Posted inଖେଳ

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ ଡକେଟ ୧୬୭ ରନ୍‌ର ଚମତ୍କାର ପାଳି ଖେଳିଛନ୍ତି। ଖାସ କଥା ହେଉଛି, ଏହି ଇନିଂସ୍‌ରେ ସେ ଗୋଟିଏ ବି ଛକା ମାରିନାହାନ୍ତି। ଏହା ସହ ସେ ଏକ ବିଶେଷ ରେକର୍ଡ କ୍ଲବ୍‌ରେ ସାମିଲ ହୋଇଛନ୍ତି, ଯେଉଁଥିରେ କ୍ରିକେଟ୍‌ର ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ନାଁ ମଧ୍ୟ ରହିଛି।

ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଇଂଲଣ୍ଡ ପକ୍ଷରୁ ଓପନର୍‌ ବେନ ଡକେଟ ଦମ୍ଦାର ବ୍ୟାଟିଂ କରିଥିଲେ। ସେ ୧୩୨ଟି ବଲ୍‌ର ସାମ୍ନା କରି ୨୪ଟି ଚୌକା ସହ ୧୬୭ ରନ ସଂଗ୍ରହ କରିଥିଲେ। ଏହି ପାଳିରେ ଡକେଟ ଗୋଟିଏ ବି ଛକା ମାରି ନ ଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ତାଙ୍କ ଦମ୍‌ଦାର ଇନିଂସ ବଳରେ ଇଂଲଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ ୩୮୬ ରନ୍‌ର ବିଶାଳ ସ୍କୋର କରିଥିଲା।

ଏହି ପ୍ରଦର୍ଶନ ସହ ଡକେଟ ଦିନିକିଆ କ୍ରିକେଟ ଇତିହାସରେ ଏପରି ସପ୍ତମ ଖେଳାଳି ହୋଇଛନ୍ତି, ଯିଏ ବିନା ଛକାରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ସର୍ବାଗ୍ରେ ରହିଛନ୍ତି। ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ବିନା ଛକାରେ ୧୭୩ ରନ କରିଥିଲେ।

ଦିନିକିଆରେ ବିନା ଛକାରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିବା ଖେଳାଳିଙ୍କ ତାଲିକା:

୧. ଡେଭିଡ ୱାର୍ନର (ଅଷ୍ଟ୍ରେଲିଆ) ୧୭୩ ରନ, ଦକ୍ଷିଣ ଆଫ୍ରିକା ବିପକ୍ଷ, ୨୦୧୬।
୨. ବେନ ଡକେଟ (ଇଂଲଣ୍ଡ) ୧୬୭ ରନ, ଶ୍ରୀଲଙ୍କା ବିପକ୍ଷ, ୨୦୨୬।
୩. ତିଲକରତ୍ନେ ଦିଲଶାନ (ଶ୍ରୀଲଙ୍କା) ୧୬୧ ରନ, ବାଂଲାଦେଶ ବିପକ୍ଷ, ୨୦୧୫।
୪. ହାସିମ ଆମଲା (ଦକ୍ଷିଣ ଆଫ୍ରିକା) ୧୫୩ ରନ, ୱେଷ୍ଟଇଣ୍ଡିଜ ବିପକ୍ଷ, ୨୦୧୫।
୫. ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ) ୧୫୨ ରନ, ପାକିସ୍ତାନ ବିପକ୍ଷ, ୧୯୯୩।
୬. ସଚିନ ତେନ୍ଦୁଲକର (ଭାରତ) ୧୫୨ ରନ, ନାମିବିଆ ବିପକ୍ଷ, ୨୦୦୩।
୭. ଆଣ୍ଡ୍ର୍ୟୁ ଷ୍ଟ୍ରାସ (ଇଂଲଣ୍ଡ) ୧୫୨ ରନ, ବାଂଲାଦେଶ ବିପକ୍ଷ, ୨୦୦୫।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

୨୦୨୮ ଦଶମ ବୋର୍ଡ ପରୀକ୍ଷା ନିୟମ ଜାରିକଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦୧୦: ସିବିଏସଇ ଗୁରୁବାର ୨୦୨୮ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ସମ୍ପର୍କରେ ସ୍ପଷ୍ଟ କରିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଇଁ ୫ଟି ବାଧ୍ୟତାମୂଳକ ବିଷୟ ରହିବ…

ଟ୍ରେନ୍‌ ଦୁର୍ଘଟଣା ପରେ ସ୍ପେନରେ ବିକ୍ଷୋଭ

ମାଡ୍ରିଡ୍‌, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି…

ନାଗପୁର ଏମ୍‌ଏଲ୍‌ସି ଆସନରେ କଂଗ୍ରେସର ବିଜୟ: ଭାଜପାକୁ ଝଟକା

ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ

ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ…

ଦୁଃଖ ଆଣିଦେଲା ବନ୍ୟା: ଧୋଇ ହୋଇଗଲା ଶହ ଶହ କୋଟି ଟଙ୍କାର ସମ୍ପତ୍ତି

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ଭଞ୍ଜନଗର ଅଞ୍ଚଳବାସୀଙ୍କ ପାଇଁ ଅପାର ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି। ଭଞ୍ଜନଗର ସହରବାସୀ ଦୀର୍ଘ ବର୍ଷ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?