Posted inଜାତୀୟ

ଏନ୍‌ଡିଏ ଛାଡ଼ୁଛନ୍ତି ସହଯୋଗୀ

ନୂଆଦିଲ୍ଲୀ,୧୦ା୮: ବିଗତ ୩ ବର୍ଷ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ୩ ଅଂଶୀଦାର ଦଳ ଓହରିସାରିଲେଣି। ଲୋକ ସଭା ନିର୍ବାଚନର ୧୮ ମାସ ମଧ୍ୟରେ ଭାଜପା ନିଜର ଦୁଇ ପୁରୁଣା ସହଯୋଗୀ ଶିବସେନା ଓ ଅକାଳୀ ଦଳକୁ ହରାଇଥିଲା। ଏବେ ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍‌ ସମୟ ବାକି ଥିବାବେଳେ ବିହାରରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭାଜପା ନେତୃତ୍ୱାଧୀନ ଶାସକ ମେଣ୍ଟରୁ ଓହରିଯାଇଛି। ତେବେ ନୀତୀଶ ଏପରି ପଦକ୍ଷେପ ନେଇପାରନ୍ତି ବୋଲି ଭାଜପା ପୂର୍ବରୁ ଜାଣି ସୁଦ୍ଧା ତାଙ୍କୁ ଅଟକାଇବାକୁ ଉଦ୍ୟମ କରି ନ ଥିବା କୁହାଯାଉଛି।
ଏକଦା ଜେଡିୟୁ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍‌ ଏନ୍‌ଡିଏର ଆବାହକ ଥିଲେ। କିନ୍ତୁ ୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭାହେବା ପରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଦଳ ଏନ୍‌ଡିଏ ଛାଡ଼ିଦେଇଥିଲା। ୨୦୧୭ରେ ନୀତୀଶ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ମହାମେଣ୍ଟରୁ ଓହରି ପୁଣିଥରେ ଭାଜପା ସହ ହାତ ମିଳାଇଥିଲେ। ଭାଜପା-ଜେଡିୟୁ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟ କରି ଲଢ଼ିଥିଲେ। କିନ୍ତୁ ଦୁଇ ସହଯୋଗୀ ଦଳ ମଧ୍ୟରେ ସମ୍ପର୍କ ତିକ୍ତ ରହି ଆସିଥିଲା। ଏହାକୁ ନେଇ ନୀତୀଶ ମଙ୍ଗଳବାର ୯ ବର୍ଷ ତଳେ ନେଇଥିବା ନିଷ୍ପତ୍ତି ଦୋହରାଇଛନ୍ତି।
ନୀତୀଶଙ୍କ ଏନ୍‌ଡିଏ ତ୍ୟାଗରୁ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି। ତାହା ହେଲା ଭାଜପା ଏବଂ ଏନ୍‌ଡିଏ ପାଇଁ ପୂର୍ବାଞ୍ଚଳରେ କ୍ଷମତାରେ ରହିବା କାଠିକର ପାଠ ହୋଇପଡ଼ିଛି। ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର କଥା ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। ଦକ୍ଷିଣ ଭାରତର ରାଜନୈତିକ ପ୍ରେକ୍ଷାପଟକୁ ଅବଲୋକନ କଲେ ସ୍ଥିତି ଆହୁରି ସଙ୍ଗିନ ମନେହେଉଛି। ଆନ୍ଧ୍ର ପ୍ରଦେଶରେ ଜଗନ୍‌ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି, ତାମିଲନାଡୁରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ କେରଳରେ ପିନାରାୟୀ ବିଜୟନ୍‌ଙ୍କ ବାମପନ୍ଥୀ ସରକାର କ୍ଷମତାସୀନ ଅଛନ୍ତି। ଜେଡିୟୁ ଏନ୍‌ଡିଏରୁ ଓହରିଯିବା ପରେ ବଡ଼ ରାଜ୍ୟ ଭାବେ କେବଳ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏନ୍‌ଡିଏ କ୍ଷମତାସୀନ ହୋଇ ରହିଛି। ଲୋକ ସଭାରେ ଏହି ଦୁଇ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ୧୨୮। ସେହିପରି ଭାଜପା କ୍ଷମତାରେ ନ ଥିବା ତାମିଲନାଡୁ ଓ ପଶ୍ଚିମବଙ୍ଗର ମିଳିତ ଲୋକ ସଭା ଆସନ ସଂଖ୍ୟା ୧୨୨। ଭାଜପା ଗତ ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ୧୮ ଓ ବିହାରରେ ୧୭ ଆସନ ଦଖଲ କରିଥିଲା।
୨୦୧୪ରୁ ୨୦୧୯ ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏନ୍‌ଡିଏ ଛାଡ଼ିଥିଲେ। ୨୦୧୯ରେ ଭାଜପାର ପଞ୍ଜାବ ସହଯୋଗୀ ଶିରୋମଣି ଅକାଳୀ ଦଳ କେନ୍ଦ୍ରର ୩ ବିବାଦୀୟ କୃଷି ଆଇନକୁ ବିରୋଧ କରି ଏନ୍‌ଡିଏରୁ ଓହରିଯାଇଥିବାବେଳେ ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ନ ଛିଣ୍ଡିବାରୁ ଶିବସେନା ଅନୁରୂପ ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?