Posted inଜାତୀୟ

କଲେଜିୟମ ଉପରେ ଆଇନମନ୍ତ୍ରୀଙ୍କ ପ୍ରଶ୍ନ, ବିଚାରପତିଙ୍କୁ ନିଯୁକ୍ତ କରିବା ସରକାରଙ୍କ କାମ…

ଅହମଦାବାଦ,୧୮।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କଲେଜିୟମ ବ୍ୟବସ୍ଥାରେ ଦେଶର ଲୋକମାନେ ଖୁସି ନୁହଁନ୍ତି ଏବଂ ସମ୍ବିଧାନ ଅନୁଯାୟୀ ବିଚାରପତି ନିଯୁକ୍ତ କରିବା ସରକାରଙ୍କ କାମ। ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ଦ୍ୱାରା ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ କହିଛନ୍ତି ଯେ ବିଚାରପତିମାନେ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନେବାରେ ବ୍ୟସ୍ତ ରହୁଛନ୍ତି। ଯେଉଁଥିପାଇଁ ନ୍ୟାୟ ପ୍ରଦାନ କରିବା ଭଳି ସେମାନଙ୍କର ପ୍ରାଥମିକ କାର୍ଯ୍ୟ ପ୍ରଭାବିତ ହେଉଛି।

ଗତ ମାସରେ ଉଦୟପୁରରେ ଅନୁଷ୍ଠିତ ଏକ ସମ୍ମିଳନୀରେ ସେ କହିଥିଲେ ଯେ ସୁପ୍ରିମକୋର୍ଟରେ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି।

ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଏକ ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି, ୧୯୯୩ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ବିଚାରପତି ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ଆଇନ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ହେଉଥିଲେ। ସେତେବେଳେ ଆମର ବହୁ ବିଶିଷ୍ଟ ବିଚାରପତି ଥିଲେ। ସମ୍ବିଧାନରେ ଏହା ସ୍ପଷ୍ଟ ହୋଇଛି ଯେ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତ କରିବେ, ଅର୍ଥାତ ଆଇନ ମନ୍ତ୍ରଣାଳୟ ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ବିଚାରପତିମାନଙ୍କୁ ନିଯୁକ୍ତ କରିବେ।

ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ। କଲେଜିୟମର ସୁପାରିଶକୁ ନେଇ ସରକାର ଆପତ୍ତି ଉଠାଇ ପାରନ୍ତି କିମ୍ବା ସ୍ପଷ୍ଟୀକରଣ ମାଗିପାରନ୍ତି, ଯଦି ପାଞ୍ଚ ସଦସ୍ୟ ବିଶିଷ୍ଟ ସଂସ୍ଥା ଏହାକୁ ଦୋହରାନ୍ତି ତେବେ ନାମଗୁଡିକର ଅନୁମୋଦନ ପ୍ରକ୍ରିୟା ବାଧ୍ୟତାମୂଳକ ହୋଇଥାଏ।
ସେ କହିଛନ୍ତି, ଦେଶର ଆଇନ ମନ୍ତ୍ରୀ ହୋଇ ମୁଁ ଦେଖିଛି ଯେ ପରବର୍ତ୍ତୀ ବିଚାରପତି କିଏ ହେବ ତାହା ସ୍ଥିର କରିବାକୁ ବିଚାରପତିଙ୍କ ଅଧା ସମୟ ଏବଂ ମନ ଉତ୍ସର୍ଗୀକୃତ ରହୁଛି।

ରିଜିଜୁ କହିଛନ୍ତି ଯେ ଯେପରି ଗଣମାଧ୍ୟମ ଉପରେ ନଜର ରଖିବା ପାଇଁ ଭାରତର ପ୍ରେସ କାଉନସିଲ ଅଛି, ସେହିଭଳି ନ୍ୟାୟପାଳିକା ଉପରେ ନଜର ରଖିବାର ବ୍ୟବସ୍ଥା ରହିବା ଉଚିତ ଏବଂ ଯଦି ନ୍ୟାୟପାଳିକା ନିଜେ ପଦକ୍ଷେପ ନିଅନ୍ତି ତେବେ ଏହା ଦେଶ ପାଇଁ ଭଲ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରରେ କାର୍ଯ୍ୟନିର୍ବାହୀ ଉପରେ ନଜର ରଖିବାର ଏକ ବ୍ୟବସ୍ଥା ଅଛି। କିନ୍ତୁ ନ୍ୟାୟପାଳିକା ମଧ୍ୟରେ ସେପରି କୌଣସି ପ୍ରଣାଳୀ ନାହିଁ। ସେ କହିଛନ୍ତି ଯେ ବିଚାରପତି ଚୟନ ପ୍ରକ୍ରିୟାରେ ବେଳେବେଳେ ଦଳଗତତା ମଧ୍ୟ ରହିଥାଏ ଏବଂ ଏହା ଅତ୍ୟନ୍ତ ଜଟିଳ ଏବଂ ସ୍ବଚ୍ଛ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?