ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର

ଅବିଭକ୍ତ କୋରାପୁଟ ଜିଲାର ରାୟଗଡ଼ା ସହରରେ ୧୯୩୩, ନଭେମ୍ବର ୧୭ତାରିଖରେ ମାତା ଶଶିରେଖା ଦେବୀ ଓ ପିତା ଗୋପୀନାଥ ବକ୍ସିପାତ୍ରଙ୍କ ପରିବାରରେ ଓଡ଼ିଶାର ଅଦ୍ୱିତୀୟ ନେତା ଉଦାର ହୃଦୟ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଆବିର୍ଭାବ। ରାୟଗଡ଼ାର ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲରେ ତାଙ୍କର ଶିକ୍ଷାଗ୍ରହଣ। ତତ୍‌ପରେ ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜରେ ଉଚ୍ଚଶିକ୍ଷା ଗ୍ରହଣବେଳେ ହରିଶବାବୁ ଥିଲେ ଛାତ୍ରସଂସଦର ସଭାପତି। କଟକରେ ସ୍ନାତକୋତ୍ତର ଅଧ୍ୟୟନ ବେଳେ ସେ ଓଡ଼ିଆ ଭାଷା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବେଶ୍‌ ପରିଚିତ ହୋଇଥିଲେ। ତାଙ୍କର ନେତୃତ୍ୱ ବଳରେ ସେ ହୋଇଥିଲେ ରେଭେନ୍ସା କଲେଜର ଛାତ୍ରସଂଘର ସଭାପତି। ତାଙ୍କ ନେତୃତ୍ୱରେ୧୯୫୬ର ଐତିହାସିକ ସୀମା ଆନ୍ଦୋଳନ ସକ୍ରିୟ ହୋଇଉଠିଥିଲା। ତା’ ପରବର୍ଷ ସେ ବ୍ରହ୍ମପୁର ଠାରେ ଅଖିଳଭାରତ ଛାତ୍ରସଂଘର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ହୋଇଥିଲେ। ଏଥିରୁ ମନେହୁଏ ଯେ ଜନ୍ମରୁ ସେ ନେତା। ସାମ୍ୟବାଦୀ ଚିନ୍ତନ ତାଙ୍କୁ ବହୁ ପରିଚିତି ଦେଇଥିଲା।
ଜୟପୁର ସହରରେ ଓକିଲାତି କରି ହରିଶ୍‌ବାବୁ ବହୁ ଲୋକହିତକର କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ଚାଷୀ ଆନ୍ଦୋଳନକୁ କାର୍ଯ୍ୟକ୍ଷମ କରାଇବାକୁ ଯାଇ ସେ ‘ରୟତସଭା’ ପ୍ରତିଷ୍ଠା କରିଥିଲେ। ଲୋକ ସଚେତନତା ପାଇଁ ସେ ‘ଲୋକନୀତି’ ପାକ୍ଷିକ ପତ୍ରିକା(୧୯୬୫)ରେ ପ୍ରତିଷ୍ଠା କରି ଚଳାଇ ରଖିଥିଲେ। ହରିଶ୍‌ବାବୁ ୧୯୭୦-୧୯୯୦ମଧ୍ୟରେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୫-୭୭ରେ ସେ ଜାତୀୟ ଜରୁରିକାଳୀନ ପରିସ୍ଥିତିରେ ମିସା ଆଇନରେ ୧୯ ମାସ କାରାରୁଦ୍ଧ ଥିଲେ। ୧୯୭୭-୧୯୮୦ବେଳେ ସେ ମନ୍ତ୍ରୀ ହୋଇଥିଲେ। ଅନ୍ୟାୟ ବିରୋଧରେ ଲଢ଼ିବା, ଲୋକକଲ୍ୟାଣ ପାଇଁ ଗଢ଼ିବା ଥିବା ହରିଶ୍‌ବାବୁଙ୍କ ଚିନ୍ତନର ମାନଚିତ୍ର। ସେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବାବେଳେ ଆଗ୍ରହ ପ୍ରକାଶ କରିବାକୁ ମୁଁ ଇକୋ ଟୁରିଜମ୍‌ ବିକାଶ ନେଇ ନୋଟ୍‌ ଦେଇଥିଲି। ପରବର୍ତ୍ତୀ କାଳରେ ତାହା କାର୍ଯ୍ୟକାରୀ ହୋଇଥିଲା।
କର୍ମଯୋଗୀ ହରିଶ୍‌ବାବୁଙ୍କ ମନ୍ତ୍ରିତ୍ୱବେଳେ ନାଲ୍‌କୋ, କୋଣାର୍କ ଝୋଟକଳ, ଓଡ଼ିଶା ସ୍ପିନିଂମିଲ୍‌, କୋଣାର୍କ ଘଣ୍ଟା କାରଖାନା, ଚିଲିକା ବିକାଶ କର୍ତ୍ତୃପକ୍ଷ, ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ, ଗୋପାଳପୁର ବନ୍ଦରର କାର୍ଯ୍ୟ ହୋଇଥିଲା। ହରିଶ୍‌ବାବୁ ମୃଦୁଭାଷୀ ନେତା ଥିଲେ। ଦେଶ-ଜାତି-ଭାଷା-ସଂସ୍କୃତି-ସଂଗଠନ ପ୍ରତି ତାଙ୍କର ଆନ୍ତରିକତା ଅକଳନୀୟ। କବି ରବି ସିଂ ସ୍ବୀକାର କରିଛନ୍ତି ଯେ ୧୯୫୫ ଗୋଆ ମୁକ୍ତି ଆନ୍ଦୋଳନରେ ଯୋଗଦେବାକୁ ସେ (ରବି ସିଂ) ଯାଉଥିବାବେଳେ ହରିଶ୍‌ବାବୁ ତାଙ୍କ ପାଖକୁ ଉତ୍ସାହଜନକ ଚିଠି ସହ ୫ଶହ ଟଙ୍କା ପଠାଇଥିଲେ। ମୁକ୍ତି ସଂଗ୍ରାମୀଙ୍କ ପାଇଁ ତାହା ଥିଲା ପାଥେୟର ପ୍ରତୀକ। ସେ ଉତ୍କଳ ସମ୍ମିଳନୀ ଜରିଆରେ ଭାଷା-ଭୂମିର ସୁରକ୍ଷା ପାଇଁ ତାଙ୍କର ସମୟ-ସାମର୍ଥ୍ୟ ସହଯୋଗ କରିଥିଲେ। ୧୯୯୪ ବେଳକୁ ସେ ହୋଇଥିଲେ ଉତ୍କଳ ସମ୍ମିଳନୀର ସଭାପତି। ସାମ୍ୟବାଦୀ ହରିଶ୍‌ବାବୁ ଏଇ ପରିପ୍ରେକ୍ଷୀରେ ରୁଷିଆ, ଚାଇନା, ପୂର୍ବ-ୟୁରୋପର କିଛି ଅଂଶ ପର୍ଯ୍ୟଟନ କରିଥିଲେ।
ଚାଷୀ, ମୂଲିଆ, ଖଟିଖିଆଙ୍କ ପାଇଁ ହରିଶ୍‌ବାବୁ ବହୁବାର ଆନ୍ଦୋଳନ ଓ ପଦଯାତ୍ରା କରିଥିଲେ। ସେ ଥିଲେ ଏକାଧାରରେ ପ୍ରଗତିଶୀଳ ଶିଳ୍ପମନ୍ତ୍ରୀ ଓ ଦକ୍ଷଶ୍ରମିକ ନେତା। ମନେପଡ଼େ ସେ ଥିଲେ ଡଙ୍କେଲ ବିରୋଧୀ ଆନ୍ଦୋଳନର ମୁଖ୍ୟ ସୂତ୍ରଧର। ହରିଶ୍‌ବାବୁଙ୍କର ଦେହାନ୍ତ ହୁଏ ୨୦୦୦ ଅକ୍ଟୋବର ୨୭ ରେ। ତାଙ୍କର ପୁତ୍ରକନ୍ୟାମାନେ ସମସ୍ତେ କଲ୍ୟାଣକାମରେ ଉତ୍ସର୍ଗୀକୃତ। ସବୁ ଭିତରେ ମୁଁ ଦେଖୁଛି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ବିପ୍ଳବର ଆର୍ଷବାଣୀ। ତାଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧା ସମ୍ମାନ।

  • ଡ. ବିମଳେନ୍ଦୁ ମହାନ୍ତି

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?