Posted inଖେଳ

ଚାମ୍ପିୟନ ଭଳି ଖେଳୁଛି ଗତ ଥରର ରନର୍ସଅପ୍‌

ଶାରଜା,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଟସ୍‌ ଜିତିବାର ଅର୍ଥ ଏକତରଫା ମ୍ୟାଚ୍‌ ହାତେଇ ନେବା। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାୟତଃ ଟସ୍‌ ଜିତୁଥିବା ଦଳ ହିଁ ମ୍ୟାଚ୍‌ ଜିତୁଛନ୍ତି। କିନ୍ତୁ ଏହାକୁ ଭୁଲ କରି ଦେଖାଇଛି ଗତ ଥରର ରନର୍ସଅପ୍‌ ଇଂଲଣ୍ଡ। ଟସ୍‌ ହାରିବା ପରେ ମଧ୍ୟ ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ ବେଳେ କାକର ପଡ଼ିଥିଲା। ହେଲେ ଇଆନ ମୋର୍ଗାନଙ୍କ କ୍ୟାପଟେନଶିପ୍‌ ଆଗରେ ତାହା କାମ ଦେଇ ନ ଥିଲା। ଏହା ଇଂଲଣ୍ଡର ଲଗାତାର ଚତୁର୍ଥ ବିଜୟ। ଏହି ବିଜୟ ସହ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟସ୍‌ ଜିତିବା ଠାରୁ ପ୍ରାରମ୍ଭିକ ୧୦ ଓଭର ପର୍ଯ୍ୟନ୍ତ ସବୁ କିଛି ଶ୍ରୀଲଙ୍କା ପକ୍ଷରେ ଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୦ ଓଭର ସୁଦ୍ଧା ୩ ପ୍ରମୁଖ ବ୍ୟାଟରଙ୍କ ଉଇକେଟ ହରାଇ ମାତ୍ର ୪୭ ରନ୍‌ କରିଥିଲା। କିନ୍ତୁ ପରବର୍ତ୍ତୀ ୧୦ ଓଭରରେ ବଟଲରଙ୍କ ଯୋଗୁ ୧୧୬ ରନ୍‌ ଯୋଡ଼ି ହୋଇଥିଲା। ବଟଲର ଅନ୍ତିମ ବଲରେ ଛକା ଲଗାଇ ଶତକ ପୂରଣ କରିଛନ୍ତି। ୬୭ ବଲର ସମ୍ମୁଖୀନ ହୋଇଥିବା ବଟଲରଙ୍କ ଇନିଂସରେ ସାମିଲ ଥିଲା ୬ ଲେଖାଏ ଚୌକା ଓ ଛକା। ତାଙ୍କୁ ଉଚିତ ସହଯୋଗ ଦେଇଥିଲେ ଅଧିନାୟକ ଇଆନ ମୋର୍ଗାନ। ସେ ୧ ଚୌକା ଓ ୩ ଛକା ବଳରେ ୪୦ ରନ୍‌ କରିଥିଲେ।

ଜବାବରେ ପ୍ରାରମ୍ଭକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ୭୬ ରନ୍‌ରେ ୫ ଉଇକେଟ ହରାଇ ସାରିଥିଲା। ଓ୍ବାନିନ୍ଦୁ ହାସରଙ୍ଗା (୩୪ ରନ୍‌, ୩ ଚୌକା ଓ ୧ ଛକା) ଓ ଅଧିନାୟକ ଦାସୁନ ଶନକା (୨୬ )ଙ୍କ ଯୋଡ଼ି ୬ଷ୍ଠ ଉଇକେଟ ପାଇଁ ୫୩ ରନ୍‌ ଯୋଡ଼ି ଶ୍ରୀଲଙ୍କାକୁ ଆଶା ଦେଇଥିଲେ। ହେଲେ ତାହା ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଶ୍ରୀଲଙ୍କା ୧୯ ଓଭରରେ ୧୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri