ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୨ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଅନ୍ୟପକ୍ଷରେ ପୌର ପ୍ରଶାସନ ଜବରଦଖଲକାରୀଙ୍କୁ ଚିରାଚରିତ ଢଙ୍ଗରେ ପୁଣି ନୋଟିସ୍‌ ଦେଇଛି। ନୋଟିସ୍ ପାଇବାର ୭ଦିନ ମଧ୍ୟରେ ଜବରଦଖଲ ଅଂଶ ଖାଲି କରିବା ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ଜବରଦଖଲ ଅଂଶର ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଏଭଳି ୨୫ଜଣଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୯ତାରିଖରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥର ଜବରଦଖଲ ଉଚ୍ଛେଦ ହେବ ନା ନୋଟିସରେ ତାହା ସୀମିତ ରହିଯିବ, ତାକୁ ଏବେ ସହରବାସୀ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ମହିଳାଙ୍କୁୁ ହତ୍ୟା

ବିଶୋଇ(ଅମିତ ଦାସ)/ରାଇରଙ୍ଗପୁର (ମାନସ ମହାନ୍ତି),୩୦।୪ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଜୁଡ଼ିଆ ଗ୍ରାମରେ  ଅପରାହ୍ନ ୩ଟାରେ ଡାହାଣୀ ସନ୍ଦେହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।...

Gold prices drop Today: ଅକ୍ଷୟ ତୃତୀୟାରେ କମିଗଲା ସୁନା ଦର! ଜାଣନ୍ତୁ ମେକିଂ ଚାର୍ଜ ଓ GST ମିଶାଇ ଦେବାକୁ ପଡିବ କେତେ ଟଙ୍କା?

ଭୁବନେଶ୍ୱର, ୩୦।୪: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ପ୍ରାୟ...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

ଏହି ମୁସ୍‌ଲିମ ଦେଶରେ ଛାଡ଼ପତ୍ର ପରେ ଖୁସି ମନାନ୍ତି ମହିଳା, ରହିଛି ନିଜସ୍ବ ବଜାର

ବିଶ୍ୱରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଘଟୁଥିବା ଅନନ୍ୟ ଘଟଣା ପାଇଁ ଜଣାଶୁଣା। ଏପରି କିଛି କଥା ଏହି ଦେଶ ବିଷୟରେ ଜାଣି ଲୋକମାନେ...

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି...

ଭାରତରେ ଥିବା ପାକ୍‌ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି, କରିପାରିବେ ପୁନଃ ଭିଜା ଆବେଦନ

ନୂଆଦିଲ୍ଲୀ,୩୦ା୪: ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଖୁସି ଖବର। ପାକ୍‌ ନାଗରିକମାନେ ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିଜା ଆବେଦନ କରିପାରିବେ।...

ଚାଷୀଙ୍କ ପାଇଁ ବଡ଼ ଖୁସିଖବର : ଆସିଲା ସିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର,୩୦।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ...

OUAT ଫାର୍ମରେ ହଳକରି  ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri