Posted inଜାତୀୟ

ଜନ୍ମ ହୋଇ ନ ଥିବା ଶିଶୁର ପୋଷ୍ୟ ଗ୍ରହଣ ଚୁକ୍ତି କିଭଳି ହେବ, ସେ ନେଇ ଆଇନ ଅଜ୍ଞାତ: ପ୍ରଶ୍ନ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଏକ ଚୁକ୍ତିନାମା ଆଇନ ଅନୁସାରେ କରାଯାଇପାରେ। ମାତ୍ର ଜନ୍ମ ହୋଇ ନଥିବା ଶିଶୁ ପୋଷ୍ୟ ଗ୍ରହଣ ଆଇନ ସମ୍ପର୍କରେ କୋର୍ଟ ଅଜ୍ଞାତ ଅଟେ। ଜଷ୍ଟିସ ବି ବିରପ୍ପା ଏବଂ ଜଷ୍ଟିସ କେ.ଏସ ହେମଲେଖାଙ୍କ ଏକ ଡିଭିଜନ ବେଞ୍ଚ ଦୁଇ ବର୍ଷର ନଅ ମାସର ଶିଶୁ କନ୍ୟାଙ୍କର ମାତାପିତାଙ୍କ ଦ୍ୱାରା ଦାଖଲ ହୋଇଥିବା ମିଳିତ ଆବେଦନକୁ ଖାରଜ କରି ଏଭଳି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଶିଶୁକନ୍ୟାଙ୍କର ପ୍ରକୃତ ମାତାପିତା ହିନ୍ଦୁ ହୋଇଥିବାବେଳେ ତାଙ୍କର ପୋଷ୍ୟ ମାତାପିତା ମୁସଲମାନ ଅଟନ୍ତି।

ବାସ୍ତବରେ, ପ୍ରକୃତ ମାତାପିିତା ଉଡୁପି ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରି ମୁସଲମାନ ଦମ୍ପତିଙ୍କୁ ପୋଷ୍ୟ ମାତାପିତା ତଥା ଅଭିଭାବକ ବୋଲି ଘୋଷଣା କରିଥିଲେ। ନିମ୍ନ ଅଦାଲତ ଉଭୟ ମାତାପିତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ, ହାଇକୋର୍ଟର ଡିଭିଜନ ବେଞ୍ଚ ଅଫ ଜଷ୍ଟିସ ବି ଭେରାପ୍ପା ଏବଂ ଜଷ୍ଟିସ କେ ଏସ ହେମଲେଖା କହିଛନ୍ତି ଯେ ବୁଝାମଣା ତାରିଖ ଅନୁଯାୟୀ ଶିଶୁଟି ଆବେଦନକାରୀଙ୍କ ଗର୍ଭରେ ଥିଲା ଏବଂ ଶିଶୁଟି ଜନ୍ମ ହୋଇ ନ ଥିଲା। ୨୦୨୦ ମାର୍ଚ୍ଚ ୨୬ରେ ଚୁକ୍ତି ହେବାର ପାଞ୍ଚ ଦିନ ପରେ ଶିଶୁ କନ୍ୟାଙ୍କ ଜନ୍ମ ହୋଇଥିଲା। ଉଭୟ ପକ୍ଷ ଜନ୍ମ ହୋଇ ନ ଥିବା ଶିଶୁ ସମ୍ବନ୍ଧରେ ଏକ ଚୁକ୍ତି କରିଥିଲେ। ଏଭଳି ଚୁକ୍ତି ଆଇନ ପାଇଁ ଅଜ୍ଞାତ ବୋଲି ବେଞ୍ଚ କହିଛନ୍ତି। ନିମ୍ନ ଅଦାଲତଙ୍କ ଆଧାରରେ ଟ୍ରାଏଲ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦାରିଦ୍ର୍ୟତା ପ୍ରକୃତ ମାତାପିତା ଶିଶୁ କନ୍ୟାଙ୍କ ଯତ୍ନ ନେବାକୁ ଅସମର୍ଥ ହୋଇଥିଲେ ଏବଂ ମୁସଲମାନ ଦମ୍ପତି ସନ୍ତାନହୀନ ଥିବାରୁ ପୋଷ୍ୟ ଭାବେ ତାଙ୍କୁ ଦେବା ପାଇଁ ସେମାନେ ଏକ ଚୁକ୍ତି କରିଥିଲେ। ଚୁକ୍ତିରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଦୁଇ ପକ୍ଷ ମଧ୍ୟରେ ଟଙ୍କା ଦେଣନେଣ ହୋଇନାହିଁ। ଟ୍ରାଏଲ କୋର୍ଟରେ ଶୁଣାଣି ସମୟରେ କୋର୍ଟ ପିଟିଶନକୁ ଖାରଜ କରିଦେଇଥିଲେ ଯେ ଚୁକ୍ତିରେ କୌଣସି ସ୍ଥାନରେ ସ୍ପଷ୍ଟ ହୋଇନାହିଁ ଯେ ଶିଶୁର କଲ୍ୟାଣ ପାଇଁ ଯତ୍ନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?