ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ

ଝାରସୁଗୁଡ଼ା ଅଫିସ୍‌,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଏହାକୁ ତଦାରଖ କରିବା ପାଇଁ ଜିଲାରେ ୧୭ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ୍‌, ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ରହିଛନ୍ତି। ଏହି ସ୍କ୍ବାର୍ଡ ଜିଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି କୋଭିଡ୍‌ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ଜରିମାନା ଆଦାୟ କରୁଛନ୍ତି। ହେଲେ ସ୍କ୍ବାର୍ଡର ଜଣେ ମାଜିଷ୍ଟ୍ରେଟ୍‌ ଲୋକଙ୍କୁ ସଚେତନ କରିବା ଓ ଅମାନିଆଙ୍କୁ ଜରିମାନା କରିବା ପରିବର୍ତ୍ତେ ଦବଙ୍ଗଗିରି ଦେଖାଇ ଜଣେ ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାଜିଷ୍ଟ୍ରେଟ୍‌ ଜଣଙ୍କ ହେଉଛନ୍ତି ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ। ବୁଧବାର ମାଜିଷ୍ଟ୍ରେଟ୍‌ ତିର୍କୀ ହାତରେ ଏକ ବାଡି ଧରି ନିଜ ଗାଡିରେ ବାହାରି ଝାରସୁଗୁଡ଼ା ସହରର ବମ୍ବେ ଛକରେ ପହଞ୍ଚି ଥିଲେ। ସେଠାରେ ଜଣେ ବୃଦ୍ଧ ଏବଂ ତାଙ୍କର ନାବାଳକ ପୁଅ ତରଭୂଜ ବିକ୍ରି କରୁଥିଲେ। ନିୟମ ମୁତାବକ ପୂର୍ବାହ୍ନ ୧୧ଟାରେ ସେମାନେ ବେପାର ବନ୍ଦ ହେବା କଥା। ହେଲେ ଗାଡି ଆସି ନ ଥିବାରୁ ସେମାନେ ଛକରେ ଅପେକ୍ଷା କରିଥିଲେ। ଏହି ସମୟରେ ମାଜିଷ୍ଟ୍ରେଟ୍‌ ତିର୍କୀ ପ୍ରଥମେ ବୃଦ୍ଧ ବ୍ୟବସାୟୀଙ୍କୁ ଧମକ୍‌ଚମକ ଦେଇଥିଲେ। ବୃଦ୍ଧ ବ୍ୟବସାୟୀ ଜଣଙ୍କ କାକୁତି ମୀନତି ହୋଇଥିଲେ ମଧ୍ୟ ମାଜିଷ୍ଟ୍ରେଟ୍‌ କିଛି ଶୁଣି ନ ଥିଲେ। ପରେ ମାଜିଷ୍ଟ୍ରେଟ୍‌ ବୃଦ୍ଧ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ ମାରିଥିଲେ। ମାଜିଷ୍ଟ୍ରେଟ୍‌ ତିର୍କୀ ଆକ୍ସନମୁଡ୍‌ରେ ଆସି ବେହେରାମାଲ ଛକ ଓ କୋର୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଧମକ ଦେଇ ବାଡିରେ ମାଡ ମାରିଥିଲେ। ଏହି ମସସ୍ତ ଘଟଣାକୁ କିଛି ଲୋକ ମୋବାଇଲ୍‌ ଫୋନରେ ରେକଡ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହା ଭାଇରାଲ ହେଉଛି। ଏନେଇ ମାଜିଷ୍ଟ୍ରେଟ୍‌ଙ୍କ ମୋବାଇଲ ନମ୍ବରକୁ ଯୋଗଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନ ଥିଲେ। ଉପଜିଲାପାଳ ଶିବ ଟପ୍ପୋ ଏବଂ ତହସିଲଦାର କୁଳମଣି ରଣବିଡାଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ଏହି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ରାସ୍ତାକଡ଼ରେ ଚାଲିଥିଲା ଜୁଆ ଆଡ୍ଡା: ପୋଲିସର ଅତର୍କିତ ଚଢାଉ; ୪ ଗିରଫ, ବାଇକ୍ ଓ ମୋବାଇଲ୍ ସହ…

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଜୁଆଡ଼ିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାନଖେମୁଣ୍ଡି ବ୍ଲକ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri