ବଜାର ହାଟରେ ହାଉଯାଉ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଯାହା ଆଶଙ୍କା କରାଯାଉଥିଲା, ଶେଷରେ ସେୟା ହେଲା। ପୁଣି ବଢ଼ିଲା ସଂକ୍ରମଣ। କଟକ ପରେ ଏବେ ଭୁବନେଶ୍ୱରରେ କରୋନା ମହାମାରୀ ପୁଣି ଉଗ୍ର ହୋଇଉଠୁଥିବାବେଳେ ଇତିମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗତ ୪ଦିନ ଭିତରେ ସହରରେ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଇବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଭୁବନେଶ୍ୱରସ୍ଥିତ ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଏକ୍ସଆଇଏମ୍‌ବି) କ୍ୟାମ୍ପସ୍‌ରୁ ୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଏବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ମନ୍ଦିରକୁ ମଧ୍ୟ ସଂକ୍ରମଣ ପଶିଲାଣି। ପ୍ରଶାସନ କଟକଣା ଓ ସତର୍କ ସୂଚନା ଜାରି କରି ଚୁପ୍‌ ବସୁଥିବାରୁ ଲୋକେ କିଛି ବି ମାନୁ ନାହାନ୍ତି। ହାଟ ବଜାରରେ ହାଉଯାଉ ଭିଡ଼। ସାମାଜିକ ଦୂରତ୍ୱ କଥା ଦୂରେ ଥାଉ, ପାଦ ପକାଇବାକୁ ମଧ୍ୟ ଜାଗା ମିଳୁନି। ହସ୍ପିଟାଲର ସ୍ଥିତି ନ କହିଲେ ଭଲ। କାହା ମୁହଁରେ ମାସ୍କ ନାହିଁ ତ ଆଉ କିଏ ମାସ୍କକୁ କାନରେ ଝୁଲାଇ ଭିଡ଼ରେ ଭିଡି ହେଉଥିବା ଦେଖିବାକୁ ମିଳୁଛି। ଏହି ଢ଼ିଲା କଟକଣା ଓ ନିଷ୍କ୍ରିୟ ଗାଇଡ୍‌ଲାଇନ୍‌ ଏବେ ସଂକ୍ରମଣ ବୃଦ୍ଧିକୁ ସୁଯୋଗ ଦେଉଥିବା ବାରିହୋଇପଡୁଛି। ସ୍ଥିତି ବିଗୁଡୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ଚେତା ପଶିଛି। ଏପଟେ କରୋନା ଲଢ଼େଇରେ ସାବାସି ନେଇଥିବା କମିଶନରେଟ ପୋଲିସ ମଧ୍ୟ ସେପରି କଡ଼ା ଆଭିମୁଖ୍ୟ ଗ୍ରହଣ କରୁ ନ ଥିବାରୁ ଏହା ମଧ୍ୟ ସଂକ୍ରମଣକୁ ସୁହାଉଥିବା କୁହାଯାଉଛି। ପୋଲିସର ନିଦ ଭାଙ୍ଗିବା ବେଳକୁ ସହରକୁ କରୋନା ପୁଣି ଗିଳି ସାରିଥିବ ବୋଲି ବର୍ତ୍ତମାନର ସ୍ଥିତିରୁ ଜଣାପଡୁଛି।
ସେବାୟତଙ୍କ ସମେତ ପରିବାରର ୪ ପଜିଟିଭ୍‌
ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ପରିବାରର ଅନ୍ୟ ୩ଜଣ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମନ୍ଦିରରେ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ମନ୍ଦିରରେ ଆଉ କେଉଁମାନେ ସଂକ୍ରମିତ ହୋଇଛନ୍ତି ତା’ର ମଧ୍ୟ ଅନୁଧ୍ୟାନ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri