Posted inଖେଳ

୧୫ଦିନ ହୋଇନି, ଭାଙ୍ଗିଗଲା କୁଲଦୀପ ଯାଦବଙ୍କ ନିର୍ବନ୍ଧ! ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୭।୬: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ନିକଟରେ ତାଙ୍କ ବାଲ୍ୟକାଳ ବନ୍ଧୁ ବଂଶିକାଙ୍କ ସହ ବିବାହ ନିଶ୍ଚିତ କରିଥିଲେ। ଏନେଇ ଜୁନ ୪ରେ ଲକ୍ଷ୍ନୌରେ ତାଙ୍କର ନିର୍ବନ୍ଧ ହୋଇଥିଲା, ଯେଉଁଥିରେ ନିକଟ ପରିବାର ଏବଂ ବନ୍ଧୁମାନେ, ସହ ଖେଳାଳୀ ରିଙ୍କୁ ସିଂଙ୍କ ସମେତ ଉପସ୍ଥିତ ଥିଲେ। କୁଲଦୀପ ଜୁନ ୧୬ରେ ତାଙ୍କ ମଙ୍ଗେତର ବଂଶିକାଙ୍କ ସହ କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ଏହି ଫଟୋଗୁଡ଼ିକୁ ହଟାଇ ଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ପ୍ରଶଂସକମାନେ ଏହାର କାରଣ ବିଷୟରେ ଅନୁମାନ କରୁଛନ୍ତି।

ବଂଶିକା ଲକ୍ଷ୍ନୌର ଶ୍ୟାମ ନଗରରେ ରହୁଛନ୍ତି ଏବଂ ଲାଇଫ ଇନସୁରାନ୍ସ କର୍ପୋରେସନ (ଏଲଆଇସି)ରେ କାର୍ଯ୍ୟ କରୁଛନ୍ତି। କୁଲଦୀପ ଏବଂ ବଂଶିକା କାନପୁରରେ ବାଲ୍ୟକାଳରୁ ପରସ୍ପରକୁ ଜାଣିଛନ୍ତି, ଯେଉଁଠାରୁ ସେମାନଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଛି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କୁଲଦୀପଙ୍କ ଏହି ଫଟୋ ହଟାଇବାର ନିଶ୍ଚିତ କାରଣ ଜଣାପଡ଼ି ନାହିଁ। କିଛି ପ୍ରଶଂସକ ଅନୁମାନ କରୁଛନ୍ତି ଯେ ସୋସିଆଲ ମିଡିଆରେ ଟ୍ରୋଲରମାନଙ୍କ ମନ୍ତବ୍ୟ ଯୋଗୁଁ ସେ ଏପରି କରିଥାଇ ପାରନ୍ତି। ଜଣେ ନେଟିଜେନ କହିଛନ୍ତି ଯେ କେହି ଜଣେ ମନ୍ତବ୍ୟ କରିଥିଲେ ଯେ କୁଲଦୀପ ବିସିସିଆଇ ଖର୍ଚ୍ଚରେ ଇଂଲଣ୍ଡରେ ମାଗଣାରେ ବିବାହ କରିଛନ୍ତି, ଯାହା ତାଙ୍କୁ ଆଘାତ ଦେଇଥାଇ ପାରେ। ମାତ୍ର କୁଲଦୀପ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି।

ଏହା ସହିତ, କୁଲଦୀପ ବର୍ତ୍ତମାନ ଇଂଲଣ୍ଡରେ ଭାରତୀୟ ଦଳ ସହିତ ଜୁନ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ନେଉଛନ୍ତି। ସେ ଦଳର ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ଆଶା କରାଯାଉଛି। ତାଙ୍କ ବିବାହ ନଭେମ୍ବର ମାସରେ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି…

ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ…

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର! ନିଜକୁ କେମିତି ସମ୍ଭାଳିଥିଲେ, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୧।୧୧: ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?