ଆସ ଆନ୍ଦୋଳନ କରିବା

ଶ୍ୱେତପଦ୍ମାସିନୀ ମହାନ୍ତି

ଏବେ ଯେଉଁଠି ଦେଖ, ସେଠି ଆନ୍ଦୋଳନ। କେତେ ସମସ୍ୟା, କେତେ ଦାବି, ନ୍ୟାୟ ପାଇଁ, ଚାକିରି ପାଇଁ, ବେକାରି ପାଇଁ, ଚାଷ ପାଇଁ, ବାସ ପାଇଁ, ରୋଗ ପାଇଁ, ରୋଗୀ ପାଇଁ, ରାସ୍ତା ପାଇଁ, ବନ୍ୟା ପାଇଁ, ବାତ୍ୟା ପାଇଁ, ଏମିତି କେତେ ଯେ ସମସ୍ୟା ଆମ ମୁଣ୍ଡକୁ ଗ୍ରାସେ, ଆଉ ତା’ର ସମାଧାନ ଏବଂ ସାହାଯ୍ୟ ପାଇଁ ଆମେ କରିବସୁ ଆନ୍ଦୋଳନ- ରାସ୍ତାରୋକୋ, ସହର ବନ୍ଦ, ଚକା ଜାମ ଇତ୍ୟାଦି ଇତ୍ୟାଦି। ସଫଳତା ମିଳେ ଖୁବ୍‌ କମ୍‌, କିନ୍ତୁ ଖୋଳତାଡ଼ ହୁଏ ବହୁତ ବେଶି। ଏହି ସମସ୍ୟାରେ ଲୁଣ, ଲଙ୍କା ମିଶାଇ ଆହୁରି ତିର୍ଯ୍ୟକ କରି ଜନମାନସରେ ପରଷି ଦିଅନ୍ତି ଗଣମାଧ୍ୟମଗୁଡ଼ିକ। ୟାକୁ ଜାତି, ବର୍ଣ୍ଣ, ଧର୍ମ ତଥା ଦଳୀୟ ଘୃଣା, ତିତିକ୍ଷାରେ ଭରି ରାଜନୀତି କରୁଥିବା ବିଭିନ୍ନ ଦଳଗୁଡ଼ିକ ସାଧାରଣ ଜନତାର ବୁଦ୍ଧି, ବିବେକକୁ ପେଷିଦିଅନ୍ତି। ଏସବୁ ବଡ଼ ଗହନ କଥା। ଆମ ପରି ମଣିଷ ଏହାର ମଞ୍ଜକୁ ଜାଣିପାରିବା ନାହିଁ।
ବର୍ତ୍ତମାନ ଆମ ଓଡ଼ିଶାବାସୀଙ୍କ ପ୍ରକୃତ ଆନ୍ତରିକ ଦାବି ଉପରେ କିଛି ଆଲୋଚନା କରିବା। କଳିଙ୍ଗପୁତ୍ର ‘ବିଜୁବାବୁ’ଙ୍କୁ ଏଯାଏ ‘ଭାରତରତ୍ନ’ ଉପାଧି ଦିଆଗଲା ନାହିଁ। କିନ୍ତୁ ଦିଆଯିବା କଥା। ବାରମ୍ବାର ଏ ପ୍ରସଙ୍ଗ ଜନମାନସରୁ ଉଠି ସରକାରୀ, ବେସରକାରୀ ସ୍ତର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ବର୍ଷ ପରେ ବର୍ଷ ବିତିଛି। ବିଜୁବାବୁଙ୍କ ଗରିମାମୟ ପୁରୁଷାର୍ଥ, କାର୍ଯ୍ୟଧାରା, ସେବା, ନିର୍ଭୀକତା, ଓଡ଼ିଶାର ବିକାଶ ପାଇଁ ଅଦ୍ୱିତୀୟ ଉଦ୍ୟମ, ଦେଶପ୍ରୀତି ଏବଂ ରାଷ୍ଟ୍ରନୀତିଜ୍ଞ ଅଭିଜ୍ଞତା ତଥା ବିରଳ ସଫଳତା ଯେ ବିଶ୍ୱବିଦିତ ଏଥିରେ ସନ୍ଦେହ ନାହିଁ। ହେଲେ ତାଙ୍କୁ ‘ଭାରତରତ୍ନ’ ଉପାଧି ଦେବାକୁ କେନ୍ଦ୍ରର ଏତେ ଦ୍ୱନ୍ଦ୍ୱ, ଏତେ ପଛଘୁଞ୍ଚାର କାରଣ କ’ଣ?
ଦ୍ୱିତୀୟ କଥା ହେଲା, ହୀରାକୁଦ ଡ୍ୟାମ୍‌ ନେହେରୁଙ୍କ ଅମଳରେ ଓଡ଼ିଶାରେ ହୋଇଥିଲା। ତା’ପରେ ସେହିଭଳି ଆଉ ଗୋଟାଏ ଡ୍ୟାମ୍‌ର ବର୍ତ୍ତମାନ ଯେ କେତେ ଆବଶ୍ୟକତା ରହିଛି, ତାହା ଉଭୟ ସରକାର ଜାଣନ୍ତି। ଜଳସେଚନ, କୃଷିର ଉନ୍ନତି, ବିଦ୍ୟୁତ୍‌ ଉତ୍ପାଦନ, ପ୍ରାକୃତିକ ବନ୍ୟା କବଳରୁ ଧନ, ଜୀବନ ରକ୍ଷା ସହ ବେରୋଜଗାରି ଦୂର କରିବା ପାଇଁ ଆଉ ଗୋଟିଏ ସେହିଭଳି ବିଶାଳ ଡ୍ୟାମ୍‌ ଓଡ଼ିଶା ଆବଶ୍ୟକ କରୁନାହିଁ କି?
ତୃତୀୟରେ, ମାର୍ଚ୍ଚ ୨୦୨୧ରେ ‘ଧରିତ୍ରୀ’ରେ ପ୍ରକାଶିତ ଅନିଲ କୁମାର ବିଶ୍ୱାଳଙ୍କ ଲିଖିତ ‘କୋଣାର୍କର ପୁନଃ ନିର୍ମାଣ’ ପ୍ରସଙ୍ଗ ପଢ଼ିଲେ ଯେ କୌଣସି ଓଡ଼ିଆ ନିଶ୍ଚୟ ଭାବିବାକୁ ବାଧ୍ୟ ହୋଇଯିବ ଯେ, ଆମର କଳା, ଭାସ୍କର୍ଯ୍ୟର ନୈପୁଣ୍ୟକୁ ବିଶ୍ୱବିଦିତ କରିବା, ଐତିହ୍ୟ, ପର୍ଯ୍ୟଟନର ବିକାଶ ପାଇଁ ଯୋଜନା କରି ପ୍ରଦେଶର ଆର୍ଥିକ ମାନଦଣ୍ଡ ବଢ଼ାଇବା ଏବଂ ସେଥିପାଇଁ ‘କୋଣାର୍କ’ ପରି ଅତି ଆଶ୍ଚର୍ଯ୍ୟ, ଅଦ୍ୱିତୀୟ ମନ୍ଦିରର ପୁନଃ ନିର୍ମାଣ ହେବା ବାଞ୍ଛନୀୟ- ନୁହେଁ କି? ଅନ୍ୟ ରାଜ୍ୟଗୁଡ଼ିକ ଯଦି କରିପାରିଲେଣି, ଆମେ ତେବେ ନ କରିବା କିଆଁ? ଏହା ଆମ ପାଇଁ ବର୍ତ୍ତମାନ ଏକ ଆହ୍ବାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲିଗୁଡ଼ାଏ କୋଠାବାଡ଼ି, ମଲ୍‌, ପାର୍କରେ ରାଜ୍ୟ ଭରିଗଲାଣି, ଆଉ କ୍ଷୟ ହେବାକୁ ବସିଲାଣି ଦୁର୍ଲଭ ଐତିହ୍ୟ କୀର୍ତ୍ତି।
ଏଣୁ ଆସନ୍ତୁ ଶସ୍ତା କଥାରେ ନ ମାତି ଆମେ ସାଢ଼େ ଚାରିକୋଟି ଓଡ଼ିଶାବାସୀ ଆମ ସଂସ୍କୃତିର ସଂରକ୍ଷଣ ଆଉ ପ୍ରସାରଣ ପାଇଁ ଉଦ୍ୟମ କରିବା। ଏହାକୁ ପ୍ରସଙ୍ଗ କରି ସଫଳ ହେବା ଦିଗରେ ତନ, ମନ, ଧନ ଦେଇ ଲାଗି ପଡ଼ିବା। ଖାଲି ଏଣୁତେଣୁ ପ୍ରସଙ୍ଗରେ ଡେଇଁପଡ଼ି ଦେଶର, ଜାତିର, ମାନବ ସମାଜର ଗୁଡ଼ାଏ କ୍ଷୟକ୍ଷତି ଘଟାଇ ଆନ୍ଦୋଳନ କଲେ କି ଲାଭ! ଏପଟେ ଆନ୍ଦୋଳନ କରି ଆମେ ମାଡ଼ ଖାଇ ଅଖିଆ ଅପିଆ ପଡ଼ିଥିବା, ସେପଟେ ‘ମାରି ନେଇଥିବେ ମହାପାତ୍ରେ’।
ଆମ ମୁଣ୍ଡ ଯେଉଁ ନୁଖୁରାକୁ ସେଇ ନୁଖୁରା। ଆମେ ଯେ ନ୍ୟସ୍ତ ସ୍ବାର୍ଥପର ଗୋଷ୍ଠୀଙ୍କ ଦ୍ୱାରା ବ୍ୟବହୃତ ହେଉଛେ, ତାହା ଆମର ହୃଦୟଙ୍ଗମ ହେଲେ ପରିବର୍ତ୍ତନ ସମ୍ଭବ ହେବ। ଆମର ହକ୍‌ ଦାବି ହାସଲ ପାଇଁ ଆନ୍ଦୋଳନର ନେତୃତ୍ୱ ନେବାକୁ, ସଂଶ୍ଳିଷ୍ଟ ହେବାକୁ ଦେଶପ୍ରେମୀ ନେତା ଓ ଜନତାର ଅଭାବ ମୋଟେ ନାହିଁ। ଖାଲି ଦରକାର ଉତ୍ସାହ, ପ୍ରେରଣା, ଦୃଢ଼ ମନୋବଳ।
ଓଡ଼ିଶାର ବୁଦ୍ଧିଜୀବୀମାନେ ଜାଗ୍ରତ ହେଲେ, ଧନପତିମାନେ ପୃଷ୍ଠପୋଷକତା କଲେ, ଜନତା ସଚେତନ ହେଲେ, ଏ ଆନ୍ଦୋଳନ ନିଶ୍ଚୟ ସଫଳ ହେବ। ଲକ୍ଷ୍ୟ ପୂରଣ ହେବ। ବିଜୁବାବୁ ‘ଭାରତରତ୍ନ’ରେ ବିଭୂଷିତ ହେବେ। ଦ୍ୱିତୀୟ ହୀରାକୁଦ ଡ୍ୟାମ୍‌ ପ୍ରତିଷ୍ଠା ହେବ ଏବଂ ସେଇ ଆଶ୍ଚର୍ଯ୍ୟମୟ କଳା ନୈପୁଣ୍ୟକୁ ନେଇ ପୁନଃ ‘କୋଣାର୍କ’ଟିଏ ନିର୍ମାଣ ହୋଇପାରିବ। ଓଡ଼ିଆ କ’ଣ କରିପାରେ, ତାହା ବିଶ୍ୱ ଦେଖିବ। ଏହା ଆମର ସ୍ବାଭିମାନର କଥା।
ମୋ: ୯୪୩୯୬୧୮୬୨୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri