ଟ୍ରେନ୍‌ ଦୁର୍ଘଟଣା ପରେ ସ୍ପେନରେ ବିକ୍ଷୋଭ

ମାଡ୍ରିଡ୍‌, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି କରି ଶତାଧିକ ବିକ୍ଷୋଭକାରୀ ପରିବହନ ମନ୍ତ୍ରଣାଳୟ ବାହାରେ ଏକତ୍ରିତ ହୋଇଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବା ସମୟରେ ବିକ୍ଷୋଭକାରୀମାନେ ‘ଓସ୍କାର ପୁଏନ୍ତେ, ମୃତ୍ୟୁର ମନ୍ତ୍ରୀ’ ବୋଲି ନାରାବାଜି କରିଥିଲେ। ମାଡ୍ରିଡ୍‌ର ଦକ୍ଷିଣରେ ଥିବା ଉର୍ଦାଠାରେ ଦୁଇଟି ସ୍ପାନିଶ ହାଇ-ସ୍ପିଡ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାରକାରୀ ଦଳ ଏବେ ବି ଅନ୍ୟମାନଙ୍କୁ ଖୋଜୁଥିବା ସମୟରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି। ଚଳିତବର୍ଷ ସ୍ପେନରେ ଏହା ଦ୍ୱିତୀୟ ମର୍ମନ୍ତୁଦ ରେଳ ଦୁର୍ଘଟଣା ଏବଂ ୨୦୧୩ ପରଠାରୁ ୟୁରୋପର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ଅଟେ। ଦୁଇଟି ସ୍ପାନିଶ ହାଇ-ସ୍ପିଡ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏହି ପ୍ରତିବାଦ ହୋଇଛି, ଯେଉଁଥିରେ ଅତିକମରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଚଳିତ ବର୍ଷ ଦୁଇଟି ବଡ଼ ରେଳ ଦୁର୍ଘଟଣା ଦେଖିଥିବା ସ୍ପେନରେ ଏହି ଘଟଣା ପରେ ରେଳ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଦୁର୍ଘଟଣା ସ୍ଥଳ ନିକଟରୁ ଏକ ଟେଲିଭିଜନ ସମ୍ବୋଧନରେ କହିଛନ୍ତି ଯେ ‘ସମଗ୍ର ସ୍ପେନ’ ବର୍ତ୍ତମାନ ଶୋକ ସନ୍ତପ୍ତ। ସେ ଦୁର୍ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି କୌଣସି ତ୍ରୁଟି ମିଳେ ତେବେ ତାହାର ସମାଧାନ କରାଯିବ। ସାଞ୍ଚେଜ କହିଛନ୍ତି, ଚଳିତ ବର୍ଷ ଘଟିଥିବା ଦୁଇଟିଯାକ ରେଳ ଦୁର୍ଘଟଣାର କାରଣ ପରସ୍ପର ସହ ଜଡ଼ିତ ନଥିବା ଜଣାପଡ଼ିଛି। ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ କହିଛନ୍ତି, ସାମ୍ନାରେ ଏକ ଟ୍ରେନ ଛିଡ଼ା ହୋଇ ରହିଥିବା ଏବଂ ରେଡ ସିଗନାଲ ସକ୍ରିୟ ଥିବା ସତ୍ତ୍ୱେ ଏକ ରେନଫେ ଟ୍ରେନକୁ ଯାତ୍ରା ଜାରି ରଖିବାକୁ ଅନୁମତି ମିଳିବା ପରେ ଏହି ଦୁର୍ଘଟଣା ଘଟିଛି। ଏହି ମହାବିପତ୍ତିର ତଦନ୍ତ ପ୍ରକ୍ରିୟାର ଅଂଶସ୍ବରୂପ ଦୁର୍ଘଟଣାର ସମସ୍ତ ପରିସ୍ଥିତିକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯିବ ବୋଲି ଆଶା କରାଯାଉଛି। ଏକ ରେଳ ନିୟନ୍ତ୍ରଣ କେନ୍ଦ୍ରରେ ପ୍ରଥମେ ବୈଷୟିକ ତ୍ରୁଟି ଏବଂ ପରେ କିଛି ମାନବୀୟ ଭୁଲ ଏହି ଭୟଙ୍କର ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ମାର୍ଶାଘାଇ,୩୦।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲାର ଲୁଣା ନଦୀବନ୍ଧ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦…

ଗୁରୁ-ଶନିଙ୍କ ମଧ୍ୟରେ ଗଠନ ହେଲା ଷଡ଼ାଷ୍ଟକ ଯୋଗ: ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ନୂଆଦିଲ୍ଲୀ,୩୦।୧୦: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନ ଓ ସ୍ଥିତିର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ଏବେ ଗୁରୁ ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ…

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

୨୦୨୮ ଦଶମ ବୋର୍ଡ ପରୀକ୍ଷା ନିୟମ ଜାରିକଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦୧୦: ସିବିଏସଇ ଗୁରୁବାର ୨୦୨୮ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ସମ୍ପର୍କରେ ସ୍ପଷ୍ଟ କରିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଇଁ ୫ଟି ବାଧ୍ୟତାମୂଳକ ବିଷୟ ରହିବ…

ନାଗପୁର ଏମ୍‌ଏଲ୍‌ସି ଆସନରେ କଂଗ୍ରେସର ବିଜୟ: ଭାଜପାକୁ ଝଟକା

ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ…

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?