Posted inଜାତୀୟ

ଏନ୍‌ଡିଏ ଛାଡ଼ୁଛନ୍ତି ସହଯୋଗୀ

ନୂଆଦିଲ୍ଲୀ,୧୦ା୮: ବିଗତ ୩ ବର୍ଷ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ୩ ଅଂଶୀଦାର ଦଳ ଓହରିସାରିଲେଣି। ଲୋକ ସଭା ନିର୍ବାଚନର ୧୮ ମାସ ମଧ୍ୟରେ ଭାଜପା ନିଜର ଦୁଇ ପୁରୁଣା ସହଯୋଗୀ ଶିବସେନା ଓ ଅକାଳୀ ଦଳକୁ ହରାଇଥିଲା। ଏବେ ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍‌ ସମୟ ବାକି ଥିବାବେଳେ ବିହାରରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭାଜପା ନେତୃତ୍ୱାଧୀନ ଶାସକ ମେଣ୍ଟରୁ ଓହରିଯାଇଛି। ତେବେ ନୀତୀଶ ଏପରି ପଦକ୍ଷେପ ନେଇପାରନ୍ତି ବୋଲି ଭାଜପା ପୂର୍ବରୁ ଜାଣି ସୁଦ୍ଧା ତାଙ୍କୁ ଅଟକାଇବାକୁ ଉଦ୍ୟମ କରି ନ ଥିବା କୁହାଯାଉଛି।
ଏକଦା ଜେଡିୟୁ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍‌ ଏନ୍‌ଡିଏର ଆବାହକ ଥିଲେ। କିନ୍ତୁ ୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭାହେବା ପରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଦଳ ଏନ୍‌ଡିଏ ଛାଡ଼ିଦେଇଥିଲା। ୨୦୧୭ରେ ନୀତୀଶ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ମହାମେଣ୍ଟରୁ ଓହରି ପୁଣିଥରେ ଭାଜପା ସହ ହାତ ମିଳାଇଥିଲେ। ଭାଜପା-ଜେଡିୟୁ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟ କରି ଲଢ଼ିଥିଲେ। କିନ୍ତୁ ଦୁଇ ସହଯୋଗୀ ଦଳ ମଧ୍ୟରେ ସମ୍ପର୍କ ତିକ୍ତ ରହି ଆସିଥିଲା। ଏହାକୁ ନେଇ ନୀତୀଶ ମଙ୍ଗଳବାର ୯ ବର୍ଷ ତଳେ ନେଇଥିବା ନିଷ୍ପତ୍ତି ଦୋହରାଇଛନ୍ତି।
ନୀତୀଶଙ୍କ ଏନ୍‌ଡିଏ ତ୍ୟାଗରୁ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି। ତାହା ହେଲା ଭାଜପା ଏବଂ ଏନ୍‌ଡିଏ ପାଇଁ ପୂର୍ବାଞ୍ଚଳରେ କ୍ଷମତାରେ ରହିବା କାଠିକର ପାଠ ହୋଇପଡ଼ିଛି। ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର କଥା ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। ଦକ୍ଷିଣ ଭାରତର ରାଜନୈତିକ ପ୍ରେକ୍ଷାପଟକୁ ଅବଲୋକନ କଲେ ସ୍ଥିତି ଆହୁରି ସଙ୍ଗିନ ମନେହେଉଛି। ଆନ୍ଧ୍ର ପ୍ରଦେଶରେ ଜଗନ୍‌ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି, ତାମିଲନାଡୁରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ କେରଳରେ ପିନାରାୟୀ ବିଜୟନ୍‌ଙ୍କ ବାମପନ୍ଥୀ ସରକାର କ୍ଷମତାସୀନ ଅଛନ୍ତି। ଜେଡିୟୁ ଏନ୍‌ଡିଏରୁ ଓହରିଯିବା ପରେ ବଡ଼ ରାଜ୍ୟ ଭାବେ କେବଳ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏନ୍‌ଡିଏ କ୍ଷମତାସୀନ ହୋଇ ରହିଛି। ଲୋକ ସଭାରେ ଏହି ଦୁଇ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ୧୨୮। ସେହିପରି ଭାଜପା କ୍ଷମତାରେ ନ ଥିବା ତାମିଲନାଡୁ ଓ ପଶ୍ଚିମବଙ୍ଗର ମିଳିତ ଲୋକ ସଭା ଆସନ ସଂଖ୍ୟା ୧୨୨। ଭାଜପା ଗତ ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ୧୮ ଓ ବିହାରରେ ୧୭ ଆସନ ଦଖଲ କରିଥିଲା।
୨୦୧୪ରୁ ୨୦୧୯ ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏନ୍‌ଡିଏ ଛାଡ଼ିଥିଲେ। ୨୦୧୯ରେ ଭାଜପାର ପଞ୍ଜାବ ସହଯୋଗୀ ଶିରୋମଣି ଅକାଳୀ ଦଳ କେନ୍ଦ୍ରର ୩ ବିବାଦୀୟ କୃଷି ଆଇନକୁ ବିରୋଧ କରି ଏନ୍‌ଡିଏରୁ ଓହରିଯାଇଥିବାବେଳେ ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ନ ଛିଣ୍ଡିବାରୁ ଶିବସେନା ଅନୁରୂପ ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ

କୋଝିକୋଡ୍‌,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍‌, କୋଝିକୋଡ୍‌ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri