ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି ନିଜ ସ୍ତ୍ରୀ ନାମରେ ପ୍ରିୟଦର୍ଶନୀ ପରିଡ଼ା (ଅଂଶୁମାନ ଟ୍ରେଡସ) ଜିଏସଟି ବିଲ କରି ହେରାଫେରି କରୁଥିବା ଜଣାପଡ଼ିଛି। ସରକାରୀ ଇମାର୍କେଟରୁ ଜିନିଷ ନ କିଣି ଅନଲାଇନ ଓ ବାହାରୁ କିଣୁଥିବା ଅଭିଯୋଗ ରହିଛି।
ଏମଆର୍‌ପିରୁ ଅଧିକ ବିଲ କରୁଥିବା ଅଭିଯୋଗ ହୋଇଛି। ନିଜ ସରକାରୀ ବାସଭବନରେ ଲାଇନ ସଂଯୋଗ ନ କରି ପ୍ରିନ୍ସପାଲ ହଷ୍ଟେଲରୁ ଲାଇନ ଆଣିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଖାଅ କି ନ ଖାଅ ହଷ୍ଟେଲ ପିଲା ମାସକୁ ଦେବେ ୧୮ଶହ ହଷ୍ଟେଲବାସୀଙ୍କ ପାଇଁ ଏମିତି ନିୟମ ରହିଛି।

ଅଭିଯୋଗ ମୁତାବକ, ହଷ୍ଟେଲରୁ ଯେଉଁ ଛାତ୍ରୀଛାତ୍ର କୌଣସିରେ ଛୁଟିରେ ଯାଆନ୍ତି ସେମାନେ ୧୮ ଶହରୁ କାଟି ଦେବା କଥା। କିନ୍ତୁ ରୁହ କି ନାହିଁ କୌଣସି କଥା ନାହିଁ। ପୁରା ଟଙ୍କା ଦେବାପାଇଁ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ପ୍ରିନ୍ସିପାଲ ସାର୍‌ ବାଧ୍ୟ କରୁଥିବା ହଷ୍ଟେଲବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କୁ ପଚାରିବାରୁ ପୂର୍ବରୁ ଥିବା ପ୍ରିନ୍ସିପାଲ ହଷ୍ଟେଲରୁ ଲାଇନ ଆଣିଥିଲେ। ମୁଁ ନୂତନ ଲାଇନ ସଂଯୋଗ ପାଇଁ ଆପ୍ଲାଏ କରିଛି। ହଷ୍ଟେଲରୁ ଟଙ୍କା ଖାଇବା ମିଛ, ଯିଏ ଯେତିକି ଦିନ ରହିବ ସେତିକି ଟଙ୍କା ଦେବ। ସ୍ତ୍ରୀ ନାମରେ ନୂଆ ଭାବରେ ଜିଏସଟି କରାଯାଇଛି। ତାଙ୍କର ବିଜନେସ ଚାଲିଛି। କିଛି ଜରୁରୀ ଜିନିଷ ଦରକାର ହେଲେ ନିଜେ କିଣି ଥାଏ। ଜିଏସଟି ବିଲ ପାଇଁ ହଇରାଣ ନ ହେବା ପାଇଁ ସ୍ତ୍ରୀଙ୍କ ଜିଏସଟି ବିଲ ବ୍ୟବହାର କରିଥାଏ ବୋଲି କହିଛନ୍ତି। ଏଠି କଥା ଉଠୁଛି ମନ୍ଦିର ଭିତରେ କିଏ ମୁଁ କଦଳୀ ଖାଇ ନାହିଁ, ପ୍ରଥମ କଥା ହେଲା ନିଜ ସ୍ତ୍ରୀ ନାମରେ ଜିଏସଟି ବିଲ ବ୍ୟବହାର ହେବା, କୌଣସି ଟେଣ୍ଡର ନ ହେଇ ନିଜେ ସବୁ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଏପରି ଜଣେ ଅନୁଷ୍ଠାନର ମୁଖ୍ୟ ହେଇ ଏମିତି କାମ କରୁଛନ୍ତି। ତେଣୁ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?