Posted inଜାତୀୟ

ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…

ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର ସାମାନାରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ହିନ୍ଦୁତ୍ୱ ନାମରେ ଆରମ୍ଭ ହୋଇଥିବା ହଙ୍ଗାମାକୁ ସମର୍ଥନ କରାଯାଇପାରିବ ନାହିଁ। ହିନ୍ଦୁତ୍ୱ ଏକ ସଂସ୍କୃତି ଏବଂ ସଂସ୍କାର। ଏହାକୁ ନେଇ ହଙ୍ଗାମା କରାଯିବା ଉଚିତ ନୁହେଁ।

ସାମନାରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଏହି ରାଜ୍ୟରେ ହନୁମାନ ଚାଳିସା ଜପିବା କରିବା ନିଷେଧ ନୁହେଁ। ଏହା ସତ୍ତ୍ୱେ କାହିଁକି ରାଣା ଦମ୍ପତି ଅମରାବତୀ ଏମ୍‌ପି ନବନୀତ୍‌ ରାଣା ଏବଂ ସ୍ବାମୀ ବିଧାୟକ ରବି ରାଣା ମାତୋଶ୍ରୀ ଆଗରେ ଏହାକୁ ଜପ କରିବାକୁ ଚାହୁଁଥିଲେ?

ଶିବସେନା କହିଛି ଯେ ଯଦି ସେମାନେ ଜାତୀୟସ୍ତରରେ ହନୁମାନ ଚାଳିସା ଜପ କରିବାକୁ ଚାହାଁନ୍ତି, ତେବେ ସେମାନେ ମାତୋଶ୍ରୀ ବଦଳରେ ଲୋକ ସଭା ବାଚସ୍ପତି ଓମ ର୍ବିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ଜପ କରିବା ଉଚିତ।

ଶିବସେନା ଅଭିଯୋଗ କରିଛି ଯେ, ହନୁମାନ ଚାଳିସା ଉପରେ କୌଣସି ରାଜ୍ୟ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇ ନାହିଁ। ଏହା ସତ୍ତ୍ୱେ ମାତୋଶ୍ରୀକୁ ଯାଇ ଏହାକୁ ପାଠକରିବାର ଜିଦ୍‌ କାହିଁକି? ପ୍ରକୃତ ପକ୍ଷେ, ରାଣା ଦମ୍ପତିଙ୍କ ଦ୍ୱାରା ମୁମ୍ବାଇର ପରିବେଶକୁ ନଷ୍ଟ କରିବାକୁ ଭାଜପା ଯୋଜନା କରିଥିଲା। ସବୁକିଛି ସେହି କ୍ରମ ଅନୁଯାୟୀ କରାଯାଇଥିଲା। ଶିବସେନା କର୍ମୀଙ୍କ ଯୋଗୁ ରାଣା ଦମ୍ପତିଙ୍କ ମାଧ୍ୟମୋ ଭାଜପା କରଥିବା ଯୋଜନା ଫସର ଫାଟି ଯାଇଥିବା ସାମନାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତୁଆଳି ଗ୍ରାମରେ ଦନ୍ତା ହାତୀର ଜଳକ୍ରୀଡା, ଆତଙ୍କିତ ଗ୍ରାମବାସୀ

ଦେବଗଡ,୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲ୍ଲା ବାରକୋଟ ବ୍ଳକ ଦେବଗଡ ବନଖଣ୍ଡ ଦନ୍ତାରିବାହାଲ ଗ୍ରାମରେ ଦନ୍ତା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁର ମତୁଆଳି ନାଳରେ…

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

NEET- UG ୨୦୨୬ ପରୀକ୍ଷା ବାତିଲ: ବର୍ଷିଲେ ରାହୁଲ, ମୋଦିଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୧୨।୫: NEET-UG ୨୦୨୬ ପରୀକ୍ଷା ବାତିଲକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭ୍ରଷ୍ଟ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri