‘ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିର ନ ରହୁ’

ପୁରୀ ଅଫିସ,୨୮ା୫: ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ଶୁକ୍ରବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ସହ ସେ କେତେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ନେଇ ସୁବ୍ରମଣ୍ୟମ କହିଛନ୍ତି, ପରିକ୍ରମା ପ୍ରକଳ୍ପ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେଣୁ ସେ ବିଷୟରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ମୋର ଜଣେ ଭଲ ବନ୍ଧୁ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବି। ସେହିଭଳି ମନ୍ଦିର ସବୁବେଳେ ବିଚାରଧାରାର କେନ୍ଦ୍ର। ଏଣୁ ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିରଗୁଡ଼ିକ ରହିବା ଉଚିତ୍‌ ନୁହଁ। ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପୂର୍ବରୁ ଅନେକ ବ୍ୟକ୍ତି ତାଙ୍କୁ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା ହୋଇନାହିଁ। ବିରାଟ ହିନ୍ଦୁସ୍ତାନ ସଙ୍ଗମର ମହାମନ୍ତ୍ରୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେବା ପାଇଁ ଏଠାକୁ ଆସିଥିଲେ। ଟ୍ରାଭଙ୍କୋର ରାଜବଂଶର ଏକ କାର୍ଯ୍ୟକ୍ରମ ଏବଂ ପଦ୍ମନାଭ ସ୍ବାମୀ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଗଲା। ଏହି ଅବସରରେ ଦେଶର ରାଜନୈତିକ ସ୍ଥିତି, ସୀମା ସଙ୍କଟ, ରାଜ୍ୟସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଚୀନ ବୈଦଶିକ କୁଟନୀତି ଭାରତର ରାଜନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ଭାରତର ବୈଦଶିକ ନୀତି ଦୁର୍ବଳ ହୋଇପଡ଼ିଛି। ନେହେରୁଙ୍କ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ କୁଟନୀତିକୁ ମୁକାବିଲାରେ କରିବାରେ ଭାରତ ବିଫଳ ହେଉଛି। ଚୀନ ଭାରତ ପାଇଁ ବଡ଼ ସଙ୍କଟରେ ପରିଣତ ହୋଇଛି। ସୁବ୍ରମଣ୍ୟମ୍‌ ଅର୍ଥଶାସ୍ତ୍ରର ଜଣେ ଶ୍ରେଷ୍ଠ ବିଦ୍ୱାନ୍‌। ଦେଶ ବିଦେଶରେ ତାଙ୍କର ଖ୍ୟାତି ରହିଛି। ଏଣୁ ସୀମା ବିବାଦ ଓ ଅର୍ଥନୀତିକ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛି। ସେହିଭଳି ଧାର୍ମିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ ସର୍ବଦା ଧାର୍ମିକ ଗୁରୁମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହେବା ଉଚିତ। ସରକାର ସହଯୋଗ କରନ୍ତୁ ମାତ୍ର ହସ୍ତକ୍ଷେପ ନ କରିବା ଉଚିତ୍‌। ମନ୍ଦିର ସୁରକ୍ଷା ପାଇଁ ସରକାର ସହଯୋଗ କରିବା ଉଚିତ। ମଠ ଓ ମନ୍ଦିରକୁ ସରକାର ପ୍ରଥମେ ଧ୍ୱଂସ କରିଦେଲେ। ଏବେ ମଠର ନବୀକରଣ କରିବାକୁ ଚାହୁଁଛନ୍ତି। ଯଦି ସରକାର ମଠର ସପକ୍ଷବାଦୀ ତେବେ ମଠ ଭାଙ୍ଗିଲେ କାହିଁକି। ସରକାର ଧାର୍ମିକସ୍ଥଳୀରେ କୌଣସି ବିକାଶ କିମ୍ବା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୋ’ ସହ ସମ୍ପର୍କ କରନ୍ତୁ। ମାତ୍ର ସରକାର କୌଣସି ଭୁଲ ପଦକ୍ଷେପ ନେଲେ ମୁଁ ଚୁପ୍‌ ରହିବି ନାହିଁ। ଅନ୍ୟପକ୍ଷରେ ସୁବ୍ରମଣ୍ୟମଙ୍କ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ତାଙ୍କର କୌଣସି ଆଲୋଚନା ହୋଇନାହିଁ ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri