ଦର୍ଶନ ପାଇଁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ଆସନ୍ତି ଭକ୍ତ

ରାଇବଣିଆ,୧୩।୧୦(ନବୀନ ସାହୁ): ଚଳିତ ବର୍ଷ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଲକ୍ଷ୍ମଣନାଥ ଗ୍ରାମର ରାୟ ମହାଶୟ ଗଡ଼ରେ ୫୧୬ତମ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜିତ ହେବ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଉଦ୍ୟମ କରାଯାଉଛି ବୋଲି ପୂଜା ସମିତିର କୋଷାଧ୍ୟକ୍ଷ କ୍ଷେତ୍ର ମୋହନ ସିହ୍ନା ସୂଚନା ଦେଇଛନ୍ତି।
୭ ଦିନ ଧରି ମେଳା ବସିବ। ପ୍ରତ୍ୟେକବର୍ଷ ଏହି ଦୁର୍ଗା ପୂଜା ଦେଖିବା ପାଇଁ ମହାଷ୍ଟମୀ ଓ ମହାନବମୀ ଦିନ ରାଜ୍ୟ ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତ ଆସିଥାନ୍ତି। ଏ ବର୍ଷ ମହିଳା କନଷ୍ଟେବଳଙ୍କ ସମେତ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି। ୧୫୦୮ ମସିହାରେ ଜଳେଶ୍ୱର ସହରରେ ତକତ୍ାଳୀନ ଜମିଦାର ରାମଚନ୍ଦ୍ର ଘୋଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜା ପରେ ଲକ୍ଷ୍ମଣନାଥ ରାୟ ମହାଶୟଗଡ ପରିସରକୁ ସ୍ଥାନାନ୍ତରିତ ହୋଇଥିଲା। ୧୯୫୩ରେ ଦୁର୍ଭିକ୍ଷ ଉପରେ ପଡ଼ିଥିବା ଅନୁଭବ କରି ସେହିବର୍ଷ ପୂଜା କେବଳ ଘଟ ପୂଜା ହୋଇଥିଲା। ୧୯୫୪ରେ ଜମିଦାର ନାରାୟଣ ରାୟ ମହାଶୟ ଲକ୍ଷଣନାଥ ଗଡ଼ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କଲେ। ସେହିଦିନଠାରୁ ଗଡ଼ରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଳିତ ହୋଇ ଆସୁଛି। ଏଠାରେ ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ୧୯ ଫୁଟ ହୋଇଥାଏ। ଦେବୀଦୁର୍ଗାଙ୍କ ସହ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକ ମଣ୍ଡପରେ ବିଜେ ହୋଇଥାନ୍ତି। କୋଲକାତାର କାରିଗର ତିଆରି କରୁଥିବା ବିଭିନ୍ନ ଅଳଙ୍କାରରେ ପ୍ରତିମାମାନଙ୍କୁ ସଜାଯାଇଥାଏ। ପୂର୍ବରୁ ପଶ୍ଚିମବଙ୍ଗ, ଦାନ୍ତୁନ ଥାନା ପାଣତୁଣିଆ ଗାଁର ରାଖାଲ ପ୍ରମାଣିକ ଏଠାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରି ଆସୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ପୁଅ ରବି ପ୍ରମାଣିକ(୫୮) ଓ ସହଯୋଗୀ ମୂର୍ତ୍ତି ଗଢୁଛନ୍ତି। ଚଳିତବର୍ଷ ମୂର୍ତ୍ତି ନିର୍ମାଣ ପାଇଁ ୧.୭୫ ଲକ୍ଷ, ଅଳଙ୍କାର ଓ ବସ୍ତ୍ର ବାବଦରେ ୭୫ହଜାର, କାରିଗରଙ୍କ ପାରିଶ୍ରମିକ ବାବଦକୁ ୪୦ହଜାର ଏବଂ ଆବଶ୍ୟକ ଅନ୍ୟାନ୍ୟ ପଦାର୍ଥ ପାଇଁ ୬୦ ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ମୁଖ୍ୟ ପୂଜକ ଶ୍ୟାମାଶଙ୍କର ଧର ଓ ଅନ୍ୟ ପୂଜକ ପୂଜା କାର୍ଯ୍ୟ ସମ୍ପନ୍ନ କରନ୍ତି। ଚଳିତବର୍ଷ ଲକ୍ଷ୍ମଣନାଥ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ସୌରେନ ରାୟ ମହାଶୟ, ବରିଷ୍ଠ ଉପସଭାପତି ପ୍ରଫେସର ଶ୍ୟାମାଚରଣ ଦାସ, ଅମରନାଥ ଘୋଷାଲ ଓ ହେମନ୍ତ କୁମାର ସାହୁ, ସମ୍ପାଦକ ପାର୍ଥ ଘୋଷାଲ, ଯୁଗ୍ମ ସମ୍ପାଦକ ଅମଳେନ୍ଦୁ ରାଉତ, କୋଷାଧ୍ୟକ୍ଷ କ୍ଷେତ୍ରମୋହନ ସିହ୍ନା, ସହ କୋଷାଧ୍ୟକ୍ଷ ଦେବାଶିଷ ଚାଟାର୍ଜୀ, ବରିଷ୍ଠ ସଭ୍ୟ ବନବିହାରୀ ଦାସ, ସୁବ୍ରତ କୁମାର ଘୋଷାଲ, ଭାରତେନ୍ଦୁ ଦାସ, ଚନ୍ଦନ ବାନାର୍ଜୀ, ତାପସ ସାସମଲ ଓ ଜିତେନ୍ଦ୍ର ଦାସଙ୍କ ସମେତ ୪୦ ଜଣିଆ କମିଟି ସମସ୍ତ ଆୟୋଜନ କରିବେ। ଚଳିତ ବର୍ଷ ମେଳାରେ ୪ ଶହରୁ ୪୫୦ ଷ୍ଟଲ ପଡ଼ିବ। ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଘରକରଣା ଜିନିଷ, ଲୁଗା, ମନୋହରୀ, ଖେଳନା ଓ ଅଳଙ୍କାର ଦୋକାନ ପଡ଼ିବ। ଜଳେଶ୍ୱର ହାଟ ଛକଠାରୁ ଲକ୍ଷ୍ମଣନାଥ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅସରାଏ ବର୍ଷା ହେଲେ ଆଣ୍ଠୁଏ ଲେଖାଏଁ ପାଣି ଜମୁଥିବାରୁ ଲୋକେ ବେଶ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?