Posted inଖେଳ

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର କୋଚିଂ କ୍ୟାରିୟରର ସବୁଠୁ କଠିନ ନିଷ୍ପତ୍ତି ଥିଲା ବୋଲି ଗମ୍ଭୀର କହିଛନ୍ତି। ଆଗାମୀ ଘରୋଇ ସିଜନ ପୂର୍ବରୁ ଏକ ସାକ୍ଷାତକାରରେ ଗମ୍ଭୀର କହିଛନ୍ତି ଯେ, ଏହି ନିଷ୍ପତ୍ତି ଯୋଗୁ ତାଙ୍କୁ ତାଙ୍କ କୋଚିଂ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ରାତିରେ ନିଦ ହୋଇନଥିଲା। ଗମ୍ଭୀର କହିଛନ୍ତି ଯେ, ଏହି କଠିନ ନିଷ୍ପତ୍ତି ସମ୍ପର୍କରେ ସେ ନିଜେ ସଞ୍ଜୁ ସାମସନଙ୍କ ସହ ସିଧାସଳଖ ଏବଂ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ଘଟଣା ଟି-୨୦ ବିଶ୍ୱକପ ୨୦୨୬ ପରବର୍ତ୍ତୀ ସମୟର। ଏହି ବିଶ୍ୱକପରେ ସଞ୍ଜୁ ସାମସନଙ୍କୁ ‘ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ’ ଚୟନ କରାଯାଇଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ମାତ୍ର ୩ଟି ମ୍ୟାଚ ପରେ ସାମସନଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଥିଲା।

ସେହି ସମୟରେ ଆଇପିଏଲ ୨୦୨୬ ଏବଂ ଅଣ୍ଡର-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦିଆଯାଇଥିଲା। ତେବେ ସୂର୍ଯ୍ୟବଂଶୀଙ୍କ ୩ଟି ଆକ୍ରମଣାତ୍ମକ କିନ୍ତୁ କମ ସ୍କୋରର ପାଳି ପରେ ସଞ୍ଜୁ ସାମସନଙ୍କୁ ପୁଣି ଦଳରେ ସାମିଲ କରାଯାଇଥିଲା।

ଏହି ଘଟଣାକୁ ତାଙ୍କ କୋଚିଂ କାର୍ଯ୍ୟକାଳର ସବୁଠୁ ଭାବପ୍ରବଣ ମୁହୂର୍ତ୍ତ ବୋଲି କହି ଗମ୍ଭୀର କହିଛନ୍ତି, ମୁଁ ସତ କହିବି, ମୋର ଦୁଇ ବର୍ଷର ଯାତ୍ରାରେ ଏହା ଏକମାତ୍ର ରାତି ଥିଲା, ଯେଉଁ ରାତିରେ ମୁଁ ଶୋଇ ପାରିନଥିଲି। ମୁଁ ଏହି କଥା ସଞ୍ଜୁଙ୍କୁ ମଧ୍ୟ କହିଥିଲି। କାରଣ ମୁଁ ଜାଣିଥିଲି, ଟି-୨୦ ଫର୍ମାଟରେ ଏହା ମୋ କୋଚିଂ କ୍ୟାରିୟରର ସବୁଠୁ କଠିନ ନିଷ୍ପତ୍ତି ଥିଲା।

ଗମ୍ଭୀରଙ୍କ କହିବା ଅନୁଯାୟୀ, ଯେଉଁ ଖେଳାଳି ନିକଟରେ ‘ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ’ ହୋଇଥିଲେ, ତାଙ୍କୁ ୩-୪ଟି ମ୍ୟାଚ ପରେ ବାହାରେ ବସାଇବା ନିଶ୍ଚିତ ଭାବେ କଠିନ ଥିଲା। କିନ୍ତୁ ସେହି ସମୟରେ ବୈଭବ ମଧ୍ୟ ଚମତ୍କାର ଫର୍ମରେ ଥିଲେ ଏବଂ ଭାରତକୁ ସିରିଜ ଜିତିବାର ଆବଶ୍ୟକତା ଥିଲା।
ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ସମ୍ପର୍କରେ ସେ ସଞ୍ଜୁ ସାମସନଙ୍କଠାରୁ କୌଣସି କଥା ଲୁଚାଇନଥିଲେ। ଦଳ ପରିଚାଳନାର ଚିନ୍ତାଧାରା ସମ୍ପର୍କରେ ତାଙ୍କୁ ସବୁକିଛି ଜଣାଇଥିଲେ।

ଗମ୍ଭୀର କହିଛନ୍ତି, ମୁଁ ସଞ୍ଜୁଙ୍କ ସହ ବହୁତ ସଚ୍ଚୋଟ ଭାବେ କଥା ହୋଇଥିଲି। ସେତେବେଳେ ବୈଭବ ଭିନ୍ନ ଲୟରେ ଥିଲେ। ଟପ ଅର୍ଡରରେ ଦ୍ରୁତ ରନ କରିପାରୁଥିବା ଜଣେ ଖେଳାଳିଙ୍କ ଆବଶ୍ୟକତା ଥିଲା, ଯିଏ ଦଳକୁ ଦୃଢ଼ ଆରମ୍ଭ ଦେଇପାରିବେ। ସଞ୍ଜୁ ମୋ କଥା ବୁଝିଥିଲେ ଏବଂ ଏହି ନିଷ୍ପତ୍ତିକୁ ସହଜ ଭାବେ ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?