ବାଲେଶ୍ୱର ରେଳ ଡିଭିଜନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଓ ନୀଳଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ଦାବି କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାଲେଶ୍ୱର ଏବଂ ସମୁଦାୟ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ବୃହତ୍ତର ଯୋଜନା ପ୍ରସ୍ତୁତ କରିବା ସମୟରେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ। ସମ୍ପ୍ରତି ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ ଅଧୀନରେ ରହିଛି। ଫଳରେ ରେଳ ମନ୍ତ୍ରଣାଳୟର ନୀତି ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଓ ଉତ୍ତର ଓଡ଼ିଶାର ସ୍ବାର୍ଥ ସ୍ଥାନ ପାଇପାରୁନାହିଁ। ସେଥିପାଇଁ ବାଲେଶ୍ୱରରେ ଏକ ରେଳ ଡିଭିଜନ ଯଥାଶୀଘ୍ର ପ୍ରତିଷ୍ଠା କରାଗଲେ ମୃତ ଶିଳ୍ପଗୁଡିକର ସହର ଭାବରେ ପରିଚିତ ହେବାକୁ ଯାଉଥିବା ବାଲେଶ୍ୱରର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ।

ସେହିପରି ଉତ୍ତର ଓଡ଼ିଶାର ୮୦ କିଲୋମିଟର ଦୀର୍ଘ ବେଳାଭୂମି ସହିତ ନୀଳଗିରି ଏବଂ ମୟୂରଭଞ୍ଜ ପାର୍ବତ୍ୟାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏକାଠି କରିବା ପାଇଁ ନୀଳଗିରିରୁ ମୟୂରଭଞ୍ଜକୁ ରେଳ ଲାଇନ୍‌ ସଂଯୁକ୍ତ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ପର୍ଯ୍ୟଟନର ବିକାଶ ଘଟିବ। ତତ୍‌ସହିତ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠଗୁଡିକୁ ରେଳପଥ ସଂଯୋଗ କରିବାକୁ ମଧ୍ୟ ସେ ଦାବି ରଖବଛନ୍ତି। ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାହା ସାକାର ହୋଇପାରିନାହିଁ। ଅନୁରୂପ ଭାବରେ ରୂପ୍‌ସା-ବାଙ୍ଗିରପୋଷି ରେଳ ଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅସରନ୍ତି ଆଲୋଚନା ଚାଲିଛି। ଏହା ନିର୍ମାଣ କରାଗଲେ ଜାମସେଦପୁର ସହିତ କମ୍‌ ଦୂରତା ବିଶିଷ୍ଟ ଯୋଗାଯୋଗ ସମ୍ଭବ ହେବ ଓ ଏହା ଏହି ଅଞ୍ଚଳର ଅର୍ଥନୀତି ପାଇଁ ବିଶେଷ ଫାଇଦା ପହଞ୍ଚାଇ ପାରିବ। ବାଲେଶ୍ୱର ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ସୁଯୋଗ ରହିଛି। ଏ କ୍ଷେତ୍ରରେ ରେଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀଙ୍କ ସୁରକ୍ଷା ପାଇଁ ରଣନୀତି: ଷ୍ଟେଶନ, ସଙ୍ଗରୋଧ କେନ୍ଦ୍ରରେ ଅଧିକ ପୋଲିସ ମୁତୟନ ହେବେ

କଟକ ଅଫିସ,୩।୫: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ଆରମ୍ଭ ହୋଇଗଲାଣି। ସ୍ବତନ୍ତ୍ର ଟ୍ରେନ୍‌ ଏବଂ ବସ୍‌ରେ ସେମାନେ ଓଡ଼ିଶା ଫେରୁଛନ୍ତି।...

ବଦଳିଲେ ୩ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ପୂର୍ବରୁ...

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,...

ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶକୁ ନେଇ ପ୍ରତିଷେଧ ମୂଳକ ପଦକ୍ଷେପ: କୋଷ୍ଟଗାର୍ଡ, ମେରାଇନ ପୋଲିସକୁ ଚିଠି ଲେଖିଲେ ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ବାହାର ରାଜ୍ୟରୁ କେହି ଲୋକ ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶ କରିବାକୁ ନେଇ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ...

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର...

ଡଷ୍ଟବିନ୍‌ରୁ ମିଳିଲା ନରକଙ୍କାଳ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସ୍ଥାନୀୟ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲ ପଛପଟେ ଥିବା ଏକ ଡଷ୍ଟବିନରୁ ଶୁକ୍ରବାର ନରକଙ୍କାଳ ଉଦ୍ଧାର କରାଯାଇଛି। ଜଣେ ସଫେଇ କର୍ମଚାରୀ ସକାଳେ ଡଷ୍ଟବିନ୍‌ ସଫା...

ରଥଯାତ୍ରା ପାଇଁ ସାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି

ପୁରୀ ଅଫିସ,୨୭।୬: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଜୋରଦାର ପ୍ରସ୍ତୁତି କରାଯାଉଛି। ତେବେ ରଥଯାତ୍ରାର ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ...

ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କୁ ମିଳିବ ପେନ୍‌ସନ ସୁବିଧା: ସରକାରଙ୍କୁ ହାଇକୋର୍ଟଙ୍କ ଆଦେଶ

କଟକ ଅଫିସ, ୭।୧୨: ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ ସୁବିଧା ଯୋଗାଇଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲା ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର...

Advertisement
Archives

Model This Week