାଣିଶୁଣି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି? ଏହା ଆମ ତଥା ଆମର ମୁଖ୍ୟମନ୍ତ୍ରୀଙ୍କ ମହାନତା ଥିଲା, ସେ ଦିଲ୍ଲୀ ସରକାର, ଦିଲ୍ଲୀ ଜଳ ବୋର୍ଡ ଏବଂ ବନ୍ୟା ବିଭାଗ ଦ୍ୱାରା କରାଯାଉଥିବା କାର୍ଯ୍ୟ ବୁଲି ଦେଖିବା ପାଇଁ ଉପରାଜ୍ୟପାଳଙ୍କୁ ଅନୁମତି ଦେଇଥିଲେ। ଉପରାଜ୍ୟପାଳ ଆମକୁ କହୁଛନ୍ତି ଯଦି କୌଣସି ମନ୍ତ୍ରୀ ମୋ କାମର ଶ୍ରେୟ ନେବାକୁ ଚାହାଁନ୍ତି, ତେବେ ସେ ନେଇ ପାରନ୍ତି। ଉପରାଜ୍ୟପାଳ ନିଜ କାର୍ଯ୍ୟର ସୀମା ବାହାରେ ଥିବା କାମ କରୁଛନ୍ତି।

ଡିଗ୍ରୀ ସମ୍ପର୍କରେ ଉପରାଜ୍ୟପାଳ ଦେଇଥିବା ବିବୃତ୍ତି ଉପରେ ସେ କହିଛନ୍ତି ଯେ ଆମେ ତାଙ୍କୁୁ କହିବାକୁ ଚାହୁଁ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଗ୍ରୀ ଅର୍ଥ ଖର୍ଚ୍ଚ ହୋଇଥିବାର ଏକ ରସିଦ ବୋଲି କହିବା ହାସ୍ୟାସ୍ପଦ । ଆଇଆଇଟି ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ କହିବା ଦୂର ଦୃଷ୍ଟିର ଅଭାବ। ମୁଁ ଉପରାଜ୍ୟପାଳଙ୍କଠାରୁ ଜାଣିବାକୁ ଚାହେଁ ତାଙ୍କର କେତେଜଣ ସଚିବ ଡିଗ୍ରୀ ବିନା ଅଛନ୍ତି? ସେମାନେ ଡିଗ୍ରୀ ଥିବା ଲୋକଙ୍କୁ କାହିଁକି ନିଯୁକ୍ତି ଦେଇଛନ୍ତି? ଡିଗ୍ରୀ ବିନା ରାସ୍ତାରେ ବୁଲୁଥିବା ଲୋକଙ୍କୁ ନିଯୁକ୍ତ କରୁଛନ୍ତି କି? ଆମର ସଚିବଙ୍କର ଏକ ଡିଗ୍ରୀ ରହିବା ଉଚିତ, ଯେଉଁ ଡାକ୍ତରମାନେ ଚିକିତ୍ସା କରିବେ, ସେମାନଙ୍କର ଡିଗ୍ରୀ ରହିବା ଆବଶ୍ୟକ। କିନ୍ତୁ ଡିଗ୍ରୀର ବିନା ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟ କରିପାରିବେ, ଡିଗ୍ରୀ ବିନା ପ୍ରଧାନମନ୍ତ୍ରୀ ବି ରହିପାରିବେ, ଏହାକୁ ମନା ନାହିଁ।

ସମସ୍ତ କାର୍ଯ୍ୟ ଦିଲ୍ଲୀ ସରକାର କରୁଛନ୍ତି, କିନ୍ତୁ ଉପରାଜ୍ୟପାଳ ସେଠାକୁ ଯାଇ ଡିଣ୍ଡିମ ପିଟୁଛନ୍ତି ଯେ, ଏହା ମୁଁ କରିଛି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସୌରଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?