ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ

ଝାରସୁଗୁଡ଼ା ଅଫିସ୍‌,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଏହାକୁ ତଦାରଖ କରିବା ପାଇଁ ଜିଲାରେ ୧୭ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ୍‌, ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ରହିଛନ୍ତି। ଏହି ସ୍କ୍ବାର୍ଡ ଜିଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି କୋଭିଡ୍‌ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ଜରିମାନା ଆଦାୟ କରୁଛନ୍ତି। ହେଲେ ସ୍କ୍ବାର୍ଡର ଜଣେ ମାଜିଷ୍ଟ୍ରେଟ୍‌ ଲୋକଙ୍କୁ ସଚେତନ କରିବା ଓ ଅମାନିଆଙ୍କୁ ଜରିମାନା କରିବା ପରିବର୍ତ୍ତେ ଦବଙ୍ଗଗିରି ଦେଖାଇ ଜଣେ ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାଜିଷ୍ଟ୍ରେଟ୍‌ ଜଣଙ୍କ ହେଉଛନ୍ତି ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ। ବୁଧବାର ମାଜିଷ୍ଟ୍ରେଟ୍‌ ତିର୍କୀ ହାତରେ ଏକ ବାଡି ଧରି ନିଜ ଗାଡିରେ ବାହାରି ଝାରସୁଗୁଡ଼ା ସହରର ବମ୍ବେ ଛକରେ ପହଞ୍ଚି ଥିଲେ। ସେଠାରେ ଜଣେ ବୃଦ୍ଧ ଏବଂ ତାଙ୍କର ନାବାଳକ ପୁଅ ତରଭୂଜ ବିକ୍ରି କରୁଥିଲେ। ନିୟମ ମୁତାବକ ପୂର୍ବାହ୍ନ ୧୧ଟାରେ ସେମାନେ ବେପାର ବନ୍ଦ ହେବା କଥା। ହେଲେ ଗାଡି ଆସି ନ ଥିବାରୁ ସେମାନେ ଛକରେ ଅପେକ୍ଷା କରିଥିଲେ। ଏହି ସମୟରେ ମାଜିଷ୍ଟ୍ରେଟ୍‌ ତିର୍କୀ ପ୍ରଥମେ ବୃଦ୍ଧ ବ୍ୟବସାୟୀଙ୍କୁ ଧମକ୍‌ଚମକ ଦେଇଥିଲେ। ବୃଦ୍ଧ ବ୍ୟବସାୟୀ ଜଣଙ୍କ କାକୁତି ମୀନତି ହୋଇଥିଲେ ମଧ୍ୟ ମାଜିଷ୍ଟ୍ରେଟ୍‌ କିଛି ଶୁଣି ନ ଥିଲେ। ପରେ ମାଜିଷ୍ଟ୍ରେଟ୍‌ ବୃଦ୍ଧ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ ମାରିଥିଲେ। ମାଜିଷ୍ଟ୍ରେଟ୍‌ ତିର୍କୀ ଆକ୍ସନମୁଡ୍‌ରେ ଆସି ବେହେରାମାଲ ଛକ ଓ କୋର୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଧମକ ଦେଇ ବାଡିରେ ମାଡ ମାରିଥିଲେ। ଏହି ମସସ୍ତ ଘଟଣାକୁ କିଛି ଲୋକ ମୋବାଇଲ୍‌ ଫୋନରେ ରେକଡ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହା ଭାଇରାଲ ହେଉଛି। ଏନେଇ ମାଜିଷ୍ଟ୍ରେଟ୍‌ଙ୍କ ମୋବାଇଲ ନମ୍ବରକୁ ଯୋଗଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନ ଥିଲେ। ଉପଜିଲାପାଳ ଶିବ ଟପ୍ପୋ ଏବଂ ତହସିଲଦାର କୁଳମଣି ରଣବିଡାଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ଏହି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri