କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ

ବଇଣ୍ଡା/ ମାଧପୁର,୨୮।୪(ଡି.ଏନ.ଏ.):  ଅନୁଗୋଳ ଜିଲା ଆଠମଲ୍ଲିକଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏ ନେଇ ୪ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ବୁଧବାର ଆଠମଲ୍ଲିକ ଗସ୍ତରେ ଆସି ଟାଙ୍ଗିଆନିଶା ଅଞ୍ଚଳରେ ଏକ ଜମି ଚିହ୍ନଟ କରିଛନ୍ତି। ପ୍ରତିନିଧି ଦଳ ଆଠମଲ୍ଲିକ ମହାବିଦ୍ୟାଳୟଠାରେ ଅସ୍ଥାୟୀ ଶ୍ରେଣୀ ଗୃହ ଯାଞ୍ଚ କରିବା ପରେ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ପରେ ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସେଠାରେ ଅଞ୍ଚଳବାସୀ, ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ସହକାରୀ କମିଶନର ଏ. ଜ୍ୟୋତିକୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ (କ)ର ଅଧ୍ୟକ୍ଷ ଦୀପେଶ କୁମାର ବାରିକ, କଟକ କେନ୍ଦ୍ରୀୟ ବିଦ୍ୟାଳୟ(ଗ)ର ଅଧ୍ୟକ୍ଷ ଅନନ୍ତ କୁମାର ସିଠ, କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ କନିଷ୍ଠଯନ୍ତ୍ରୀ ରଞ୍ଜନ କୁମାର ବେହେରା, ସହକାରୀ ଜିଲାପାଳ କୁଳମଣି ଦଳେଇ, ରାଜସ୍ବ ପରିଦର୍ଶକ ଦଣ୍ଡଧର ସିଂ, ରାଜସ୍ବ ନିରୀକ୍ଷକ ସୋନାଲିକା ସାହୁ, ଆଠମଲ୍ଲିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ ସାହୁ, ଏନ୍‌ଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ, ଆଠମଲ୍ଲିକ ବିକାଶ ମଞ୍ଚର ଆବାହକ ଇଂ. ଆଭାସ କୁମାର କ୍ଷେତୀ, ଭାଜପା ନେତା ଶ୍ରୀମନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପୂର୍ବରୁ ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ବାମୁରଠାରେ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri