ଲାଟେରାଲ ଏଣ୍ଟ୍ରିରେ ଶିଥିଳତା

ମୋଦି ସରକାର ୨୦୧୮ରେ ଲାଟେରାଲ ଏଣ୍ଟ୍ରି ଯୋଜନା ଆରମ୍ଭ କରିଥିଲେ। ବାହାରୁ ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତି ଦେଇ ସେମାନଙ୍କ ନୂତନ ଧାରଣାକୁ ନେଇ ଭାରତୀୟ ଶାସନର ଦୃଢ଼ ଢାଞ୍ଚାରେ ପରିବର୍ତ୍ତନକରିବା ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହି ପଦକ୍ଷେପ ଆକର୍ଷଣୀୟ ଥିଲା। ଜଟିଳ ଓ ଅନାବଶ୍ୟକ ସରକାରୀ ନିୟମ ତଥା ପ୍ରକ୍ରିୟାକୁ ଶେଷକରି ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କୁ ଅଣାଯାଇଥିଲା। କିନ୍ତୁ ୭ବର୍ଷ ପରେ ଏହିି ଯୋଜନା ଶିଥିଳ ପଡ଼ିଗଲାଣି। ଏହାର କ୍ରମବିକାଶ ହେବ ବୋଲି ଯାହା ଦାବି କରାଯାଉଥିଲା ତାହା ହେଲା ନାହିଁ। ଏହାର ଗୋଟିଏ କାରଣ ହେଉଛି ସରକାର ସଂରକ୍ଷଣ ବିତର୍କରେ ସମ୍ପୂର୍ଣ୍ଣ ଭାବେ ଫସିଯାଇଛନ୍ତି। ଲାଟେରାଲ ପଦବୀକୁ ‘ଏକକ-ପଦବୀ କ୍ୟାଡର’ ଆଖ୍ୟା ଦେଇ ସାମ୍ବିଧାନିକ କୋଟା ସୀମା ବାହାରେ ଏହା କରିଛନ୍ତି। ଫଳରେ ସରକାର ସକାରାତ୍ମକ ପଦକ୍ଷେପକୁ ଅଣଦେଖା କରି ସମାଲୋଚନାର ପାତ୍ର ହୋଇଛନ୍ତି। ରାଜନୈତିକ ଦୃଷ୍ଟିରୁ ଏହା କେବେ ବି ଗ୍ରହଣୀୟ ନ ଥିଲା। ନିର୍ଦ୍ଧାରିତ ସଂରକ୍ଷଣର ଏକ ସ୍ବଚ୍ଛ ବ୍ୟବସ୍ଥା ଗଢ଼ି ଏହି ଜଟିଳ ସ୍ଥିତିର ସମାଧାନ କରିବା ବଦଳରେ ସରକାର ଘାବରେଇଗଲେ ଏବଂ ଗତ ବର୍ଷ ୪୫ ପଦବୀ ପାଇଁ ଦିଆଯାଇଥିବା ବିଜ୍ଞାପନକୁ ପ୍ରତ୍ୟାହାର କରିନେଲେ । ଏହାବାଦ କୁଶଳୀ ତଥା ଯୋଗ୍ୟ ବ୍ୟକ୍ତି ବାଛିବାରେ ସମସ୍ୟା ରହିଛି। ଭାରତର ବିଭିନ୍ନ ସଂସ୍ଥା ଓ କମ୍ପାନୀ ସମ୍ଭାଳୁଥିବା ଦକ୍ଷ ବ୍ୟକ୍ତି ନୁହନ୍ତି, ବରଂ ଦିଲ୍ଲୀରେ ରହିବା ଲାଗି ଅତ୍ୟଧିକ ଆଗ୍ରହୀ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ମଧ୍ୟମ ସ୍ତରରେ ଥିବା ମ୍ୟାନେଜରମାନେ ଅତ୍ୟଧିକ ସଂଖ୍ୟାରେ ଆବେଦନ କରିଥିଲେ। ଏହାସହ ସରକାରୀ ବେତନ ସ୍କେଲ ଘରୋଇ କ୍ଷେତ୍ରରେ ବରିଷ୍ଠ ମ୍ୟାନେଜରଙ୍କ ଦରମାଠାରୁ ବହୁତ କମ୍‌। ନିର୍ଦ୍ଦିଷ୍ଟ କ୍ଷେତ୍ରର ଯେଉଁ ବିଶେଷଜ୍ଞଙ୍କୁ ଅଣାଯାଇଥିଲା ସେମାନେ ଫାଇଲ କାମ ଓ ବ୍ୟବସ୍ଥାଗତ ଶିଥିଳତା ତଥା ବିଭେଦତାର ଦ୍ୱନ୍ଦ୍ୱରେ ସେମାନଙ୍କ କୁଶଳତାକୁ ଉପଯୋଗ କରିପାରିଲେ ନାହିଁ। ସରକାର ସ୍ପଷ୍ଟ ନିୟମ ଆଧାରିତ, ଅନ୍ୟ ତୁଳନାରେ ଭଲ ବେତନ ଦେବା ସହ ଏକ ନିର୍ଦ୍ଦିଷ୍ଟ ଲାଟେରାଲ ଟ୍ରାକ୍‌ ଓ ଉତ୍ତରଦାୟିତ୍ୱ ନିଶ୍ଚିତ ନ କଲେ ଏହି ଯୋଜନା ଏବେ ଯେମିତି ରହିଛି ଆଗକୁ ସେମିତି ରହିବ।
ଆଇଏମ୍‌ଏଫ୍‌ରେ ଉର୍ଜିତ
ବ୍ୟକ୍ତିଗତ କାରଣ ଦର୍ଶାଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ୨୦୧୮ରେ ତାଙ୍କ କାର୍ଯ୍ୟକାଳ ଅଧାରୁ ପଦବୀ ଛାଡ଼ି ଚାଲିଯାଇଥିଲେ। ଏବେ ସେ ବିଶ୍ୱ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ନିଯୁକ୍ତ ହୋଇଛନ୍ତି। ଏକଦା ତାଙ୍କ ନିଜସ୍ବ ଶାସନଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଆଇଏମ୍‌ଏଫ୍‌ ଏବେ ପୁନର୍ବାର ତାଙ୍କୁ ଫେରାଇନେଇଛି। ଏହା କେବଳ ଉର୍ଜିତଙ୍କ ଦକ୍ଷତାକୁ ସୂଚିତ କରିନି, ବରଂ ଭାରତର ବିଶ୍ୱସନୀୟତା ଅବଗଣନାର ପରିବର୍ତ୍ତନକୁ ଦର୍ଶାଉଛି। ଆଇଏମ୍‌ଏଫ୍‌ର ସାଙ୍ଗଠନିକ ପରିଷଦ ଶ୍ରୀଲଙ୍କାରେ ଋଣ ସଙ୍କଟ, ବାଂଲାଦେଶରେ ଗଚ୍ଛିତ ମୁଦ୍ରା ଅନିଶ୍ଚିତତା ଏବଂ ଜଳବାୟୁ ପାଣ୍ଠିର ରାଜକୋଷୀୟ ବୋଝକୁ ନେଇ ଚିନ୍ତାରେ ଥିବାବେଳେ ଏବେ ଉର୍ଜିତଙ୍କ ଭଳି ଜଣେ ଟେକ୍‌ନିକାଲ ଏକ୍ସପର୍ଟ ପାଇଛି। ଆଇଏମ୍‌ଏଫ୍‌ର ଇତିହାସ ସହ ଜଡ଼ିତ ଥିବା ତଥା ମୁଦ୍ରାସ୍ଫୀତିରେ ସ୍ଥିରତା ଆଣିବାରେ ସେ ଦକ୍ଷ। ୨୦୧୮ରେ ପ୍ରଥମ ଥର ପାଇଁ ଆର୍‌ବିଆଇ ଗଭର୍ନର ପଦବୀରୁ ଉର୍ଜିତ ହଠାତ୍‌ ଇସ୍ତଫା ଦେବା ଉପରେ କେନ୍ଦ୍ରର ହସ୍ତକ୍ଷେପକୁ ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ପରେ ଶକ୍ତିକାନ୍ତ ଦାସଙ୍କ ସଫଳତା ସବୁ କଥାରେ ‘ହଁ’ କୁ ପ୍ରାଥମିକତା ଦେଉଥିବା ରହସ୍ୟକୁ ଆହୁରି ଗଭୀର କରିଛି। ଉର୍ଜିତଙ୍କ ନିଯୁକ୍ତି ଅନ୍ତର୍ଜାତୀୟ ସମୁଦାୟକୁ ଏକ ସ୍ପଷ୍ଟ ସଙ୍କେତ ଦିଏ। ଆଇଏମ୍‌ଏଫ୍‌ରେ ଭାରତ ଜଣେ ମଜଭୁତ ବ୍ୟକ୍ତିଙ୍କୁ ଚୟନ କରୁଛି। ଉର୍ଜିତଙ୍କ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା। କିନ୍ତୁ କେନ୍ଦ୍ର ନିଜ ଦେଶରେ ରାଜନୈତିକ ହସ୍ତକ୍ଷେପର ସମ୍ମୁଖୀନ ହେଉଥିଲାବେଳେ ଏହା ବାହାରେ ଟେକ୍‌ନୋକ୍ରାଟିକ୍‌ ବିଶ୍ୱସନୀୟତାକୁ ଉପସ୍ଥାପିତ କରିପାରିବ କି ନାହିଁ ତାହା ହିଁ ପ୍ରଶ୍ନ।
ହିମାଳୟରେ ହୁଇସିଲ ବ୍ଲୋୟର
ପ୍ରତିବର୍ଷ ମୌସୁମୀ ପ୍ରବାହ ସମୟରେ ଉତ୍ତରାଖଣ୍ଡରେ ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟି ଚାଲିଛି। ଏହା ହିମାଳୟର ଭଙ୍ଗୁରତାକୁ ସ୍ମରଣକରାଇ ଦେଉଛି। ବାସ୍ତବ କାହାଣୀ କେବଳ ମୁନିସିୟାରିର ପରିସଂସ୍ଥାଗତ କ୍ଷତି ଉପରେ ନୁହେଁ ବରଂ ଏହା ହେଉଛି ଜଣେ ବ୍ୟକ୍ତିଙ୍କର ଯିଏ ପରିସଂସ୍ଥାର ସୁରକ୍ଷାରୁ କେବେ ବି ନଜର ହଟାଇ ନେଇନାହାନ୍ତି। ମୁଖ୍ୟ ବନ ସଂରକ୍ଷକ ସଞ୍ଜୀବ ଚତୁର୍ବେଦୀ ପୁନର୍ବାର ଯାହା କରିଛନ୍ତି ତାହା ଖୁବ୍‌ କମ୍‌ ବାବୁ କରନ୍ତି। ଚତୁର୍ବେଦୀ ହେଉଛନ୍ତି ମାଗାସେସେ ପୁରସ୍କାର ବିଜେତା। ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ସେ ତାଙ୍କ କ୍ୟାରିୟର ଗଢ଼ିଛନ୍ତି। ଏମ୍ସରେ ହେଉ କିମ୍ବା ହରିୟାଣା ବନ ବିଭାଗରେ, ସେ ବହୁବାର ବଦଳି ଓ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ମୁନିସିୟାରିରେ, କିଭଳି ଆଇନ ଉଲ୍ଲଂଘନ ହେଉଛି ଏବଂ ପରିବେଶ ଉପଯୋଗୀ ପର୍ଯ୍ୟଟନ ଆଳରେ କିପରି ସରକାରୀ ଅର୍ଥ ହଡ଼ପ କରାଯାଇଛି ତାହା ସେ ଲୋକଲୋଚନକୁ ଆଣିଥିଲେ। ଉଲ୍ଲେଖନୀୟ, ସେ ଅନେକଙ୍କ ନାମ ପ୍ରକାଶ କରିବା ସହ ଦୁର୍ନୀତି ଉପରେ ସିବିଆଇ ଓ ଇଡି ତଦନ୍ତ ଦାବି କରିଥିଲେ। ଏଭଳି ସାହସିକ ପଦକ୍ଷେପ ଏକ ବ୍ୟବସ୍ଥାରେ ହେଉଥିବା ଦୁର୍ନୀତିକୁ ପଦାକୁ ଆଣେ। କିନ୍ତୁ ଏହାଦ୍ୱାରା ହୁଇସିଲ ବ୍ଲେୟରଙ୍କ କ୍ୟାରିୟର ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଏ। କୌତୂହଳର ବିଷୟ ହେଉଛି ଚତୁର୍ବେଦୀ ତାଙ୍କ ରିପୋର୍ଟ ଦେବା ପରେ ହିଁ କେନ୍ଦ୍ର ପଦକ୍ଷେପ ନେଇଛି ଓ ଏଥିପାଇଁ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଚତୁର୍ବେଦୀ ବାସ୍ତବତାକୁ ସାମ୍ନାକୁ ଆଣି ନ ଥାନ୍ତେ, ତେବେ ବିକାଶ ନାମରେ ଏହି ସମସ୍ୟା ଓ ଦୁର୍ନୀତି ଆଢୁଆଳରେ ରହିଯାଇଥାଆନ୍ତା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?