ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଡିସେମ୍ବରରେ… 

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ସମ୍ମିଳନୀ ରବିବାର ବାଉଁଶଲୁଣ୍ଡିଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ସରୋଜ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର କୃତୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ରାଜଧାନୀ ଭୁବନେଶ୍ୱରରେ କୂଳ ଘର ର୍ନିମାଣ ପାଇଁ ଜମି ଯୋଗାଇ ଦିଆଯିବ। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଆଗାମୀ ଦିନରେ ତାହା କାର୍ଯ୍ୟକାରୀ ହେବ। ଭଞ୍ଜନଗର ଅଞ୍ଚଳରେ ମଧ୍ୟ ପ୍ରତ୍ୟେକ ଗ୍ରାମରେ କୂଳ ଘର କିଭଳି ନିର୍ମାଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ନାରୀ ନିର୍ଯାତନା, ଯୌତୁକ ନିର୍ଯାତନା ଯେଭଳି ନହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ପଡିବ।
ଦେଶର ବିଭିନ୍ନ ରାଜ୍ୟରେ କୂର୍ମି କ୍ଷତ୍ରିୟ ଲୋକ ବସବାସ କରନ୍ତି। ଛତ୍ରପତି ଶିବାଜି ମହାରାଜ,ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଭଳି ମହାନ ବ୍ୟକ୍ତି ଆମ କୂଳ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ବିଧାୟକ କହିଥିଲେ। କୂଳ ରେ ଆମ ସମସ୍ତେ ଏକାଠି। ଏଠି ରାଜନୀତି ନୁହେଁ ବୋଲି ମଧ୍ୟ ବିଧାୟକ କହିଥିଲେ। ଏହି ଅବସରରେ ବିଧାୟକଙ୍କୁ କୂଳ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା। ସଂପାଦକ ବୈଦ୍ୟନାଥ ପ୍ରଧାନ ବିବରଣୀ ପାଠ କରିଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ପ୍ରଧାନ, ଦିବାକର ନାୟକ, ପୁର୍ବତନ ବ୍ଲକ ଅଧକ୍ଷ ଭବାନୀ ଶଙ୍କର ପ୍ରଧାନ, ନେତାଜୀ ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସଭାରେ ଅଞ୍ଚଳର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହାପରେ ବନ ବିଭାଗ ଡାକ ବଙ୍ଗଳାରେ ନିଖିଳ ଉତ୍କଳ କୂର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଏକ ବୈଠକ ହୋଇଥିଲା। ଏଥିରେ ପ୍ରଦେଶ ସଂସ୍ଥାର ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ପ୍ରଦେଶ ସଂସ୍ଥାର ମହାସଭା ସମ୍ମିଳନୀ ସଫଳ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବୀ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ପାଦକ ବିଶ୍ୱନାଥ ରାଉତ, ଗଙ୍ଗାଧର ନାୟକ, ପଠାଣି ଭଞ୍ଜ, କଂଗ୍ରେସ ପ୍ରଧାନ, ବଂଶୀଧର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପ୍ରଦେଶ ସଂସ୍ଥାର ସମ୍ମୀଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କର୍ମକର୍ତ୍ତା ଯୋଗଦେବେ। ତେଣୁ ହଜାର ହଜାର ଲୋକ ରହିଲା ଭଳି ବ୍ୟବସ୍ଥା ହେବ। ତିଲିସିଙ୍ଗିରେ ପ୍ରଦେଶ ସମ୍ମିଳନୀ ହେବ। ତେଣୁ ଏନେଇ ଆଜି ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଆସନ୍ତା ୪ ତାରିଖରେ ଭଞ୍ଜନଗର ବ୍ଲକ ତିଲିସିଙ୍ଗି ଗସ୍ତ କରି ଭିତ୍ତିଭୂମି ବୁଲି ଦେଖିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

ବଲାଙ୍ଗୀରରେ ବସ୍‌ ଚକାତଳେ ଜୀବନ ଯାଇଥିବା ଯୁବକଙ୍କ ମିଳିଲା ପରିଚୟ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଏକ ବସ୍‌ ଚକାତଳେ ଦ୍ରୁତଗତିରେ ଆସି ଗୋଟିଏ…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର, ଦେଖିଲେ ଲାଗୁଛି….

ବଲାଙ୍ଗିର/ସଇଁନ୍ତଲା,୨୨ା୪(ସୁନିଲ ମହାନ୍ତି/ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଳା ଥାନା ବର୍ଣୀ ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର ହୋଇଛି । ତେବେ ନରକଙ୍କାଳଟି ଏକ…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri