ବିଜେଡି ସରକାରର ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‌ ଛାଡ଼

ଜଗତ୍‌ସିଂହପୁର, ୨୪ା୫(ପ୍ରମୋଦ କୁମାର ନାୟକ):୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜଗତ୍‌ସିଂହପୁର ଜିଲାରେ ମାରାଥନ ପ୍ରଚାର କରିଛନ୍ତ। ସେ ଜିଲାର ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଜଗତ୍‌ସିଂହପୁର ଲୋକ ସଭା ଓ ବିଧାନସଭା ନିର୍ବଚାନମଣ୍ଡଳୀ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସମସ୍ତ ସଭାରେ ପାଣ୍ଡିଆନ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ଜୁନ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେଲା ପରେ ପ୍ରଥମେ ୫୦ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ ପାଇଁ ବିଲ୍‌ ପାସ ହେବ। ତା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ କିପରି ସୁବିଧା ମିଳିପାରିବ ସେ ନେଇ ପଦକ୍ଷେପ ନିଆଯିବ। ତୃତୀୟ ପ୍ରତିଶ୍ରୁତି ହେଲା ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ହେଲା ପରେ ସେମାନଙ୍କୁ ଭତ୍ତା ଦିଆଯିବ। ଏଥିସହ ଅନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
ପ୍ରଥମେ ବାଲିକୁଦା ବ୍ଲକ ଅନ୍ତର୍ଗତ ଆମ୍ବଶାଳସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ, କୁଞ୍ଜବିହାରୀ ମନ୍ଦିର ଉନ୍ନତିକରଣ ପାଇଁ ୨.୨୫ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଜିଲାରେ ଅନେକ ସେତୁ ହୋଇଛି। ମତ୍ସ୍ୟଜୀବୀଙ୍କ ପାଇଁ ୧୫ ହଜାର ଟଙ୍କା ହିସାବରେ ସହାୟତା ଯୋଗାଯିବା ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶୋମୁଖୀ ଚିନ୍ତାଧାରା କେବଳ ନିର୍ବଚାନମଣ୍ଡଳୀ ନୁହେଁ ରାଜ୍ୟକୁ ଆଗକୁ ନେଉଛି। ସେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସଙ୍କ ଉପରେ କହିଥିଲେ, ରଘୁବାବୁ ଜଣେ ବହୁତ ଭଲ ଲୋକ। ପ୍ରଶାନ୍ତ ମୁଦୁଲି ଜିଲାର ସେନାପତି। ମୁଖ୍ୟମନ୍ତ୍ରୀ ଏହି ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ଏହି ଦୁଇ ନେତାଙ୍କ ସହଯୋଗରେ ସମସ୍ତେ ଦଳ ବିଧାୟକ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସଭାରେ ବିଧାୟକ ରଘୁନନ୍ଦନ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ପ୍ରାର୍ଥୀ ସାରଦା ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନ କରିଥିଲେ। ସେ କହିଥିଲେ, ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ନବୀନ ବଦ୍ଧ ପରିକର। ଭାଜପା ବାହାର ନେତାମାନେ ଯେତେ ସମାଲୋଚନା କଲେ କିଛି ଲାଭ ମିଳିବ ନାହିଁ। ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦରଦାମ ଆକାଶଛୁଅଁା ହୋଇଛି। ବାଲିକୁଦା-ଏରସମା ବିକାଶ ସାଙ୍ଗକୁ ଭାଇଚାରା ସଂସ୍କୃତି ବୃଦ୍ଧି ପାଇଁ ସେ ସତ ଚେଷ୍ଟିତ ରହିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଏମ୍‌ପି ରାଜଶ୍ରୀ ଭାଷଣ ଦେଇଥିଲେ। ପରେ ପାରାଦୀପସ୍ଥିତ ବତିଘର ପାଖ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ପାଣ୍ଡିଆନ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ପାରାଦୀପ ହେଉଛି ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ। ଏ ଅଞ୍ଚଳର ବିକାଶ ସାଙ୍ଗକୁ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଦଳ ଜିଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା, ଉଲ୍ଲାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରୁ ପାଣ୍ଡିଆନ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ସଭାରେ ଯୋଗଦେଇ କହିଥିଲେ, ମା’ ଶାରଳା ମନ୍ଦିରଙ୍କୁ ୪୫ କୋଟି ଟଙ୍କାରେ ରୂପାନ୍ତରୀକରଣ କରାଯାଇଛି। ସେହିପରି ଗୋରେଖନାଥ ମନ୍ଦିର ପାଇଁ ୨.୨୫ ଓ ପଞ୍ଚଶଖା ଧ୍ୟାନକୁଦ ପାଇଁ ୨.୧୫ କୋଟି ଟଙ୍କାର ଅନୁଦାନ ଯୋଗାଯାଇଛି। କାଳିଆ, ଲକ୍ଷ୍ମୀ ବସ, ବିଏସ୍‌କେୱାଇ, ମିଶନ ଶକ୍ତି, ମଧୁବାବୁ ପେନସନ, ୫ଟି ସ୍କୁଲ ଏବଂ ନୂଆ-ଓ ସ୍କଲାରସିପ୍‌ ଯୋଜନା ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ଏମ୍‌ପି ପ୍ରାର୍ଥତ୍ନୀ ରାଜଶ୍ରୀ ଉପସ୍ଥିତ ଥିଲେ। ଶେଷରେ ନାଉଗଁା ବ୍ଲକ ଛକ ପଡିଆରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିରେ ନୂଆକରି ମିଶିଥିବା ଚିରଞ୍ଜୀବ ବିଶ୍ୱାଳ ଉପସ୍ଥିତ ଥିଲେ। ଶେଷରେ ଦଳ ଜିଲା କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’

ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨...

ମେଳାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ...

ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାରେ ବିଭିନ୍ନ ପାର୍କମାନଙ୍କରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଏବଂ ସୁଇପରମାନଙ୍କୁ ଗତମାସର ଦରମା ଅଦ୍ୟାବଧି ମିଳି ନାହିଁ ।ଫଳରେ...

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ...

ଜଳିଗଲା ୪ବଖରା ଘର

କେନ୍ଦ୍ରାପଡ଼ା,୧୬।୬: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ବଡ଼ମାନୁପୁର ଗାଁରେ ରବିବାର କ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ବଖରା ଚାଳଛପର ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ...

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri