ଶ୍ରାବଣରେ ବର୍ଷା ଅଭାବ: ଚିନ୍ତାରେ ଚାଷୀ

ନାଉଗଁା,୩ା୮(ସ୍ବ.ପ୍ର): ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଚଳିତ ବର୍ଷ ନାଉଗଁା ବ୍ଲକରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଶ୍ରାବଣ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବର୍ଷା ଅଭାବରୁ ଅନେକ ଚାଷୀ ତଳି ପକାଇ ପାରିନାହାନ୍ତି। ଅପରପକ୍ଷେ କେନାଲ ସଫେଇ ହୋଇ ନ ଥିବା କାରଣରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ବ୍ଲକର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନଚାଷ କରିଥାନ୍ତି। ଏଠାରେ ସମୁଦାୟ ୭ ହଜାର ୨୫ ଶହ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଉଛି। ବ୍ଲକ ଦେଇ ୧୬(ଏ) କେନାଲ ଅଲଣା ପଞ୍ଚୟତ ଅରଖପାରିରୁ ବାଲିକୁଦା ବ୍ଲକ ଅଜିରା, ୧୬ (ବି) କେନାଲ ଅଲଣା ପଞ୍ଚାୟତରୁ ଜାମୁଗଁା ପଞ୍ଚାୟତର ଚକୁଳିପଡ଼ା, ୧୯ (ଇ) ଆଳିପିଙ୍ଗଳରୁ ରୋହିଆ ପଞ୍ଚାୟତ ଅନନ୍ତପୁରା, ୧୯(ଏ) କେନାଲ ଜଗତ୍‌ସିଂହପୁର ବ୍ଲକ ପୁରୁଣାଗଡରୁ ନୂଆଗଁା, ୧୯(ଇ୨) କେନାଲ ଗଜରାଜପୁର ଦେବୀଦୋଲରୁ ଗୋପାଳପୁର ଓ ୧୯(ଏ୨) କେନାଲ ଅଲଣା ପଞ୍ଚାୟତ ଭାତପଡାରୁ ଖଇରାହୋଲି ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ବିଭାଗ ଦ୍ୱାରା ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେନାଲଗୁଡ଼ିକୁ ସଫେଇ କରାଯାଉଛି। ମାତ୍ର ନିମ୍ନମାନର କାମ ଯୋଗୁ ଏହାର ଲାଭ ଚାଷୀଙ୍କୁ ମିଳିପାରୁନାହିଁ। ଅପରପକ୍ଷେ କେନାଲରେ ପାଣି ଆସୁକି ନ ଆସୁ ଚାଷୀଙ୍କୁ ଜଳ କର ଗଣିବାକୁ ପଡ଼ୁଛି । ଏନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ କେନାଲ ମାଧ୍ୟମରେ ମରୁଡି ସମୟରେ ଚାଷ ଜମିକୁ ଜଳସେଚନ କରାଯାଉଥିବା ବେଳେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ସମୟରେ ଏହି ବାଟ ଦେଇ ଉଦବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ଚଳିତବର୍ଷ ବର୍ଷା ଅଭାବ ଥିବାବେଳେ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ନଥିବାରୁ ଚିନ୍ତା ବଢ଼ିଯାଇଛି ବୋଲି ଚାଷୀ ଆର୍ତ୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନରେ ସହ ଯୋଜକ ଅଶୋକ ସ୍ବାଇଁ, ପ୍ରଦୋଷ ମହାନ୍ତି, ହର ପ୍ରସାଦ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ବ୍ଲକରେ ଯେଉଁ ପଞ୍ଚାୟତଗୁଡ଼ିକରେ କେନାଲ ନାହିଁ, ସେହି ପଞ୍ଚାୟତର ଚାଷୀ ମରୁଡି ସମୟରେ ଉଠା ଜଳ ସେଚନ ଉପରେ ନିର୍ଭର କରନ୍ତି। ଉଠାଜଳ ସେଚନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ଲକରେ ମୋଟ ୯୨ଟି ଉଠା ଜଳସେଚନ ପଏଣ୍ଟ ରହିଛି। ସେଥିରୁ ୬୦ଟି ପଏଣ୍ଟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୩୦ଟି ଅଚଳ ଅବସ୍ଥାରେ ରହିଛି।
ଏ ସମ୍ପର୍କରେ ଉଠା ଜଳସେଚନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଦାସ କହିଛନ୍ତି, ଉଠା ଜଳସେଚନ ପଏଣ୍ଟ ଦାୟିତ୍ୱ ପାଣି ପଞ୍ଚାୟତକୁ ଦିଆଯାଇଛି। ଚାଷୀଙ୍କ ଜମିରେ ପାଣି ମଡ଼ାଇବା ଦ୍ୱାରା ଯେଉଁ ଅର୍ଥ ଆଦାୟ ହେଉଛି ତାହାକୁ ପଏଣ୍ଟ ମରାମତି, ବିଦ୍ୟୁତ ବିଲ ପୈଠ ଆଦି କାର୍ଯ୍ୟରେ ଲଗାଇବା ପାଇଁ ସରକାରଙ୍କ ନିୟମ ରହିଛି। କିନ୍ତୁ ଅନେକ ପାଣି ପଞ୍ଚାୟତ ଠିକ ଭାବେ କାର୍ଯ୍ୟ କରୁ ନ ଥିବା ସହ ବିଦୁତ୍‌ ବିଲ ପୈଠ କରୁନାହାନ୍ତି। ଫଳରେ ଜଳ ସେଚନ ପଏଣ୍ଟଗୁଡିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦିଆଯାଇଛି। ସେହିପରି କେନାଲରେ ପାଣି ନ ଆସିବା ଓ ଠିକଭାବେ ସଫେଇ ନ ହେବା ସମ୍ପର୍କରେ ଅଲଣାହାଟ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ସବୁ କେନାଲରେ ପାଣି ଆସି ନାହିଁ, ଯେଉଁ ସବୁ କେନାଲରେ ପାଣି ଆସିଛି ଯଦି ଠିକ୍‌ ଭାବେ ଜମିକୁ ପାଣି ଯାଉ ନ ଥିବ ତାହେଲେ ପୁନର୍ବାର ସଫେଇ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri