ଖଣ୍ଡାରେ ହାଣି ବେପାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ନିରାକାରପୁର,୨ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ନିରାକାରପୁର ଭୂଷଣ୍ଡପୁର ମୁଖ୍ୟ ରାସ୍ତା କୋଲସାହି ଗାଁ ନିକଟରେ ଶୁକ୍ରବାର ସକାଳେ ଜଣେ ବୁଲା ବେପାରୀଙ୍କୁ ଖଣ୍ଡାରେ ହାଣି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଲୁଟ୍‌ରେ ଶିକାର ହୋଇଥିବା ସୁନା, ଅଳଙ୍କାର ବ୍ୟକ୍ତି ଜଣଙ୍କ ଗାଁ ଗହଳିରେ ସବୁଦିନ ଭଳି ଆଜି ନିଜ ସ୍କୁଟିରେ ସୁନା ଅଳଙ୍କାର ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଏକ ପଲସର ଗାଡ଼ିରେ ପିଛା କରିବା ସହ ଆକ୍ରମଣ କରି ଲୁଟି ନେବାରେ ସକ୍ଷମ ହୋଇଥିଲେ। ତେବେ ଉକ୍ତ ବ୍ୟବସାୟୀ ଜଣଙ୍କ ଗାଁ ଗହଳିରେ ବୁଲି ହାଣ୍ଡିମାଠିଆ ବ୍ୟବସାୟ କରୁଥିବା ବେଳେ ଏତେ ସୁନା ଅଳଙ୍କାର କେଉଁଠୁ ଆଣି ବେପାର କରୁଥିଲେ ସେ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri