Posted inଫୁରସତ

ଭିଟାମାଟି ଛାଡ଼ି ପରଦେଶରେ

ସାମ୍ପ୍ରତିକ ବିଶ୍ୱରେ ନିଜ ଦେଶରେ ନିଜର ଭିଟାମାଟି ଛାଡ଼ି ପରଦେଶରେ ବିଭିନ୍ନ କାରଣରୁ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶରଣାର୍ଥୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ଏବଂ ଏସବୁର ସମାଧାନ ପାଇଁ ମିଳିତ ଜାତିସଂଘର ସ୍ବୀକୃତିକ୍ରମେ ପ୍ରତିବର୍ଷ ଜୁନ୍‌ ୨୦ରେ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଇଥାଏ। ଏହି ଦିବସ ବିଭିନ୍ନ ସ୍ଥାନରୁ ଆସିଥିବା ଶରଣାର୍ଥୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଏବଂ ସମ୍ମାନିତ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହି ଦିବସ ପ୍ରଥମେ ୨୦ଜୁନ୍‌ ୨୦୦୧ ରେ ପ୍ରତିଷ୍ଠିତ ହୋଇଥିଲା। ଶରଣାର୍ଥୀଙ୍କ ସ୍ଥିତି ସହ ଜଡ଼ିତ ସମସ୍ୟାକୁ ଦୃଷ୍ଟିରେ ରଖି ୧୯୫୧ରେ ଶରଣାର୍ଥୀ ସମ୍ମିଳନୀ ୫୦ ବାର୍ଷିକୀ ପାଳନ ଅବସରରେ ଏହି ଦିବସ ପାଳନକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା ।
ନିର୍ଭୟରେ ଜୀଇଁବା ଏବଂ ଉନ୍ନତ ଜୀବନଯାପନ କରିବା ଆଶାରେ ନିଜ ଦେଶର ଅଶାନ୍ତ ସ୍ଥିତି ତଥା ନିର୍ଯାତନାରୁ ମୁକ୍ତିପାଇବା ପାଇଁ ପଳାୟନ କରିଥିବା ଶରଣାର୍ଥୀଙ୍କ ପ୍ରତି ସମବେଦନା ପ୍ରଦାନ କରିବା ଉକ୍ତ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ଶରଣାର୍ଥୀ ଦିବସ ସେମାନଙ୍କ ଦୁଃଖ ପାଇଁ ବୁଝାମଣାର ସଂକଳ୍ପ ସୃଷ୍ଟିକରେ ଯାହା ସେମାନଙ୍କର ଭବିଷ୍ୟତର ପୁନଃ ନିର୍ମାଣରେ ନୂଆ ରାସ୍ତା ଦେଖାଇଥାଏ।
ବିଶ୍ୱ ଶରଣାର୍ଥୀ ଦିବସ ବିଶ୍ୱ ଶରଣାର୍ଥୀ ସପ୍ତାହ ମାଧ୍ୟମରେ ପାଳନ କରାଯାଏ। ସେମାନଙ୍କ ଆଶ୍ରୟସ୍ଥଳ ଦେଖିବା ସେମାନଙ୍କ ଅନୁଭୂତି ଶୁଣିବା କାର୍ଯ୍ୟକ୍ରମମାନ ଏହି ଦିବସରେ ଆୟୋଜିତ ହୋଇଥାଏ। ଶରଣାର୍ଥୀମାନଙ୍କୁ ଶରଣ ଦେଇଥିବା ଦେଶରେ ଆବଶ୍ୟକ ଖାଦ୍ୟ, ନିଯୁକ୍ତି ସୁଯୋଗ, ଶିକ୍ଷାର ସୁଯୋଗ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହାଦ୍ୱାରା ସେମାନେ ସେମାନଙ୍କର ଜ୍ଞାନର ଉପଯୋଗକରି ବିଦେଶର ଶ୍ରମ ବଜାରର ଶୂନ୍ୟସ୍ଥାନ ପୂରଣ କରିବାରେ ସାହାଯ୍ୟ କରିପାରିବେ ।
୪ ଡିସେମ୍ବର ୨୦୦୦ ରେ ମିଳିତ ଜାତିସଂଘର ସାଧାରଣ ସଭା ୫୫/୭୬ ରିଜୋଲ୍ୟୁଶନରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା।
ସମ୍ମିଳନୀରେ ଶରଣାର୍ଥୀଙ୍କୁ ସମ୍ମାନିତ କରିବା, ସଚେତନତା ସୃଷ୍ଟି କରିବା ଏବଂ ସମଗ୍ର ବିଶ୍ୱରେ ପ୍ରଭାବିତ ଲୋକଙ୍କୁ ସହାୟତା ମାଗିବା ପାଇଁ ସ୍ମରଣ କରାଯାଇଥିଲା।
୨୦୦୦ ପୂର୍ବରୁ ବିଭିନ୍ନ ଦେଶରେ ଆଫ୍ରିକୀୟ ଶରଣାର୍ଥୀ ଦିବସ ଆନୁଷ୍ଠାନିକ ଭାବରେ ପାଳନ କରାଯାଉଥିଲା। ଜାତିସଂଘ ସୂଚାଇ ଦେଇଥିଲା ଆଫ୍ରିକୀୟ ଏକତା ସଙ୍ଗଠନ (ଓଏୟୁ) ୨୦ ଜୁନ୍‌ରେ ଆଫ୍ରିକା ଶରଣାର୍ଥୀ ଦିବସ ସହିତ ଅନ୍ତର୍ଜାତୀୟ ଶରଣାର୍ଥୀ ଦିବସ ସମକକ୍ଷ ହେବାକୁ ରାଜି ହୋଇଛି।
ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ‘# ୱିଥ୍‌ ରେଫ୍ୟୁଜ’ ଆବେଦନ ଆରମ୍ଭକରି କାର୍ଯ୍ୟ, ଏକତା ଏବଂ ଦାୟିତ୍ୱରେ ଥିବା ଲୋକଙ୍କୁ ବାର୍ତ୍ତା ପଠାଇବା ପାଇଁ ସାରା ବିଶ୍ୱରେ ଶରଣାର୍ଥୀମାନଙ୍କ ତରଫରୁ କାର୍ଯ୍ୟ କରିଥିଲେ।
ଜାତିସଂଘ ସମ୍ପ୍ରଦାୟ ସହିତ ମିଶି ଶରଣାର୍ଥୀ ସଙ୍କଟ ଦୂର କରିବାକୁ ଏବଂ ସାରା ବିଶ୍ୱରେ ବିସ୍ଥାପିତଙ୍କ ପାଇଁ ଘର ଖୋଜିବାକୁ ଚେଷ୍ଟାକରେ।
୧୯୬୭ ମସିହାରେ, ମିଳିତ ଜାତିସଂଘ ୧୯୫୧ ସମ୍ମିଳନୀର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟାକୁ ବିସ୍ତାର କରିଥିଲା ଯାହା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ଜଣେ ଶରଣାର୍ଥୀଙ୍କୁ ବ୍ୟକ୍ତି ଭାବରେ ପରିଭାଷିତ କରାଯାଇଥିଲା। ଏହା ୧୯୬୭ ପ୍ରୋଟୋକଲ ଭାବରେ ପରିଚିତ ହୋଇଥିଲା। ସେହି ସମୟରେ ପ୍ରୋଟୋକଲ ସମୟସୀମା ଏବଂ ଶରଣାର୍ଥୀ ହେବାର ଅର୍ଥର ଭୌଗୋଳିକ ସଂଜ୍ଞା ହଟାଇ ଦିଆଯାଇଥିଲା ।
ଏହି ଦିବସ ଅବସରରେ ସ୍ବତନ୍ତ୍ର ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବିଶ୍ୱ ଶରଣାର୍ଥୀ ଦିବସରେ ଅନ୍ତର୍ଭୁକ୍ତୀକରଣ ଏବଂ ଶରଣାର୍ଥୀ ସମାଧାନର ମୂଲ୍ୟ(ଭାଲ୍ୟୁ ଅଫ୍‌ ଇନ୍‌କ୍ଲୁଜନ ଆଣ୍ଡ ରିଫ୍ୟୁଜି ସଲ୍ୟୁଶନ) ଉପରେ ଗୁରୁତ୍ୱାରୋପ କରାଯାଇଛି। ଶରଣାର୍ଥୀଙ୍କୁ ପୁନର୍ବାର ଜୀବନଯାପନ କରିବାରେ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଶରଣ ଦେଇଥିବା ରାଷ୍ଟ୍ରଗୁଡିକରେ ଯୋଗଦାନ ଦେବାରେ ସର୍ବୋତ୍ତମ ଉପାୟ ହେଉଛି ସେମାନଙ୍କୁ ସେହି ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ କରିବା ଯେଉଁଠାରେ ସେମାନେ ହିଂସା ଏବଂ ନିର୍ଯାତନାରୁ ରକ୍ଷାପାଇବା ପରେ ଭୟମୁକ୍ତ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?