ଲେସର ହୁଇଷ୍ଟଲିଙ୍ଗଙ୍କ ଜଳକ୍ରୀଡ଼ା

କେନ୍ଦୁଝର,୩।୧(ସ୍ବ.ପ୍ର.) କେନ୍ଦୁଝରଗଡ଼ ପୌରପାଳିକାର ମାଧପୁରଠାରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଲେସର ହୁଇଷ୍ଟଲିଙ୍ଗ ଡକ୍‌ ନାମକ ଏହି ପକ୍ଷୀ ପ୍ରଥମ ଥର ପାଇଁ କେନ୍ଦୁଝରକୁ ଏତେ ସଂଖ୍ୟାରେ ଆସିଥିବା କୁହାଯାଉଛି। ଏହି ପକ୍ଷୀ ଗୋଆ ଏବଂ ପଶ୍ଚିମବଙ୍ଗର କେତେକ ହ୍ରଦରେ ଶୀତ ଋତୁରେ ପ୍ରାୟତଃ ଦେଖିବାକୁ ମିଳିଥାଏ। କୌଣସି କାରଣରୁ ବାସହରା ହୋଇ ସୁରକ୍ଷିତ ସ୍ଥାନ ଖୋଜି ଏଠାକୁ ଆସିଥିବା କୁହାଯାଉଛି। ରାସ୍ତା ପାର୍ଶ୍ୱରେ ଏହି ପୋଖରୀ ଥିଲେ ମଧ୍ୟ ପୋଖରୀ ଚର୍ତୃପାର୍ଶ୍ୱରେ ଗଛ ଏବଂ ବୁଦାଥିବାରୁ ପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି।
ସୋମବାର ସକାଳୁ ବିଦେଶୀ ପକ୍ଷୀଙ୍କ ପୋଖରୀରେ ଜଳକ୍ରୀଡ଼ା ଦେଖିକୁ ଲୋକଙ୍କ ଭିଡ଼ ଜମିଥିଲା। ଏହାକୁ ଦେଖିବାକୁ ଆସିଥିବା ଡିଏଫଓ ଏଚ.ଡି.ଧନରାଜ ଚଳିତ ବର୍ଷ ପକ୍ଷୀ ଗଣନାରେ ଏହି ପୋଖରୀକୁ ସାମିଲ କରିବେ ବୋଲି କହିଛନ୍ତି। ଆଖପାଖ ଅଞ୍ଚଳର ପରିବେଶ ତଥା ପକ୍ଷୀପ୍ରେମୀ ମଧ୍ୟ ଆସି ପକ୍ଷୀଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦୁଝର ସହରର ଅନେକ ପୁରାତନ ପୋଖରୀକୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ କଂକ୍ରିଟ କରଣ ହେଉଥିବାରୁ ପରିବେଶବିତ୍‌ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ପୋଖରୀ ହୁଡ଼ାରେ ଅଧିକ ସଂଖ୍ୟାରେ ବୃକ୍ଷ ଲଗାଇବା ସହ ପୋଖରୀକୁ ସ୍ବଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଏଫଓ ପ୍ରତିଶ୍ରୁତି ଦେଇଛନ୍ତି। ପକ୍ଷୀ ପ୍ରେମୀ ସୋମନାଥ ଦାସ କହିଛନ୍ତି, ପକ୍ଷୀର ପେଟ ପାଖ ଧଳା। ସେମାନେ ସାଧାରଣତଃ ପାଣିରେ ଥିବା ଦଳ, ମାଛ, ପୋକ ଯୋକ ଖାଇଥାନ୍ତି। କୌଣସି କାରଣରୁ ବାସହରା ହୋଇ ଯିବା ପରେ ଦଳଦଳ ହୋଇ ସୁରକ୍ଷିତ ସ୍ଥାନ ଖୋଜି ଏଠାକୁ ଚାଲିଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

ନିର୍ମାଣାଧୀନ କାନ୍ଥ ପଡ଼ି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

କେନ୍ଦୁଝର,୪।୭, (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଏକ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri