Posted inଖେଳ

ମାଲେସିଆକୁ ୪-୧ରେ ହରାଇଲା ଭାରତ, ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କଲେ ଓଡ଼ିଆ ଝିଅ ପୂଜା

ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୧ ଗୋଲରେ ମାଲେସିଆକୁ ହରାଇ ଦେଇଛି। ଏହି ମ୍ୟାଚ୍‌ ଜରିଆରେ ଓଡ଼ିଶାର ପୂଜା ସାହୁ ଅନ୍ତର୍ଜାତୀୟସ୍ତରରେ ପଦାର୍ପଣ କରିଛନ୍ତି। ଆସନ୍ତା ୨୧ରେ ଭାରତ ତା’ର ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ।

ମ୍ୟାଚ୍‌ର ୧୯ତମ ମିନିଟ୍‌ରେ ଜୁରାମିରା ଜୁଲକିଫ୍ଲିଙ୍କ ଗୋଲ ବଳରେ ମାଲେସିଆ ଅଗ୍ରଣୀ ହାସଲ କରି ସଭିଙ୍କୁ ଚମକାଇ ଦେଇଥିଲା। ଏହାର ତୁରନ୍ତ ପରେ ମୁମତାଜ ଖାନ (୨୦ତମ ମିନିଟ୍‌) ଏକ ଫିଲ୍ଡ ଗୋଲ କରି ସ୍କୋର ଲାଇନାକୁ ବରାବର କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ଅଧିନାୟିକା ସାଲିମା ଟେଟେ ୩୫ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନର(ପିସି)ରୁ ଗୋଲ ସ୍କୋର କରିଥିଲେ। ଏହାର ୪ ମିନିଟ୍‌ ପରେ ଭାରତକୁ ମିଳିଥିବା ଆଉ ଏକ ପିସିକୁ ଗୋଲରେ କନଭର୍ଟ କରି ପୂଜା ତାଙ୍କ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରାଇଥିଲେ।

ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲରେ ଆଗରେ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ୪୯ତମ ମିନିଟ୍‌ରେ ଭାରତକୁ ପୁଣି ଏକ ପିସି ମିଳିଥିଲା, ଯାହାକୁ ଗୋଲରେ କନଭର୍ଟ କରିଥିଲେ ଲାଲରେମସିଆମି (୪୯ତମ)। ପଦାର୍ପଣକାରୀ ପୂଜାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବା ଥିଲା ସହଜ, ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହେବ, ଧୋନିଙ୍କ ମେଣ୍ଟର ହେବା ଉପରେ ସେହୱାଗ କହିଲେ…

ନୂଆଦିଲ୍ଲୀ,୧୯।୧୧: ମହେନ୍ଦ୍ର ସିଂହ ଧୋନି IPL 2027 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (ପରାମର୍ଶଦାତା) ହୋଇଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ଫ୍ରାଞ୍ଚାଇଜ ଘୋଷଣା…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ, ୧୯ା୧୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ଫୋନକୁ…

Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

କଟକରେ ବନ୍ଦ ହେଲା ନଦୀଘାଟ: ନଦୀରେ ବୁଡ଼ ପକାଇବା, ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେ, ଅଙ୍ଗନବାଡ଼ି କେନ୍ଦ୍ରକୁ…

‘ଭୋକ ଏତେ ଯେ ପେଟ କେବେ ବି ପୂରେ ନାହିଁ’ ଟିକସ ହ୍ରାସ ସତ୍ତ୍ୱେ ଚାକିରି ଅଭାବ,କମ ଦରମାକୁ ନେଇ ଶିଳ୍ପପତିଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୯।୧୧: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ FICCI (ଫିକି)ର ୧୦୦ତମ ବାର୍ଷିକ ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଶିଳ୍ପ ଜଗତର ଶହ ଶହ ପ୍ରମୁଖ ବ୍ୟକ୍ତିତ୍ୱଙ୍କ…

ଜିଲାପାଳଙ୍କ ବଡ଼ ନିଷ୍ପତ୍ତି, ଶୁକ୍ରବାର କଟକରେ ସ୍କୁଲ, କଲେଜ ଛୁଟି

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?