ଖଣି ଅଞ୍ଚଳ ପରିଦର୍ଶନ କଲେ ବିଧାନସଭା ଗୃହ କମିଟି

ବଡ଼ବିଲ,୧୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣି ଅଞ୍ଚଳ ବଡ଼ବିଲ ଓ ରୁଗୁଡ଼ିରେ ଥିବା ୪ଟି କାରଖାନାକୁ ବୁଧବାର ଗସ୍ତ କରି ଫେରିଛନ୍ତି ବିଧାନ ସଭା ଗୃହ କମିଟିର ସବ୍‌ କମିଟି-୩। ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାଗୁଡ଼ିକ କିଭଳି ବ୍ୟବସ୍ଥା କରିଛନ୍ତି ତା’ର ତଦାରଖ କରିଛନ୍ତି ଏହି ବିଧାନସଭା ଗୃହ କମିଟିର ସବ୍‌ କମିଟି।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାଗୁଡ଼ିକ କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତା’ର ସମୀକ୍ଷା କରିବାକୁ ରାଜ୍ୟର ବିଭିନ୍ନ ଜିଲାର ଖଣି, ଶିଳ୍ପାନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରୁଛନ୍ତି ବିଧାନ ସଭା ଗୃହ କମିଟି। ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ କେନ୍ଦୁଝର ଜିଲାର ଖଣି ଅଞ୍ଚଳ ବଡ଼ବିଲ ଓ ରୁଗୁଡିରେ ଥିବା ବିଭିନ୍ନ କାରଖାନାଗୁଡିକୁ ଗସ୍ତ କରି ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାମାନେ କିଭଳି ବ୍ୟବସ୍ଥା କରିଛନ୍ତି ତା’ର ତଦାରଖ କରିଛନ୍ତି । କମିଟିର ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ସରକାରୀ ଚିଫ୍‌ ହ୍ବିପ୍‌ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ବିଲଠାରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌ କାରଖାନାକୁ ପରିଦର୍ଶନ କରି ପ୍ରଦୂଷଣ ସମ୍ବନ୍ଧୀୟ ସ୍ଥିତି ପରଖିବା ପରେ ଆରିୟା ଆଇରନ ଆଣ୍ଡ୍‌ ଷ୍ଟିଲ, ରୁଗୁଡ଼ିଠାରେ ଥିବା ଶ୍ରୀ ମେଟାଲିକ୍ସ ଏବଂ କେଜେ ଏସ୍‌ ଆଲୁଓ୍ବାଲିଆ କାରଖାନାକୁ ଯାଇ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତୀୟ ସମସ୍ୟା ଉପରେ ତଦାରଖ କରିଥିଲେ। କମ୍ପାନୀ ପକ୍ଷରୁ ବର୍ଜ୍ୟଜଳ ପରିଚାଳନା, ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଗ୍ରୀନ କରିଡର ଓ ଧୂଳି ଧୁଆଁ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ବିରକ୍ତି ଭାବ ପ୍ରକାଶ କରିଥିଲେ କମିଟି ସଦସ୍ୟ। ପ୍ରଦୂଷଣ ନିୟନ୍ତ୍ରଣ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ସୁସ୍ଥ ପରିବେଶ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କମିଟି। ଏହି ଗସ୍ତ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, କେନ୍ଦୁଝରଙ୍କ ସମେତ ସ୍ଥାନୀୟ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ୪ଟି କାରଖାନା ଗସ୍ତ ପରେ କମିଟି କେନ୍ଦୁଝରରେ ଏକ ରିଭ୍ୟୁ ମିଟିଂ ପାଇଁ ଗସ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri