Posted inଜାତୀୟ

ମଣିପୁରରେ ପୁଣି ହିଂସା

ନୂଆଦିଲ୍ଲୀ, ୨୦ା୬(ପି.ଟି.): ମଣିପୁରରେ ଏକତା ଦିବସ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ସେଠାରେ ସାନି ହିଂସାକାଣ୍ଡ ଘଟିଛି। ରବିବାର ରାତିରେ ହୋଇଥିବା ସଂଘର୍ଷ ଓ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି। ବିଭିନ୍ନ ଜିଲାରେ ସଂଘର୍ଷ ଘଟିଥିବାର ଖବର ମିଳିଛି। ମଣିପୁର ଜନସାଧାରଣଙ୍କ ମଧ୍ୟରେ ଏକତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍‌ ୧୮ରେ ସେଠାରେ ଏକତା ଦିବସ ପାଳନ କରାଯାଏ। ଏହି ଅବସରରେ ୨୦୦୧ ଜୁନ୍‌ ୧୮ ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ୧୮ ଜଣଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଇମ୍ଫାଲ ଇଷ୍ଟ୍‌ର କାଣ୍ଟୋ ସବାଲ ଅଞ୍ଚଳରୁ କେତେଜଣ ସଶସ୍ତ୍ର ବ୍ୟକ୍ତି ଚିଙ୍ଗମାଙ୍ଗ ଗାଁ ଆଡ଼କୁ ହଠାତ୍‌ ଗୁଳି ଚଳାଇବାରୁ ସେଠାରେ ମୁତୟନ ଥିବା ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଦୁର୍ବୃତ୍ତମାନେ କେତେକ ଘରେ ନିଆଁ ଲଗାଇଦେଇଥିଲେ। ସେନା ଯବାନମାନେ ପାଲଟା ଜବାବ ଦେବା ସହ ନିଆଁ ଲିଭାଇଥିଲେ। ଉକ୍ତ ଅଞ୍ଚଳକୁ ଅଧିକ ସୁରକ୍ଷା ବଳ ପଠାଯାଇଛି।
ବ୍ୟତୀତ ଇମ୍ଫାଲ ଓ କାଙ୍ଗପୋକ୍‌ସି ଜିଲା ସୀମାରେ ସଂଘର୍ଷ ଘଟିଛି। ଏହି ସଂଘର୍ଷ ବେଳେ କୁକି ସମ୍ପ୍ରଦାୟର କେତେଜଣ ଅଜଣା ଲୋକ ଦୁଇଟି ପ୍ରତିଷ୍ଠାନକୁ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେ କୁକିମାନେ ରହୁଥବା ହେଙ୍ଗଜାଙ୍ଗ ଗ୍ରାମରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ବିବାଦରୁ ଦେଢ଼ମାସ ହେଲା ମଣିପୁରରେ ହିଂସା ଜାରି ରହିଛି। ଶତାଧିକ ଲୋକ ଏହି ହିଂସାକାଣ୍ଡରେ ପ୍ରାଣ ହରାଇଲେଣି ଓ ଅନେକ ହଜାର ବାସହରା ହୋଇଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଜଳୁଥିବାବେଳେ ଶାନ୍ତି ଫେରାଇ ଆଣିବାରେ ସରକାର ବିଫଳ ହୋଇଛନ୍ତି।
ହିଂସା କ୍ଷତିଗ୍ରସ୍ତ ମଣିପୁର ସ୍ଥିତିକୁ ନେଇ କଂଗ୍ରେସ ସୋମବାର ପୁଣିଥରେ କେନ୍ଦ୍ରକୁ ସମାଲୋଚନା କରିଛି। ବିତୁଥିବା ପ୍ରତ୍ୟେକ ଦିନକୁ ଅବହେଳା କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିବାଦକୁ ଦୀର୍ଘଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି ବୋଲି କଂଗ୍ରେସ କହିଛି। ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ପୂର୍ବରୁ କଂଗ୍ରେସ ଦାବି କରିଥିଲା। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ କହିଛନ୍ତି, ୪୯ ଦିନ ହେଲା ମଣିପୁର ଜଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ସଙ୍କଟ ଉପରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରି ୫୦ତମ ଦିନରେ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ରାଜ୍ୟରେ ଶତାଧିକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଅନେକ ଚର୍ଚ୍ଚ ଓ ଉପାସନା ସ୍ଥଳ ଧ୍ୱଂସ ହୋଇଛି। ରାଜ୍ୟ ପ୍ରଶାସନ ସମାଧାନ କରିବା ପରିବର୍ତ୍ତେ ସମସ୍ୟାର ଅଂଶବିଶେଷ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri