ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁନି

ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ ଚଳାଇଛି ସିବିଆଇ। ରେଲଓ୍ବେ ସୋର ସେକ୍ସନର ସିଗ୍‌ନାଲ ଜେଇ (କନିଷ୍ଠ ଯନ୍ତ୍ରୀ) ଅମିର ଖାନ୍‌ଙ୍କୁ ଧରିବାରେ ସିବିଆଇ ବିଫଳ ହେବା ପରେ ସେ ଭଡ଼ାରେ ରହୁଥିବା ଘରକୁ ସୋମବାର ସିଲ୍‌ କରିଛି। ଦୁର୍ଘଟଣା ପରଠାରୁ ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଅଛନ୍ତି। ଏବେ ଜିଆର୍‌ପି ପୋଲିସ ତାଙ୍କ ଘରକୁ ଜଗି ବସିଛି।
ପ୍ରାଥମିକ ତଦନ୍ତ କରି ସିବିଆଇ ଫେରିଯାଇଥିବା ବେଳେ ସୋମବାର ପୁଣି ଆସି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସିଗ୍‌ିନାଲ ଯନ୍ତ୍ରୀ ଖାନ୍‌ ଦୁର୍ଘଟଣା ରାତିରେ ହିଁ ପରିବାର ସହ ଫେରାର ହୋଇଯାଇଛନ୍ତି। ସିବିଆଇ ବାହାନଗା ଷ୍ଟେଶନକୁ ସିଲ୍‌ କରିଦେଇଥିବାବେଳେ ଷ୍ଟେଶନ ମ୍ୟାନେଜରଙ୍କ ସମେତ ଅନ୍ୟ ୨ ଅଧିକାରୀଙ୍କୁ ଉଠାଇ ନେଇଥିଲା। ଆସନ୍ତା ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ରେଳଷ୍ଟେଶନ ନିକଟକୁ ଆସିବା କାର୍ଯ୍ୟକ୍ରମ ରହିଛି। ଏହାର ପୂର୍ବଦିନ ପୁନର୍ବାର ସିବିଆଇ ତତ୍ପର ହୋଇଉଠିଛି। ସିବିଆଇ ସିଗ୍‌ନାଲ ଯନ୍ତ୍ରୀ ଖାନ୍‌ଙ୍କୁ ନ ପାଇବା ପରେ ଶେଷରେ ସେ ଭଡ଼ାରେ ରହୁଥିବା ସୋରସ୍ଥିତ କମରପୁରର ଭାଗୀରଥି ସନ୍ଦିପଗ୍ରହଙ୍କ ଘରକୁ ସିଲ୍‌ କରିଦେଇଛନ୍ତି। ସିଗ୍‌ନାଲ ଜେଇ ଖାନ୍‌ ସେଠାରେ ଦୀର୍ଘ ୨ ବର୍ଷ ଧରି ରହି ଆସୁଥିଲେ। ଏ ସମ୍ପର୍କରେ ଖାନ୍‌ଙ୍କ ପଡୋଶୀ ମହେଶ୍ୱର ବେହେରା କହିଛନ୍ତି, ସିଗ୍‌ନାଲ୍‌ ଯନ୍ତ୍ରୀ ଖାନ୍‌ ଜଣେ ମେଳାପି ଲୋକ। ଟ୍ରେନ ଦୁର୍ଘଟଣା ପରଠାରୁ ତାଙ୍କ ପରିବାରକୁ କେହି ଦେଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri