ଚିଲିକା ପାଇଁ ସ୍ବତନ୍ତ୍ର ନୀତି ହେଉ: ବିରୋଧୀ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜ୍ୟ ସରକାର ଉଭୟ ଚିଲିକାର ଗୁଣବତ୍ତା ଓ ମତ୍ସ୍ୟଜୀବୀମାନଙ୍କର ଜୀବିକାକୁ ସାମଗ୍ରିକ ଓ ସାମୂହିକ ଭାବେ ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଶୁକ୍ରବାର ବିରୋଧୀଙ୍କ ଆଗତ ମୁଲତବୀ ଆଲୋଚନା ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି , ଚିଲିକା ହେଉଛି ବିବିଧତାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏସିଆ ମହାଦେଶର ବୃହତମ ହ୍ରଦ। ଏଥିରେ ଇରଓ୍ବାଡି ଡଲଫିନ, ୮୮୪ ପ୍ରଜାତିର ଉଦ୍ଭିଦ ଏବଂ ୩୩୬ ପ୍ରଜାତିର ମାଛ ମଧ୍ୟ ଦେଖାଯାଆନ୍ତି। ହ୍ରଦଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀମାନଙ୍କର ଶୀତଦିନିଆ ବାସସ୍ଥଳୀ ଅଟେ। ଚିଲିକାରେ ଶୀତଦିନେ ୨୨୮ ପ୍ରଜାତିର ପକ୍ଷୀମାନଙ୍କର ସମାଗମ ହୋଇଥାଏ। ମତ୍ସ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୧,୮୯,୯୫୮ ସଂଖ୍ୟକ ମତ୍ସ୍ୟଜୀବୀ ଚିଲିକା ଉପରେ ନିଜର ଜୀବନ ଜୀବିକା ପାଇଁ ନିର୍ଭରଶୀଳ ହୋଇଥାଆନ୍ତି । ଚିଲିକା ଅଞ୍ଚଳରେ ୨୦୦ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗଠନ କରାଯାଇଛି। ଏହି ସମିତିଗୁଡ଼ିକରେ ୪୫,୮୧୨ ଜଣ ସଭ୍ୟ ଅଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ୧୪୧ ଟିପିଏଫ୍‌ସିକୁ ୨ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରାଯାଇଛି। ମତ୍ସ୍ୟଜୀବୀଙ୍କ ଆର୍ଥିକ ତଥା ସାମାଜିକ ଉନ୍ନତି ନିମନ୍ତେ ସରକାରୀ ନିବନ୍ଧକ ସମିତି(ମତ୍ସ୍ୟ) ଚିଲିକା ମଣ୍ଡଳକୁ ୭ କୋଟି ୯୯ ଲକ୍ଷ ୬୦ ହଜାର ଟଙ୍କାର ଅନୁଦାନ ଦେଇଛନ୍ତି। ଏହାଦ୍ୱାରା ଚିଲିକା ଅଞ୍ଚଳର ୬୦୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଋଣ ପାଇ ଉପକୃତ ହୋଇଛନ୍ତି।
ଚିଲିକା ହ୍ରଦରେ ୩୩୬ ପ୍ରକାର ମାଛ, ୨୯ ପ୍ରଜାତିର ଚିଙ୍ଗୁଡ଼ି, ୩୫ ପ୍ରଜାତିର କଙ୍କଡ଼ା ରହିଛନ୍ତି। ଚିଲିକାରୁ ୨୦୨୧-୨୨ରେ ୧୨୨୧୮୭.୫୮ ମେଟ୍ରିକ ଟନ ମାଛ, ୬୭୬୨.୦୨ ଟନ ଚିଙ୍ଗୁଡ଼ି ଏବଂ ୪୮୭.୭୦ ମେଟ୍ରିକ ଟନ କଙ୍କଡ଼ା ଉତ୍ପାଦିତ ହୋଇଛି। ୧, ୪୧, ୫୨୮ ସଂଖ୍ୟକ ମତ୍ସ୍ୟଜୀବୀଙ୍କୁ ଗୋଷ୍ଠୀ ବୀମା ଦୁର୍ଘଟଣା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ମାଛ ବିକ୍ରୟ ସୁବିଧା ନିମନ୍ତେ ୯ଟି ମାଛ କିୟୋସ୍କ ପ୍ରତିଷ୍ଠା ପାଇଁ ୯ ଜଣ ହିତାଧିକାରୀଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇଛି। ଚିଲିକା ମତ୍ସ୍ୟଜୀବୀ ପରିବାରର ୧୮୪୯ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ମେଧାବୃତ୍ତି ବାବଦରେ ୯୫.୨୮ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଚିଲିକା ପରିପାର୍ଶ୍ୱରେ ଥିବା ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ଟାଙ୍ଗୀ ଓ ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲାର ଖଲିକୋଟ ଓ ଗଞ୍ଜାମ ବ୍ଲକଗୁଡ଼ିକରେ ମତ୍ସ୍ୟଚାଷର ବିକାଶ ପାଇଁ ୧୨୭ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରିବା ପାଇଁ ସହାୟତା ଦିଆଯାଇଛି। ମତ୍ସ୍ୟ ପୋଖରୀ ଯୋଜନାରେ ୧୬୨ଟି ନୂତନ ପୋଖରୀ ଖୋଳାଯାଇ ୨୨୧.୦୨ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପ୍ରତିମାସରେ ଚିଲିକା ହ୍ରଦର ଗୁଣବତ୍ତାର ପରୀକ୍ଷଣ କରୁଛନ୍ତି। ପ୍ରତି ବର୍ଷ ହେଲ୍‌ଥ ରିପୋର୍ଟ କାର୍ଡ ପ୍ରକାଶ କରାଯାଉଛି।
ଚିଲିକା କୂଳରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ୨୦% ଲୋକ ମାଛ ଧରିବା ଉପରେ ନିର୍ଭର କରୁଥିବା ବେଳେ ଅନ୍ୟ ଲୋକମାନେ ମଧ୍ୟ ଚିଲିକା ଉପରେ ନିର୍ଭର କରୁଛନ୍ତି। ଚିଲିକା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକୁ ଜଳସେଚନ ସୁବିଧା ନାହିଁ। ସରକାର ଚିଲିକା ପାଇଁ ଏକ ସ୍ବତନ୍ତ୍ର ନୀତି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ମୁଲତବୀ ଆଲୋଚନାରେ ଭାଗ ନେଇ ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଚିଲିକାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭।୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍‌...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri