ଲିଜ୍‌ଧାରୀଙ୍କୁ ୧୭ କୋଟିରୁ ଊର୍ଦ୍ଧ୍ୱ ଜରିମାନା

ବାରିପଦା ଅଫିସ,୨୬।୪ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲ ଅଧୀନ ଦୁଇଟି ବାଲି ସଇରାତ ମାମଲାର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଇଷ୍ଟର୍ଣ୍ଣ ବେଞ୍ଚ କୋଲକାତା ପକ୍ଷରୁ ଶୁଣାଣି କରାଯାଇଛି। ମାମଲାରେ ପ୍ରଦାନ କରାଯାଇଥିବା ସମସ୍ତ ରିପୋର୍ଟକୁ ଭିତ୍ତି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥହେଲକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତା ଲିଜ୍‌ଧାରୀଙ୍କୁ ୧୭କୋଟି ୩ ଲକ୍ଷ ୧୬ହଜାର ୨୭୨ଟଙ୍କା ଜରିମାନା କରିଛନ୍ତି। ଏନ୍‌ଜିଟି ଷ୍ଟାଣ୍ଡିଂ କମିଟିର ଅତିରିକ୍ତ ଅଧିକାରୀ ତାପସ କୁମାର ପ୍ରହରାଜ, ଆଇନଜୀବୀ ଦୀପାଞ୍ଜନ ଘୋଷ, ଗୋରାଚାନ୍ଦ ରାୟଚୌଧୁରୀ, ଶିବଜ୍ୟୋତି ଚକ୍ରବର୍ତ୍ତୀ, ଦେବାଶିଷ ଘୋଷ, ଟି. ଏସ୍‌. ସ୍ବରାଗ ପ୍ରମୁଖଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ୍‌ରେ ମାମଲାର ଶୁଣାଣି କରାଯାଇଛି।
ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ବ୍ଲକ ଛେଳିଆ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ୩୦/୨୨ ଓ ୩୧/୨୨ ଇଜେଡ୍‌ରେ ଏକ ମାମଲା ଏନ୍‌ଜିଟିରେ ରୁଜୁ ହୋଇଥିଲା। ଏହାକୁ ନେଇ ୨୨ତାରିଖରେ ଶୁଣାଣି କରି ଡିଙ୍ଗିରା ସଇରାତ୍‌ରୁ ୨ ହଜାର ସିୟୁଏମ ବାଲି ଉତ୍ତୋଳନ ପରିବର୍ତ୍ତେ ଅଧିକ ୮୩ହଜାର ସିୟୁଏମ୍‌ ବାଲି ଉତ୍ତୋଳନ କରାଯାଇଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଛି ା ସେହିପରି ନଦୀ ପୋଲର ୫୦ରୁ ୬୦ମିଟର ଦୂରତାରୁ ବାଲି ଉତ୍ତୋଳନ ହୋଇଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଛି ା ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୧କୋଟି ୮୯ଲକ୍ଷ ୭୭ହଜାର ୪୦୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦରେ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ସେହିପରି ଆରପଟା ବାଲି ଖାଦାନରୁ ୨୪ଶହ ସିୟୁଏମ ପରିବର୍ତ୍ତେ ୨୫ହଜାର ସିୟୁଏମ ବାଲି ଉତ୍ତୋଳନ କରାଯାଇଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଛି। ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୪ କୋଟି ୭୧ଲକ୍ଷ ୩୮ହଜାର ୮୬୮ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦରେ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଉଭୟ ଲିଜ୍‌ ଘାଟରେ ସୀମା ଖୁଣ୍ଟ ବସାଇବା ସହ ନଷ୍ଟ ହୋଇଥିବା ରାସ୍ତା ମରାମତି କରିବାକୁ ଗୃହ ଓ ରାସ୍ତା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ତହସିଲଦାର ଓ ଲିଜଧାରୀଙ୍କ ନାମରେ ଆଇପିସି, ସିଆରପିସି ଏବଂ ପବ୍ଳିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ବ୍ୟକ୍ତିଗତ ଆଫିଡେଭିଟ ଦାଖଲ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ଜୟ ନାରାୟଣ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅସତ୍ୟ ତଥ୍ୟ ଦେଇଛନ୍ତି। ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ଭାଜପା ସଦସ୍ୟ ଜୟ ନାରାୟଣ...

କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା...

୨ କରୋନା ଯୋଦ୍ଧା ପଜିଟିଭ: ଦେବଗଡ଼ର ଆଶାକର୍ମୀ, ଶିକ୍ଷକ କରୋନା ଆକ୍ରାନ୍ତ

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ରାଜ୍ୟରେ ସୋମବାର ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦେବଗଡ଼ ଜିଲାରେ ସର୍ବାଧିକ ୨୨ଜଣ ଆକ୍ରାନ୍ତ ରହିଛନ୍ତି। ତେବେ ଏହି ୨୨ ଆକ୍ରାନ୍ତଙ୍କ...

ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ...

ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ...

୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ

କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)।...

‘ଓଡ଼ିଆ ଭାଷା, ସ୍ବାର୍ଥକୁ ଗୁରୁତ୍ୱ ଦିଅ’

ଭୁବନେଶ୍ୱର, ୨ା୧୦(ବ୍ୟୁରୋ): ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ପଡ଼ୋଶୀ। ଫଳରେ କେତେବେଳେ ପାଣି, କେତେବେଳେ ସୀମା ତ ଆଉ କେବେ ଓଡ଼ିଆ ଭାଷାକୁ ନେଇ...

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି...

Advertisement
Archives

Model This Week