କ୍ଷତିପୂରକ ଜଙ୍ଗଲ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶିଳ୍ପ, ରାସ୍ତାଘାଟ ନିର୍ମାଣ, ଜଳସେଚନ, ଆବାସିକ ସ୍ଥଳ ପାଇଁ ରାଜ୍ୟରେ ବହୁ ପରିମାଣରେ ବୃକ୍ଷକୁ ବଳି ଦେବାକୁ ପଡୁଛି। ଏଥିଯୋଗୁ ଜଙ୍ଗଲ କ୍ରମଶଃ ଧ୍ୱଂସହୋଇ ଯାଉଛି। ଫଳରେ ପରିବେଶ ଅସନ୍ତୁଳନ ବଢ଼ିବାରେ ଲାଗିଛି । ରାଜ୍ୟରେ କଟାଯାଉଥିବା ବୃକ୍ଷର ଭରଣା କରିବା ପାଇଁ କ୍ଷତିପୂରକ ବନୀକରଣ ସକାଶେ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିବେ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ନିମନ୍ତେ ଆସୁଥିବା ପ୍ରସ୍ତାବଗୁଡ଼ିକ ସକାଶେ ଏକ ସ୍ବତନ୍ତ୍ର ଅନ୍‌ଲାଇନ ସଫ୍ଟଓ୍ବେର ବିକାଶ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପରିବେଶ ମଞ୍ଜୁରୀ ପ୍ରସ୍ତାବ ଆରମ୍ଭରୁ ସାର୍ଟିଫିକେଟ ପ୍ରଦାନ ଯାଏ ଅନ୍‌ଲାଇନ ଜରିଆରେ କରାଯାଇ ପାରିବ। ରାଜ୍ୟରେ ଜଟିଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ଜଙ୍ଗଲ ଆଇନରେ ଥିବା ଶେଷ ବିକଳ୍ପକୁ ବ୍ୟବହାର କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି।
ଜଙ୍ଗଲ ଆଇନ ବିଷୟରେ ଅପ୍‌ଡେଟ ହେବା ପାଇଁ ନିୟମିତ ବ୍ୟବଧାନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିକାରୀ ଏବଂ ରାଜସ୍ବ ବିଭାଗ ଅଧିକାରୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଜଙ୍ଗଲ ଅଧିକାର ଆଇନ(ଏଫ୍‌ଆରଏ) ଅଧୀନରେ ୧୩ ପ୍ରକାର ଅତ୍ୟାବଶ୍ୟକ ପ୍ରକଳ୍ପ ସ୍କୁଲ, ଡାକ୍ତରଖାନା, ସରକାରୀ ଖୁଚୁରା ଦୋକାନ, ବିଦ୍ୟୁତ୍‌ ଓ ଟେଲିଫୋନ, ପାନୀୟ ଜଳ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, କେନାଲ, ଜଳ ଅମଳ ପ୍ରକଳ୍ପ, ସବୁଜଶକ୍ତି ପ୍ରକଳ୍ପ, ଦକ୍ଷତା ବିକାଶ ତାଲିମ କେନ୍ଦ୍ର, ରାସ୍ତା, ଗୋଷ୍ଠୀକେନ୍ଦ୍ର ଭଳି ପ୍ରକଳ୍ପ ପାଇଁ ୧ ହେକ୍ଟର ଜମିର ଆବଶ୍ୟକତା ପଡ଼ିଥାଏ। ସେଭଳି ପ୍ରକଳ୍ପକୁ ଜିଲା ବନ ଅଧିକାରୀ(ଡିଏଫ୍‌ଓ) ଅନୁମତି ଦେଇ ପାରିବେ ବୋଲି କହିଥିଲେ। ପରିବେଶ ସନ୍ତୁଳନ ପାଇଁ ଆବଶ୍ୟକ ବନୀକରଣ ସକାଶେ ଜଙ୍ଗଲ ବିଭାଗ ଅଧିକାରୀମାନେ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବନ ସଂରକ୍ଷକ( ପିସିସିଏଫ୍‌) ଶିଶିର କୁମାର ରଥୋ କ୍ଷତିପୂରକ ବନୀକରଣ ପାଇଁ ଅବ୍ୟବହୃତ ଅନାବାଦୀ ଜମି, ପତରା ଜଙ୍ଗଲ, ଝାଡ଼ ଜଙ୍ଗଲ ଇତ୍ୟାଦିକୁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ଏହି ବୈଠକରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଖଣି ଓ ଇସ୍ପାତ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri