Posted inଜାତୀୟ

ଷ୍ଟେଶନରେ ଭୁଲି ଯାଇଥିଲି ଟଙ୍କା ଭର୍ତ୍ତି ବ୍ୟାଗ, ଫେରିପାଇବାର ଆଶା ନ ଥିଲା

ନୂଆଦିଲ୍ଲୀ,୪।୭: ପୂର୍ବ ଦିଲ୍ଲୀରେ ରହୁଥିବା ବିଜୟ କୁମାର ନାମକ ଜଣେ ଶ୍ରମିକ ଜୀବନର ସମସ୍ତ ଜମାପୁଞ୍ଜି ଧରି ନିଜ ଗାଁ ଉତ୍ତର ପ୍ରଦେଶର ଖୁରଜାକୁ ଯାଉଥିଲେ। ଛୁଆଙ୍କ ପାଇଁ ଗାଁରେ ଘର ନିର୍ମାଣ କରିବା ଲାଗି ବ୍ୟାଙ୍କରୁ ଉଠାଇଥିଲେ ୧ ଲକ୍ଷ ଟଙ୍କା। ୫୫ କେଜିର ବିଭିନ୍ନ ରାଶନ ସାମଗ୍ରୀ ମଧ୍ୟ କିଣିଥିଲେ। ଦୁଭାର୍ଗବଶତଃ ବରେଲି-ନୂଆଦିଲ୍ଲୀ ଇଣ୍ଟରସିଟି ଏକ୍ସପ୍ରେସରେ ଚଢ଼ିଲାବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଶିବାଜୀ ବ୍ରିଜ ରେଲ୍‌ଓ୍ବେ ଷ୍ଟେଶନ ପ୍ଲାଟଫର୍ମରେ ଭୁଲି ଯାଇଥିଲେ।

ଉକ୍ତ ଷ୍ଟେଶନରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ନରେନ୍ଦ୍ର କୁମାର। ପ୍ଲାଟଫର୍ମରେ ରାଉଣ୍ଡ ମାରୁଥିବାବେଳେ ତାଙ୍କୁ ମିଳିଥିଲା ଟଙ୍କା ଭର୍ତ୍ତି ବ୍ୟାଗ। ଏହାପରେ ଆରମ୍ଭ କରିଥିଲେ ବ୍ୟାଗର ମାଲିକଙ୍କୁ ଖୋଜିବା। କେହି ନ ମିଳିବାରୁ ବ୍ୟାଗକୁ ନିଜ ପାଖରେ ରଖିଥିଲି। ବ୍ୟାଗରେ ଦୁଇ ବଣ୍ଡଲ ଟଙ୍କା, ପାଣି ବୋତଲ, ଚେକ୍‌ ବୁକ୍‌, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ଓ ରସାନ କାର୍ଡ ଥିଲା। ତୁରନ୍ତ ଏସମ୍ପର୍କରେ ଜଣାଇଥିଲେ ସିନିୟରଙ୍କୁ। ବିଜୟ କୁମାରଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ଟ୍ରେନ ଆନନ୍ଦ ବିହାର ଷ୍ଟେଶନରେ ପହଞ୍ଚିବା ପରେ ପାଖରେ ବ୍ୟାଗ ନ ଥିବା ଜାଣିବାକୁ ପାଇଥିଲି। କାନ୍ଦି କାନ୍ଦି ପହଞ୍ଚିଥିଲି ଶିବାଜୀ ବ୍ରିଜ ଷ୍ଟେଶନରେ। ଆଉ ଆଶା ନ ଥିଲା। କିନ୍ତୁ ନରେନ୍ଦ୍ର ବାବୁ ଦେବଦୂତ ସାଜିଲେ। ମୋତେ ଟଙ୍କା ଫେରାଇବା ସହ ପରବର୍ତ୍ତୀ ଟ୍ରେନରେ ବସାଇ ଦେଲେ ବୋଲି କହିଛନ୍ତି ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

କୁନାଲ କାମ୍‌ରା ନାମଧାରୀଙ୍କ ଟିକେଟ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୭-୨(ପି.ଟି.):ହାସ୍ୟାଭିନେତା କୁନାଲ କାମ୍‌ରାଙ୍କ ନାମରେ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବୁଧବାର ବାତିଲ କରିଥିଲା। ତାଙ୍କ ଟିକେଟକୁ ଭୁଲ୍‌ବଶତଃ ବାତିଲ କରାଯାଇଥିବା ସମ୍ପୃକ୍ତ ବ୍ୟକ୍ତି...

କରୋନା ବହୁରୂପି, ସବୁ ଭାରିଏଣ୍ଟ ଉପରେ ରଖିବାକୁ ପଡିବ ନଜର: ମୋଦି

ନୂଆଦିଲ୍ଲୀ,୧୩ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଛି ହେଲେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ତୃତୀୟ ଲହରର ସଙ୍କେତ...

୪୦% ବଢ଼ିଛି ଇଣ୍ଟରନେଟ୍‌ ବ୍ୟବହାର

ବେଙ୍ଗାଲୁରୁ, ୧୦।୫: ଭାରତରେ ଗତ ମାର୍ଚ୍ଚରେ ଇଣ୍ଟରନେଟ୍‌ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ସମୟରେ ଦେଶର ସମସ୍ତ ପ୍ରମୁଖ ସହରରେ ବିଭିନ୍ନ...

ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।...

‘ଶାହାଙ୍କ କଥାରେ ଇସି’

ନନ୍ଦିଗ୍ରାମ,୨ା୪:ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମତଦାନ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ହିଂସା ମଧ୍ୟ ଘଟିଛି। ଭାଜପା ଗୁଣ୍ଡାମାନେ ଭୋଟ ଗ୍ରହଣ ବେଳେ ଅଚଳାବସ୍ଥା...

ଅପରାଧୀ ମଞ୍ଜୁ ବର୍ମାଙ୍କୁ ଜେଡିୟୁ ଟିକେଟ

ପାଟନ,୮ ।୧୦: ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖର ଠିକ୍ ଗୋଟିଏ ଦିନ...

୨୦ତମ ପ୍ରସବ ପାଇଁ ପ୍ରଥମ ଥର ହସ୍ପିଟାଲ ଗଲେ ଲଙ୍କାବାଇ

ମୁମ୍ବାଇ,୧୦।୯: ମହାରାଷ୍ଟ୍ରର ବିଡ ଜିଲାରେ ଜଣେ ମହିଳା ୨୦ଥର ମା’ ହେବାକୁ ଯାଉଛନ୍ତି। ୩୮ବର୍ଷୀୟ ଲଙ୍କାବାଇ ୭ମାସର ଗର୍ଭବତୀ ଥିବା ବେଳେ ପ୍ରଥମ ଥର ପାଇଁ...

Advertisement


Archives

Model This Week