ଖଣି ଅଞ୍ଚଳ ପରିଦର୍ଶନ କଲେ ବିଧାନସଭା ଗୃହ କମିଟି

ବଡ଼ବିଲ,୧୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣି ଅଞ୍ଚଳ ବଡ଼ବିଲ ଓ ରୁଗୁଡ଼ିରେ ଥିବା ୪ଟି କାରଖାନାକୁ ବୁଧବାର ଗସ୍ତ କରି ଫେରିଛନ୍ତି ବିଧାନ ସଭା ଗୃହ କମିଟିର ସବ୍‌ କମିଟି-୩। ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାଗୁଡ଼ିକ କିଭଳି ବ୍ୟବସ୍ଥା କରିଛନ୍ତି ତା’ର ତଦାରଖ କରିଛନ୍ତି ଏହି ବିଧାନସଭା ଗୃହ କମିଟିର ସବ୍‌ କମିଟି।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାଗୁଡ଼ିକ କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତା’ର ସମୀକ୍ଷା କରିବାକୁ ରାଜ୍ୟର ବିଭିନ୍ନ ଜିଲାର ଖଣି, ଶିଳ୍ପାନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରୁଛନ୍ତି ବିଧାନ ସଭା ଗୃହ କମିଟି। ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ କେନ୍ଦୁଝର ଜିଲାର ଖଣି ଅଞ୍ଚଳ ବଡ଼ବିଲ ଓ ରୁଗୁଡିରେ ଥିବା ବିଭିନ୍ନ କାରଖାନାଗୁଡିକୁ ଗସ୍ତ କରି ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାମାନେ କିଭଳି ବ୍ୟବସ୍ଥା କରିଛନ୍ତି ତା’ର ତଦାରଖ କରିଛନ୍ତି । କମିଟିର ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ସରକାରୀ ଚିଫ୍‌ ହ୍ବିପ୍‌ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ବିଲଠାରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌ କାରଖାନାକୁ ପରିଦର୍ଶନ କରି ପ୍ରଦୂଷଣ ସମ୍ବନ୍ଧୀୟ ସ୍ଥିତି ପରଖିବା ପରେ ଆରିୟା ଆଇରନ ଆଣ୍ଡ୍‌ ଷ୍ଟିଲ, ରୁଗୁଡ଼ିଠାରେ ଥିବା ଶ୍ରୀ ମେଟାଲିକ୍ସ ଏବଂ କେଜେ ଏସ୍‌ ଆଲୁଓ୍ବାଲିଆ କାରଖାନାକୁ ଯାଇ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତୀୟ ସମସ୍ୟା ଉପରେ ତଦାରଖ କରିଥିଲେ। କମ୍ପାନୀ ପକ୍ଷରୁ ବର୍ଜ୍ୟଜଳ ପରିଚାଳନା, ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଗ୍ରୀନ କରିଡର ଓ ଧୂଳି ଧୁଆଁ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ବିରକ୍ତି ଭାବ ପ୍ରକାଶ କରିଥିଲେ କମିଟି ସଦସ୍ୟ। ପ୍ରଦୂଷଣ ନିୟନ୍ତ୍ରଣ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ସୁସ୍ଥ ପରିବେଶ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କମିଟି। ଏହି ଗସ୍ତ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, କେନ୍ଦୁଝରଙ୍କ ସମେତ ସ୍ଥାନୀୟ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ୪ଟି କାରଖାନା ଗସ୍ତ ପରେ କମିଟି କେନ୍ଦୁଝରରେ ଏକ ରିଭ୍ୟୁ ମିଟିଂ ପାଇଁ ଗସ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri