Posted inରାଜ୍ୟ

ଚିତାବାଘ ଆତଙ୍କ: ଆକ୍ରମଣରେ ୧୫ଛେଳି ୨ଗୋରୁ ମୃତ

ଦେବଗଡ଼,୪ା୧: ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ ଚକଡିହୀ(ନୂଆଁ ବାରକୋଟ) ଗ୍ରାମରେ ଶନିବାର ରାତିରେ ବନ୍ୟଜନ୍ତୁ ଆକ୍ରମଣରେ ୧୫ଟି ଛେଳି ଓ ୨ଗୋରୁର ମୃତ୍ୟୁ ଘଟିଛି। ଏହାସହ ୪ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୨ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ବେଳେ ଏନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ କରିବା ନିମନ୍ତେ ବନବିଭାଗ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ସିସି ଟିଭି କ୍ୟାମେରା ଖଞ୍ଜାଯାଇଥିଲା । ସୋମବାର ଉକ୍ତ ସିସି ଟିଭି କ୍ୟାମେରାଗୁଡିକ ଯାଞ୍ଚ କରାଯାଇଥିଲେ ମଧ୍ୟ ଉତ୍ତୋଳିତ ଫୁଟେଜରେ କୌଣସି ବନ୍ୟଜନ୍ତୁଙ୍କର ଚିତ୍ର ଆସି ନ ଥିଲା। ସୋମବାର ଜଙ୍ଗଲର ଭିନ୍ନଭିନ୍ନ ସ୍ଥାନରେ ପୁଣି ୩ଟି ସିସି ଟିଭି କ୍ୟାମେରା ଖଞ୍ଜାଯାଇଥିବା ଜଣାପଡିଛି । ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ନିଜେ ସଦଳବଳେ ପାହାଡ ଉପରକୁ ଚଢି ପରିସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପଡିଥିବା ଏକ ଗୋରୁର କ୍ଷତାକ୍ତ ମୃତଦେହ ଦେଖି ଫେରି ଆସିଥିଲେ । ସେହିପରି ଆହତ ଗୋରୁ ଓ ଛେଳି ଶରୀରରେ ରହିଥିବା ବନ୍ୟଜନ୍ତୁଙ୍କର ରାମ୍ପୁଡା ଚିହ୍ନ ପରଖିବା ସହ କ୍ଷତଚିହ୍ନ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଧ୍ୟାନ କରିବା ପରେ ସମ୍ଭବତଃ ଚିତାବାଘ ଆକ୍ରମଣରେ ସେମାନେ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଶନିବାର ଅପରାହ୍ନରେ ଚକଡିହୀ ଗ୍ରାମର ଛେଳିଚରାଳିମାନେ ଜଙ୍ଗଲରୁ ଛେଳି ଚରାଇ ଫେରୁଥିବା ବେଳେ ଜଙ୍ଗଲ ମଧ୍ୟରେ କେତେକ ଛେଳି ହଠାତ ଏଣେତେଣେ ଜଙ୍ଗଲ ମଧ୍ୟକୁ ଧାଇଥିଲେ। ମାତ୍ର ସନ୍ଧ୍ୟାରେ ଉକ୍ତ ଛେଳି କେଉଁ ଆଡେ ଗଲେ ତାହା ଜଣାପଡି ନ ଥିଲା। ରବିବାର ସକାଳେ ଛେଳି ଚରାଳି ଜଙ୍ଗଲ ମଧ୍ୟକୁ ଯାଇ ନିଖୋଜ ଛେଳିସବୁ ଖୋଜିବାରୁ ସେଠାରେ ୧୨ଟି ଛେଳି ମରି ପଡିଥିବା ଓ ଅନ୍ୟ ୪ଟି ଛେଳି ଆହତ ହୋଇଥିବା ଦେଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ବାରକୋଟ ବନାଞ୍ଚଳ ଅଧିକାରୀ ଜୟଶ୍ରୀ ମୁର୍ମୁ, ବାରକୋଟ ସେକ୍ସନ ଫରେଷ୍ଟର କୁବେର ପ୍ରଧାନ ସଦଳବଳେ ଚକଡିହୀ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ହେଁ ଛେଳିମାନେ କେଉଁ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜାଣିପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?