Posted inଜାତୀୟ

ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…

ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍‌.ଆର୍‌. ଥିୟାମସଙ୍ଗା ଏଭଳି କରି ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ସେ ନିଜ ବିଧାନସଭା କ୍ଷେତ୍ର ଚମ୍ଫାଇ ଗସ୍ତରେ ଥିଲେ। ସ୍ଥାନୀୟ ନଗୁର ଗାଁରେ ୩୮ ବର୍ଷ ବୟସ୍କା ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇ ସେ ସେଠାକୁ ଯାଇଥିଲେ। ସ୍ଥାନୀୟ ହସ୍ପିଟାଲରେ ଡାକ୍ତର କୌଣସି ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲେ। ଗର୍ଭବତୀଙ୍କୁ ୨୦୦ କିଲୋମିଟର ଦୂରରେ ଥିତ୍ବା ଅଇଜ୍ୱାଲ ହସ୍ପିଟାଲକୁ ନେବା ସମ୍ଭବ ନ ଥିଲା। ତେଣୁ ଥିୟାମସଙ୍ଗା ହାତରେ ସିଜର ଧରି ମହିଳାଙ୍କ ଡେଲିଭରୀ କରିଥିଲେ। ମା’ ଏବଂ ଶିଶୁ ସୁସ୍ଥ ଥିବା କୁହାଯାଉଛି। ଭାରତ ମ୍ୟାନ୍‌ମାର୍‌ ସୀମାରେ ଥିବା ଏହି ଦୁର୍ଗମ ଅଞ୍ଚଳରେ ସାଧାରଣ ସ୍ବାସ୍ଥ୍ୟ ପ୍ରାୟତଃ ମିଳି ନ ଥାଏ। ଏହି ଅଞ୍ଚଳର ବିକାଶ ପାଇଁ ଥିୟାମସଙ୍ଗା ଉଦ୍ୟମ ଅବ୍ୟାହତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଯୁବ, ଶିକ୍ଷିତ

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ବଡ଼ ଧରଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତା ବୁଧବାର ସନ୍ଧ୍ୟା...

ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।...

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା

ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍‌ଜିଦ୍‌ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର...

ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ...

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି...

‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’

ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ...

ଭିଜା ବାତିଲ ଯୋଗୁ କ୍ଷତି ହେବ ୮୫୦୦ କୋଟି

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ମହାମାରୀ ଭାରତୀୟ ପର୍ଯ୍ୟଟନ, ବିମାନ ଚଳାଚଳ ସେକ୍ଟରକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଯାଉଛି। ସଂକ୍ରମଣ ଭୟରେ ସରକାର ମାସେ ପାଇଁ ଭିଜା ସ୍ଥଗିତ...

‘ମଦରୁ ନୁହେଁ ପେଟ୍ରୋଲରୁ ଟିକସ୍‌ ହ୍ରାସକଲେ ଶସ୍ତା ହେବ ତେଲ’

ନୂଆଦିଲ୍ଲୀ,୨୮।୪: ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଆମଦାନୀ ମଦ ଉପରୁ ଟିକସ ହ୍ରାସ ନ କରି ପେଟ୍ରୋଲ ଉପରୁ କମାଇଲେ ତେଲ ଶସ୍ତା ହେବ ବୋଲି...

Advertisement
Archives

Model This Week