‘ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିର ନ ରହୁ’

ପୁରୀ ଅଫିସ,୨୮ା୫: ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ଶୁକ୍ରବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ସହ ସେ କେତେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ନେଇ ସୁବ୍ରମଣ୍ୟମ କହିଛନ୍ତି, ପରିକ୍ରମା ପ୍ରକଳ୍ପ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେଣୁ ସେ ବିଷୟରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ମୋର ଜଣେ ଭଲ ବନ୍ଧୁ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବି। ସେହିଭଳି ମନ୍ଦିର ସବୁବେଳେ ବିଚାରଧାରାର କେନ୍ଦ୍ର। ଏଣୁ ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିରଗୁଡ଼ିକ ରହିବା ଉଚିତ୍‌ ନୁହଁ। ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପୂର୍ବରୁ ଅନେକ ବ୍ୟକ୍ତି ତାଙ୍କୁ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା ହୋଇନାହିଁ। ବିରାଟ ହିନ୍ଦୁସ୍ତାନ ସଙ୍ଗମର ମହାମନ୍ତ୍ରୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେବା ପାଇଁ ଏଠାକୁ ଆସିଥିଲେ। ଟ୍ରାଭଙ୍କୋର ରାଜବଂଶର ଏକ କାର୍ଯ୍ୟକ୍ରମ ଏବଂ ପଦ୍ମନାଭ ସ୍ବାମୀ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଗଲା। ଏହି ଅବସରରେ ଦେଶର ରାଜନୈତିକ ସ୍ଥିତି, ସୀମା ସଙ୍କଟ, ରାଜ୍ୟସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଚୀନ ବୈଦଶିକ କୁଟନୀତି ଭାରତର ରାଜନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ଭାରତର ବୈଦଶିକ ନୀତି ଦୁର୍ବଳ ହୋଇପଡ଼ିଛି। ନେହେରୁଙ୍କ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ କୁଟନୀତିକୁ ମୁକାବିଲାରେ କରିବାରେ ଭାରତ ବିଫଳ ହେଉଛି। ଚୀନ ଭାରତ ପାଇଁ ବଡ଼ ସଙ୍କଟରେ ପରିଣତ ହୋଇଛି। ସୁବ୍ରମଣ୍ୟମ୍‌ ଅର୍ଥଶାସ୍ତ୍ରର ଜଣେ ଶ୍ରେଷ୍ଠ ବିଦ୍ୱାନ୍‌। ଦେଶ ବିଦେଶରେ ତାଙ୍କର ଖ୍ୟାତି ରହିଛି। ଏଣୁ ସୀମା ବିବାଦ ଓ ଅର୍ଥନୀତିକ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛି। ସେହିଭଳି ଧାର୍ମିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ ସର୍ବଦା ଧାର୍ମିକ ଗୁରୁମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହେବା ଉଚିତ। ସରକାର ସହଯୋଗ କରନ୍ତୁ ମାତ୍ର ହସ୍ତକ୍ଷେପ ନ କରିବା ଉଚିତ୍‌। ମନ୍ଦିର ସୁରକ୍ଷା ପାଇଁ ସରକାର ସହଯୋଗ କରିବା ଉଚିତ। ମଠ ଓ ମନ୍ଦିରକୁ ସରକାର ପ୍ରଥମେ ଧ୍ୱଂସ କରିଦେଲେ। ଏବେ ମଠର ନବୀକରଣ କରିବାକୁ ଚାହୁଁଛନ୍ତି। ଯଦି ସରକାର ମଠର ସପକ୍ଷବାଦୀ ତେବେ ମଠ ଭାଙ୍ଗିଲେ କାହିଁକି। ସରକାର ଧାର୍ମିକସ୍ଥଳୀରେ କୌଣସି ବିକାଶ କିମ୍ବା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୋ’ ସହ ସମ୍ପର୍କ କରନ୍ତୁ। ମାତ୍ର ସରକାର କୌଣସି ଭୁଲ ପଦକ୍ଷେପ ନେଲେ ମୁଁ ଚୁପ୍‌ ରହିବି ନାହିଁ। ଅନ୍ୟପକ୍ଷରେ ସୁବ୍ରମଣ୍ୟମଙ୍କ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ତାଙ୍କର କୌଣସି ଆଲୋଚନା ହୋଇନାହିଁ ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri