Posted inଖେଳ

ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍‌ ପାଇଁ ରେଫରି

ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍‌ ଫିଜିକାଲ ଆଣ୍ଡ୍‌ ଟେକ୍‌ନିକାଲ ଫିଟନେସ ସେମିନାର ଏବଂ ପ୍ରଥମ ଚାମ୍ପିୟନ ପ୍ରୋ-ଲିଗ୍‌ ଗୋଆର ମିରାମାର ବିଚ୍‌ ଓ କମ୍ପାଲା ଇନ୍‌ଡୋର ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ତମାଷ୍ଟର ଡ. ରାଜେନ୍ଦ୍ରନ୍‌ ବାଲାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଷୟିକ ସୂଚକାଙ୍କରେ ୭୪ କୋଚ୍‌ଙ୍କ ମଧ୍ୟରେ ଅଗ୍ରଣୀ ହୋଇ ଓଡ଼ିଶାର ଥାର୍ଡ ଡାନ ବ୍ଲାକ ବେଲ୍ଟ ଲକ୍ଷ୍ମୀପ୍ରସାଦ ନାୟକ ଜାତୀୟ ଓ ୨୦୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ଆୟୋଜିତ ହେଉଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ରେଫରି ମନୋନୀତ ହୋଇଛନ୍ତି।
ଅପରପକ୍ଷେ, ପ୍ରଥମ ପ୍ରୋ-ଲିଗ୍‌ରେ ୧୫ଟି ରାଜ୍ୟର ୧୬୬ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶା କୋଚ୍‌ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷିତ ୨ ଜଣ ପ୍ରତିଯୋଗୀ ଯଥାକ୍ରମେ ବ୍ୟକ୍ତିଗତ ସ୍ପାଇରିଙ୍ଗ ପୁରୁଷ ଭେଟେରାନ ବିଭାଗରେ ଦେବାଶିଷ ବାରିକ ରୌପ୍ୟ ଓ ବାଳକ ବିଭାଗରେ ସ୍ମୃତି ସାଗର ଜେନା ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ ା ଓଡ଼ିଶାର ଏହି ସାମଗ୍ରିକ ସଫଳତା ଓ କୃତିତ୍ୱ ପାଇଁ ପ୍ରତିଯୋଗୀମାନଙ୍କୁ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ସମୂହର ଅଧ୍ୟକ୍ଷ ତଥା ସଭାପତି ଡ. ବଦ୍ରିନାଥ ପଟ୍ଟନାୟକ, ରୋଟାରିଆନ ଶୁଭକାନ୍ତ ସାମନ୍ତସିଂହାର, କଳିଙ୍ଗ ଯୋଦ୍ଧା ଫାଉଣ୍ଡେଶନ ଟ୍ରଷ୍ଟର ଟ୍ରଷ୍ଟି ପ୍ରିୟବ୍ରତ ପାଢୀ, ପ୍ରଶାନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri