Posted inଫୁରସତ

ଆଇନ ସଚେତନତା ଜରୁରୀ

ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ। ଆମ ଦେଶରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୯ରେ ‘ଜାତୀୟ ଆଇନ ସେବା ଦିବସ’ ପାଳିତ ହୋଇଆସୁଛି।
ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ଦେଶର ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରୁଥିବା ସମ୍ବିଧାନର ଧାରା ‘୩୯-କ’କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରୟାସ । ସମ୍ବିଧାନର ଧାରା ‘୩୯-କ’ ସମାଜର ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ସମାନ ସୁଯୋଗ ଆଧାରରେ ନ୍ୟାୟକୁ ପ୍ରୋତ୍ସାହିତ କରିବା ସହ ଜଡ଼ିତ। ଏହି ଅଧିନିୟମ ଦ୍ୱାରା ସମଗ୍ର ଦେଶରେ ଜାତୀୟ ଆଇନସେବା ପ୍ରାଧିକରଣ (ଏନ୍‌ଏଲ୍‌ଏସ୍‌ଏ)ସୃଷ୍ଟି ହୋଇଛି। ଏହି ଅଧିନିୟମ ୯ ନଭେମ୍ବର ୧୯୮୭ରୁ ଲାଗୁ ହୋଇଥିଲା। ଦେଶରେ ବିଚାର ନ ହୋଇ ପଡ଼ିରହିଥିବା ମାମଲାର ବିକଳ୍ପ ସମାଧାନ ପାଇଁ ଲୋକ ଅଦାଲତ, ମଧ୍ୟସ୍ଥତା ଏବଂ ମାଗଣା ଆଇନ ସହାୟତା ଶିବିର ପ୍ରଭୃତି ଆୟୋଜନ କରାଯାଉଛି। ୧୧ ଅକ୍ଟୋବର ୧୯୮୭ରେ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ ପ୍ରଣୟନ କରାଯାଇଥିଲା। ଏହା ୯ ନଭେମ୍ବର ୧୯୯୫ରେ ଲାଗୁ ହୋଇଥିଲା। ଭାରତର ଜାତୀୟ ଆଇନସେବା ପ୍ରାଧିକରଣ ଏହାର ନିୟମ ଅନୁଯାୟୀ ୫ ଡିସେମ୍ବର ୧୯୯୫ରେ ଗଠିତ ହୋଇଥିଲା। ଭାରତୀୟ ଅଦାଲତର ପେଣ୍ଡେନ୍ସି ଲୋଡ୍‌ (ବ୍ୟାକ୍ଲଗ)କୁ ହ୍ରାସ କରିବା ସହିତ ଅଭାବୀ ମକଦ୍ଦମାକାରୀଙ୍କ ପାଇଁ ନ୍ୟାୟ ପାଇବାକୁ ଏହା ଏକ ନିଆରା ପ୍ରୟାସ ଥିଲା। ତେବେ ଆଇନସେବା ପ୍ରାଧିକରଣ ଅଧିନିୟମ ଏବଂ ମକଦ୍ଦମାକାରୀଙ୍କ ଅଧିକାର ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଏହି ଅବସରରେ ଅବଗତ କରାଯାଇଥାଏ। କେତେକ ପ୍ରାଧିକରଣ ପକ୍ଷରୁ ଲୋକ ଅଦାଲତ, ଆଇନ ସହାୟତା ଶିବିର ଏବଂ ଆଇନ ସହାୟତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୋଇଥାଏ।
ନଭେମ୍ବର ୮ରୁ ନଭେମ୍ବର ୧୪ ମଧ୍ୟରେ ‘ଆଇନ ସେବା ସପ୍ତାହ’ ପାଳନ କରାଯାଇଥିଲା। ଏହି ସମୟ ମଧ୍ୟରେ ୩୮ କୋଟିରୁ ଅଧିକ ଲୋକଙ୍କ ମତ ସଂଗ୍ରହ କରାଯାଇଥିଲା। ଏହାସହିତ ଜାତୀୟ ଆଇନସେବା ପ୍ରାଧିକରଣ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଠାରେ ଆଇନସେବା ମୋବାଇଲ ଆପ୍ଲିକେଶନର ଆଇଓଏସ୍‌ ସଂସ୍କରଣ ୧୦ଟି ଭାଷାରେ ଉପଲବ୍ଧ ଆଇନ ସହାୟତା ଆବେଦନ ଦାଖଲ କରିବା ପାଇଁ ଏକ ଅନ୍‌ଲାଇନ ପୋର୍ଟାଲ ଲଞ୍ଚ୍‌ କରାଯାଇଥିଲା। ଆଇନସେବା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦୁର୍ବଳ ଶ୍ରେଣୀର ଲୋକ, ମହିଳା, ଭିନ୍ନକ୍ଷମ, ଅନୁସୂଚିତ ଜନଜାତି, ଶିଶୁ, ଅନୁସୂଚିତ ଜାତି, ମାନବ ଚାଲାଣର ଶିକାର ତଥା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା।
ପ୍ରଣାଳୀ କାର୍ଯ୍ୟକୁ ସୁଦୃଢ଼ କରିବା ଏବଂ ସମାନ ଆଧାରରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଲୋକ ଅଦାଲତ ମଧ୍ୟ ସଂଗଠିତ ହୋଇଛି। ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଆଇନଗତ ବାର୍ତ୍ତା ହେଉଛି ସେମାନଙ୍କର ଆଇନଗତ ଅଧିକାର ଭାବରେ ମାଗଣା ଆଇନ ସେବା ଯୋଗାଇବା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri