Posted inଜାତୀୟ

ହାତୀକୁ ବାଟ ଛାଡ଼

ନୂଆଦିଲ୍ଲୀ,୧୫ା୧୦: ହାତୀ ଏକ ଜେଣ୍ଟଲମ୍ୟାନ। ମଣିଷ ହାତୀକୁ ବାଟ ଛାଡ଼ିଦେବା ଉଚିତ। ହାତୀ ଏକ ବିଶାଳକାୟ ଜୀବ ହେଲେ ମଧ୍ୟ ଭଙ୍ଗୁର। ଆମେ ଏକ ଭଙ୍ଗୁରପ୍ରବଣ ଜୈବ ବ୍ୟବସ୍ଥାକୁ ନେଇ ଚଳୁଛେ। ତାମିଲନାଡୁର ନିଲ୍‌ଗିରିସ୍‌ ଏଲିଫେଣ୍ଟ କରିଡର ପ୍ରସଙ୍ଗରେ ବୁଧବାର ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ।
ତାମିଲନାଡୁର ଉଟିରୁ ମହୀଶୂର ଯିବା ବାଟରେ ନିଲ୍‌ଗିରିସ୍‌ର ସେରୁଗୁରୁ ମାଳଭୂମି ନିକଟସ୍ଥ ମସିନାଗୁଡି ଅଞ୍ଚଳରେ ଏକ ହାତୀ କରିଡର ଅବସ୍ଥିତ। ଏହି କରିଡର ସମ୍ପର୍କରେ ୨୦୧୧ ଜୁଲାଇରେ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜୈବିକ ଦୃଷ୍ଟିରୁ ଭଙ୍ଗୁର ନିଲ୍‌ଗିରିସ୍‌ ହାତୀ କରିଡର ଚିହ୍ନଟ କରିବା ବଣ୍ୟପ୍ରାଣୀ ସୁରକ୍ଷା ଆଇନ ଆଗରେ ପ୍ରତିବନ୍ଧକ ହୋଇ ନ ଥିବାରୁ ଏନେଇ ବିଜ୍ଞପ୍ତି ଜାରି କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଥିଲେ। ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ କେତେଜଣ ରିସର୍ଟ/ଘରୋଇ ଜମି ମାଲିକଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୩୨ଟି ଅପିଲ୍‌ ପିଟିଶନ ଦାଏର କରାଯାଇଥିଲା। ସିଜେଆଇ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ଅବ୍‌ଦୁଲ ନାଜିର ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ କମିଟିରେ ଅନ୍ୟ ଦୁଇଜଣ ସଦସ୍ୟ ଭାବେ ରହିବେ। କରିଡର ମଧ୍ୟରେ ରିସର୍ଟ ଓନର ଓ ଘରୋଇ ଜମି ମାଲିକଙ୍କ ବ୍ୟକ୍ତିଗତ ଆପତ୍ତିକୁ ଏହି କମିଟି ଶୁଣିବ।
ଏହି ଅବସରରେ ଖଣ୍ଡପୀଠ କହିଛନ୍ତି, ନିଲ୍‌ଗିରିସ୍‌ ହାତୀ ପ୍ରକଳ୍ପର ବିଜ୍ଞପ୍ତି ପାଇଁ ୨୦୧୦ ଅଗଷ୍ଟରେ ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶନାମାକୁ ସର୍ବୋଚ୍ଚ ଅଦାଲତ ବଳବତ୍ତର ରଖିବେ। ହାତୀ ଏକ ଭଦ୍ର ଜୀବ ହୋଇଥିବାରୁ ମଣିଷ ଜଙ୍ଗଲକୁ ଯାଇ ତା’ର ପଥ ଅବରୋଧ ନ କରୁ। ମଣିଷମାନେ ହାତୀ ପାଇଁ ବାଟ ଛାଡ଼ିଦେବା ଉଚିତ। ଆମିକସ୍‌ କ୍ୟୁରି ଏ.ଡି.ଏନ୍‌. ରାଓ ଦାଏର କରିଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସିଜେଆଇ ହାତୀ ଉପରେ ସଦୟ ହୋଇ ଏପରି ମନ୍ତବ୍ୟ ଦେଇଛନ୍ତି। ଆମିକସ୍‌ କ୍ୟୁରି ତାଙ୍କ ରିପୋର୍ଟରେ୍‌ ପ୍ରସ୍ତାବ ଦେଇଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀ କରିଡର ଭାବେ ଚିହ୍ନଟ କରାଯାଇଥିତ୍ବା ଅଞ୍ଚଳରେ ଆଦିବାସୀମାନଙ୍କ ଘର ବ୍ୟତୀତ ୮୨୧ ବିଲ୍ଡିଂକୁ ସିଲ୍‌ କରାଯାଉ କିମ୍ବା ଭାଙ୍ଗି ଦିଆଯାଉ। ଜାନୁୟାରୀ ୨୨ରେ ଏହି ମାମଲାର ରାୟ ସଂରକ୍ଷିତ ରଖାଯାଇଥିଲା। ଇତିମଧ୍ୟରେ ଅଦାଲତ ସ୍ପଷ୍ଟ କରିଥିଲେ, ସିଲିଂ କିମ୍ବା ଭାଙ୍ଗିବା ନେଇ ବ୍ୟକ୍ତିଗତ ମାମଲାଗୁଡ଼ିକର ନିଷ୍ପତ୍ତି ଖଣ୍ଡପୀଠ ନେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri