ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ ‘ଲାଭ ଯୋଗ’ ସୃଷ୍ଟି କରିବେ। ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିରେ ଏହାକୁ ସେକ୍ସଟାଇଲ ଆସ୍ପେକ୍ଟ (Sextile Aspect) କୁହାଯାଏ।

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ୧ ସେପ୍ଟେମ୍ୱର ୨୦୨୬ (ମଙ୍ଗଳବାର) ସଂଧ୍ୟା ୦୬:୪୮ ରେ ବୁଧ ଏବଂ ମଙ୍ଗଳ ପରସ୍ପରଠାରୁ ଦୂରତାରେ ରହି ଲାଭ ଯୋଗ ସୃଷ୍ଟି କରିବେ। ସେହିପରି ୧୫ ତାରିଖରେ ସୂର୍ଯ୍ୟ ଏବଂ ମଙ୍ଗଳ ୬ ରେ ରହି ଏହି ଯୋଗ ବନାଇବେ, ଯେତେବେଳେ କି ୨୨ ତାରିଖରେ ବୁଧ ଏବଂ ଗୁରୁ ଏହି ଫଳଦାୟୀ ଯୋଗ ସୃଷ୍ଟି କରିବେ। ଏଥିରେ ଏକ ମହାସଂଯୋଗ ହେଉଛି ଯେ ଏହି ତିନୋଟି ଯାକ ତାରିଖ ଗୋଟିଏ ବାର ଅର୍ଥାତ ମଙ୍ଗଳବାର ଦିନ ପଡ଼ୁଛି! ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ:

ମିଥୁନ ରାଶି: ସେପ୍ଟେମ୍ୱର ମାସ ଆପଣଙ୍କ ପାଇଁ ରୋଜଗାର ମାମଲାରେ ନୂଆ ଆଶା ଆଣିପାରେ। ବିଶେଷ କରି ୧ ସେପ୍ଟେମ୍ୱର ପାଖାପାଖି କାମ ସହ ଜଡ଼ିତ କୌଣସି ଭଲ ଆଲୋଚନା ଆରମ୍ଭ ହୋଇପାରେ। ଚାକିରିରେ ଆପଣଙ୍କ କମ୍ୟୁନିକେସନ ସ୍କିଲ କାମରେ ଆସିବ। ଅଟକି ରହିଥିବା କାମ ଆପଣଙ୍କ ପକ୍ଷରେ ଯାଇପାରେ। ବ୍ୟବସାୟୀମାନଙ୍କୁ ନୂଆ କ୍ଲାଏଣ୍ଟ କିମ୍ୱା ନୂଆ ଅର୍ଡରର ରାସ୍ତା ମିଳିପାରେ। ଆୟ ବୃଦ୍ଧି କରିବାର ନୂଆ ଉପାୟ ମନକୁ ଆସିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନୋନିବେଶ ବୃଦ୍ଧି ପାଇବ।

କର୍କଟ ରାଶି: ସେପ୍ଟେମ୍ୱରରେ ଆପଣଙ୍କ ପାଇଁ ଅର୍ଥ ଏବଂ ପ୍ରଫେସନାଲ ଗ୍ରୋଥ ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ରହିବ। ୨୨ ସେପ୍ଟେମ୍ୱର ଆଖପାଖରେ ବୁଧ ଏବଂ ଗୁରୁଙ୍କ ଲାଭ ଯୋଗ ଆପଣଙ୍କ ନିଷ୍ପତ୍ତିକୁ ମଜବୁତ କରିବ। ଚାକିରିରେ ସିନିୟରଙ୍କ ବିଶ୍ୱାସ ମିଳିବ, ଯାହା ଆଗକୁ ଆପଣଙ୍କ ପଦବୀକୁ ମଜବୁତ କରିବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ପୁଣି ଲାଭ ମିଳିପାରେ। ସଞ୍ଚୟ ବଢ଼ାଇବାର ସୁଯୋଗ ମିଳିବ ଏବଂ ଜୀବନସାଥୀ ଆପଣଙ୍କ ବଡ଼ ନିଷ୍ପତ୍ତିରେ ସାଥ ଦେବେ।

ବୃଷ ରାଶି: ଏହି ମାସରେ ଆପଣଙ୍କ ପରିଶ୍ରମର ଫଳ ଧୀରେ ଧୀରେ ଦୃଶ୍ୟମାନ ହେବ। ଚାକିରିରେ ଆପଣଙ୍କ ଦାୟିତ୍ୱ ବୃଦ୍ଧି ପାଇବା ସହ ସୱତନ୍ତ୍ର ପରିଚୟ ସୃଷ୍ଟି ହେବ। ବ୍ୟବସାୟରେ କୌଣସି ବିଶ୍ୱସ୍ତ ବ୍ୟକ୍ତିଙ୍କ ମାଧ୍ୟମରେ ନୂଆ କାମ ମିଳିପାରେ। ଅର୍ଥ ମାମଲାରେ ପୁରୁଣା ଅଟକି ରହିଥିବା ଟଙ୍କା ମିଳିବାର ଆଶା ଅଛି। ଘର ପାଇଁ କୌଣସି ଜରୁରୀ ଜିନିଷ କିଣିବାର ଯୋଜନା ପୂରଣ ହେବ।

ସିଂହ ରାଶି: ସେପ୍ଟେମ୍ୱରରେ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ର୍ନିଣ୍ଣୟ ନେବାର କ୍ଷମତା ଦୁଇଟିଯାକ ମଜବୁତ ରହିବ। ୧ ଏବଂ ୧୫ ସେପ୍ଟେମ୍ୱର ଆଖପାଖରେ କାର୍ଯ୍ୟ ସମ୍ୱନ୍ଧୀୟ ଖାସ ସୁଯୋଗ ମିଳିପାରେ। ଚାକିରିରେ ଲିଡରସିପ ଦେଖାଇବାର ସୁଯୋଗ ମିଳିବ। ଆୟର ନୂଆ ଉତ୍ସ ବନାଇବାର ସୁଯୋଗ ମିଳିପାରେ। ସିଙ୍ଗଲ ଥିବା ଲୋକଙ୍କ କୌଣସି ଖାସ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବଢ଼ିପାରେ।

କନ୍ୟା ରାଶି: ସେପ୍ଟେମ୍ୱର ଆପଣଙ୍କ ଯୋଜନାକୁ ସଫଳତାରେ ବଦଳାଇବାର ମାସ ସାବ୍ୟସ୍ତ ହେବ। ୨୨ ସେପ୍ଟେମ୍ୱର ଆଖପାଖରେ ବୁଧ ଏବଂ ଗୁରୁଙ୍କ ଲାଭ ଯୋଗ ଖାସ ସଙ୍କେତ ଦେଉଛି। ଚାକିରିରେ କାମର ଚାପ ରହିବ, କିନ୍ତୁ ତାହାର ଲାଭ ମଧ୍ୟ ମିଳିବ। ବ୍ୟବସାୟରେ କୌଣସି ଚୁକ୍ତିପତ୍ର (Agreement) ସମ୍ୱନ୍ଧୀୟ କାମ ସମାଧାନ ହୋଇପାରେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ଭଲ ରହିବ।

ତୁଳା ରାଶି:ଆପଣଙ୍କ ପାଇଁ ସେପ୍ଟେମ୍ୱରର ଲାଭ ଯୋଗ ଲୋକଙ୍କ ସହ ଯୋଡ଼ିହୋଇ ଆଗକୁ ବଢ଼ିବାର ସଙ୍କେତ ଦେଉଛି। ଚାକିରିରେ କୌଣସି ସମ୍ପର୍କ (Contact) ରୁ ଭଲ ସୁଯୋଗ ମିଳିପାରେ। କ୍ୟାରିୟର ବଦଳାଇବାର ଯୋଜନା ଥିଲେ ନୂଆ ଅଫର୍‌ ସାମ୍ନାକୁ ଆସିପାରେ। ବ୍ୟବସାୟରେ ଭାଗିଦାରୀ (Partnership) ର ଆଲୋଚନା ଆରମ୍ଭ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରିମିଳିବାର ଆଶା ଅଛି।

ମକର ରାଶି: ସେପ୍ଟେମ୍ୱରରେ ଆପଣଙ୍କ ପରିଶ୍ରମର ସିଧାସଳଖ ପ୍ରଭାବ କ୍ୟାରିୟର ଏବଂ ଫାଇନାନ୍ସ ଉପରେ ପଡ଼ିବ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାମରେ ଅଗ୍ରଗତି ହେବ। ଚାକିରିରେ ପଦବୀ ମଜବୁତ ହେବ। ବ୍ୟବସାୟରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ରହିବ। ଆୟ ବୃଦ୍ଧି ପାଇବ, କିନ୍ତୁ ବଜେଟ ପ୍ରସ୍ତୁତ କରି ଚଳିବା ଶ୍ରେୟସ୍କର ହେବ। ସମ୍ପର୍କରେ ପାର୍ଟନରଙ୍କ ସହଯୋଗ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri