Odisha Elections 2024
Posted inଫୁରସତ

ଭିଟାମାଟି ଛାଡ଼ି ପରଦେଶରେ

ସାମ୍ପ୍ରତିକ ବିଶ୍ୱରେ ନିଜ ଦେଶରେ ନିଜର ଭିଟାମାଟି ଛାଡ଼ି ପରଦେଶରେ ବିଭିନ୍ନ କାରଣରୁ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶରଣାର୍ଥୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ଏବଂ ଏସବୁର ସମାଧାନ ପାଇଁ ମିଳିତ ଜାତିସଂଘର ସ୍ବୀକୃତିକ୍ରମେ ପ୍ରତିବର୍ଷ ଜୁନ୍‌ ୨୦ରେ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଇଥାଏ। ଏହି ଦିବସ ବିଭିନ୍ନ ସ୍ଥାନରୁ ଆସିଥିବା ଶରଣାର୍ଥୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଏବଂ ସମ୍ମାନିତ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହି ଦିବସ ପ୍ରଥମେ ୨୦ଜୁନ୍‌ ୨୦୦୧ ରେ ପ୍ରତିଷ୍ଠିତ ହୋଇଥିଲା। ଶରଣାର୍ଥୀଙ୍କ ସ୍ଥିତି ସହ ଜଡ଼ିତ ସମସ୍ୟାକୁ ଦୃଷ୍ଟିରେ ରଖି ୧୯୫୧ରେ ଶରଣାର୍ଥୀ ସମ୍ମିଳନୀ ୫୦ ବାର୍ଷିକୀ ପାଳନ ଅବସରରେ ଏହି ଦିବସ ପାଳନକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା ।
ନିର୍ଭୟରେ ଜୀଇଁବା ଏବଂ ଉନ୍ନତ ଜୀବନଯାପନ କରିବା ଆଶାରେ ନିଜ ଦେଶର ଅଶାନ୍ତ ସ୍ଥିତି ତଥା ନିର୍ଯାତନାରୁ ମୁକ୍ତିପାଇବା ପାଇଁ ପଳାୟନ କରିଥିବା ଶରଣାର୍ଥୀଙ୍କ ପ୍ରତି ସମବେଦନା ପ୍ରଦାନ କରିବା ଉକ୍ତ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ଶରଣାର୍ଥୀ ଦିବସ ସେମାନଙ୍କ ଦୁଃଖ ପାଇଁ ବୁଝାମଣାର ସଂକଳ୍ପ ସୃଷ୍ଟିକରେ ଯାହା ସେମାନଙ୍କର ଭବିଷ୍ୟତର ପୁନଃ ନିର୍ମାଣରେ ନୂଆ ରାସ୍ତା ଦେଖାଇଥାଏ।
ବିଶ୍ୱ ଶରଣାର୍ଥୀ ଦିବସ ବିଶ୍ୱ ଶରଣାର୍ଥୀ ସପ୍ତାହ ମାଧ୍ୟମରେ ପାଳନ କରାଯାଏ। ସେମାନଙ୍କ ଆଶ୍ରୟସ୍ଥଳ ଦେଖିବା ସେମାନଙ୍କ ଅନୁଭୂତି ଶୁଣିବା କାର୍ଯ୍ୟକ୍ରମମାନ ଏହି ଦିବସରେ ଆୟୋଜିତ ହୋଇଥାଏ। ଶରଣାର୍ଥୀମାନଙ୍କୁ ଶରଣ ଦେଇଥିବା ଦେଶରେ ଆବଶ୍ୟକ ଖାଦ୍ୟ, ନିଯୁକ୍ତି ସୁଯୋଗ, ଶିକ୍ଷାର ସୁଯୋଗ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହାଦ୍ୱାରା ସେମାନେ ସେମାନଙ୍କର ଜ୍ଞାନର ଉପଯୋଗକରି ବିଦେଶର ଶ୍ରମ ବଜାରର ଶୂନ୍ୟସ୍ଥାନ ପୂରଣ କରିବାରେ ସାହାଯ୍ୟ କରିପାରିବେ ।
୪ ଡିସେମ୍ବର ୨୦୦୦ ରେ ମିଳିତ ଜାତିସଂଘର ସାଧାରଣ ସଭା ୫୫/୭୬ ରିଜୋଲ୍ୟୁଶନରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା।
ସମ୍ମିଳନୀରେ ଶରଣାର୍ଥୀଙ୍କୁ ସମ୍ମାନିତ କରିବା, ସଚେତନତା ସୃଷ୍ଟି କରିବା ଏବଂ ସମଗ୍ର ବିଶ୍ୱରେ ପ୍ରଭାବିତ ଲୋକଙ୍କୁ ସହାୟତା ମାଗିବା ପାଇଁ ସ୍ମରଣ କରାଯାଇଥିଲା।
୨୦୦୦ ପୂର୍ବରୁ ବିଭିନ୍ନ ଦେଶରେ ଆଫ୍ରିକୀୟ ଶରଣାର୍ଥୀ ଦିବସ ଆନୁଷ୍ଠାନିକ ଭାବରେ ପାଳନ କରାଯାଉଥିଲା। ଜାତିସଂଘ ସୂଚାଇ ଦେଇଥିଲା ଆଫ୍ରିକୀୟ ଏକତା ସଙ୍ଗଠନ (ଓଏୟୁ) ୨୦ ଜୁନ୍‌ରେ ଆଫ୍ରିକା ଶରଣାର୍ଥୀ ଦିବସ ସହିତ ଅନ୍ତର୍ଜାତୀୟ ଶରଣାର୍ଥୀ ଦିବସ ସମକକ୍ଷ ହେବାକୁ ରାଜି ହୋଇଛି।
ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ‘# ୱିଥ୍‌ ରେଫ୍ୟୁଜ’ ଆବେଦନ ଆରମ୍ଭକରି କାର୍ଯ୍ୟ, ଏକତା ଏବଂ ଦାୟିତ୍ୱରେ ଥିବା ଲୋକଙ୍କୁ ବାର୍ତ୍ତା ପଠାଇବା ପାଇଁ ସାରା ବିଶ୍ୱରେ ଶରଣାର୍ଥୀମାନଙ୍କ ତରଫରୁ କାର୍ଯ୍ୟ କରିଥିଲେ।
ଜାତିସଂଘ ସମ୍ପ୍ରଦାୟ ସହିତ ମିଶି ଶରଣାର୍ଥୀ ସଙ୍କଟ ଦୂର କରିବାକୁ ଏବଂ ସାରା ବିଶ୍ୱରେ ବିସ୍ଥାପିତଙ୍କ ପାଇଁ ଘର ଖୋଜିବାକୁ ଚେଷ୍ଟାକରେ।
୧୯୬୭ ମସିହାରେ, ମିଳିତ ଜାତିସଂଘ ୧୯୫୧ ସମ୍ମିଳନୀର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟାକୁ ବିସ୍ତାର କରିଥିଲା ଯାହା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ଜଣେ ଶରଣାର୍ଥୀଙ୍କୁ ବ୍ୟକ୍ତି ଭାବରେ ପରିଭାଷିତ କରାଯାଇଥିଲା। ଏହା ୧୯୬୭ ପ୍ରୋଟୋକଲ ଭାବରେ ପରିଚିତ ହୋଇଥିଲା। ସେହି ସମୟରେ ପ୍ରୋଟୋକଲ ସମୟସୀମା ଏବଂ ଶରଣାର୍ଥୀ ହେବାର ଅର୍ଥର ଭୌଗୋଳିକ ସଂଜ୍ଞା ହଟାଇ ଦିଆଯାଇଥିଲା ।
ଏହି ଦିବସ ଅବସରରେ ସ୍ବତନ୍ତ୍ର ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବିଶ୍ୱ ଶରଣାର୍ଥୀ ଦିବସରେ ଅନ୍ତର୍ଭୁକ୍ତୀକରଣ ଏବଂ ଶରଣାର୍ଥୀ ସମାଧାନର ମୂଲ୍ୟ(ଭାଲ୍ୟୁ ଅଫ୍‌ ଇନ୍‌କ୍ଲୁଜନ ଆଣ୍ଡ ରିଫ୍ୟୁଜି ସଲ୍ୟୁଶନ) ଉପରେ ଗୁରୁତ୍ୱାରୋପ କରାଯାଇଛି। ଶରଣାର୍ଥୀଙ୍କୁ ପୁନର୍ବାର ଜୀବନଯାପନ କରିବାରେ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଶରଣ ଦେଇଥିବା ରାଷ୍ଟ୍ରଗୁଡିକରେ ଯୋଗଦାନ ଦେବାରେ ସର୍ବୋତ୍ତମ ଉପାୟ ହେଉଛି ସେମାନଙ୍କୁ ସେହି ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ କରିବା ଯେଉଁଠାରେ ସେମାନେ ହିଂସା ଏବଂ ନିର୍ଯାତନାରୁ ରକ୍ଷାପାଇବା ପରେ ଭୟମୁକ୍ତ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri