କୁଦୋପାଲି ହେବ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର)ଓଡ଼ିଆ ଜାତି ବୀର ପୁରୁଷଙ୍କ ଜାତି। ଏହି ଜାତି କଦାପି ପରାଧୀନତାକୁ ସ୍ବୀକାର କରେ ନାହିଁ। ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ। ସମ୍ବଲପୁର ଉପକଣ୍ଠ ରକ୍ତତୀର୍ଥ କୁଦୋପାଲିଠାରେ ଶନିବାର ଦେଶ ମାତୃକାର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ପୁରୁଷଙ୍କ ୧୬୬ତମ ବଳିଦାନ ଦିବସରେ ଛବିଳ ସାଏ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହା କହିଥିଲେ। ଏହି ସଭାରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୮୫୭ରେ ବ୍ରିଟିଶ ଦମନଲୀଳାର ଶିକାର ହୋଇ ପ୍ରାଣବଳି ଦେଇଥିବା ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ମଶାଲ ପ୍ରଜ୍ୱଳନ ପୂର୍ବକ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ସେ ତାଙ୍କ ଅଭିଭାଷଣରେ କହିଥିଲେ, ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ରଣଭୂମି କୁଦୋପାଲି ଓଡ଼ିଆ ଜାତିର ତ୍ୟାଗ ଓ ବୀରତ୍ୱର ପ୍ରତୀକ। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ସହିତ ଉଦନ୍ତ ସାଏ, ଧ୍ରୁବ ସାଏ, ଉଜ୍ୱଳ ସାଏ, ଜାଜ୍ୱଳ ସାଏ, ମେଦନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂ ନାଏକ, ଘେଁସ ଜମିଦାରଙ୍କ ପରିବାରର ମାଧୋ ସିଂ, କୁଞ୍ଜଲ ସିଂ, ଐର ସିଂ, ବୈରୀ ସିଂ ଓ ହଟେ ସିଂଙ୍କ ଅବଦାନ ଅତୁଳନୀୟ। ସେହିପରି ୧୮୫୭ ବିଦ୍ରୋହ ପୂର୍ବରୁ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦେଶର ସର୍ବପ୍ରଥମ ସଂଗଠିତ ସଶସ୍ତ୍ର ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଭଳି ବୀରତ୍ୱ କାହାଣୀ ଆଜି ଇତିହାସ ବର୍ଣ୍ଣିତ। ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ବୀରମାନେ ଶହୀଦ ହୋଇଥିବା ସ୍ଥାନ ରକ୍ତତୀର୍ଥ କୁଦୋପାଲି ଭାବେ ପରିଚିତ। ଏହି ସ୍ଥାନ ସମ୍ବଲପୁର ମହାନଗର ନିଗମର ଅଂଶବିଶେଷ ହୋଇଥିଲେ ସୁଦ୍ଧା ଏହାର ସେଭଳି କୌଣସି ବିକାଶ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଆହୁରି କହିଥିଲେ, ଭାରତ ବର୍ଷ ଯୁବ ପରିଶ୍ରମୀଙ୍କ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରିଛି। ତେବେ ବର୍ତ୍ତମାନ ଦେଶ ପାଇଁ କିଛି କରି ଦେଖାଇବାର ସମୟ ଉପନୀତ। ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସଙ୍କଳ୍ପ ନେବା ପାଇଁ ସେ ସମବେତ ଜନତାଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ ଆଦୌ ବ୍ୟର୍ଥ ଯିବ ନାହିଁ। କୁଦୋପାଲି ଘାଟି ଶହୀଦ କ୍ଷେତ୍ରକୁ ଦେଶର ଏକ ପ୍ରମୁଖ ତୀର୍ଥ କ୍ଷେତ୍ରରେ ପରିଣତ କରିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ନୂଆବର୍ଷ ଜାନୁୟାରୀ ୧ ତାରିଖରୁ ଆଇସିଏଚ୍‌ଆର୍‌ ଆନୁକୂଲ୍ୟରେ ଏହି ତୀର୍ଥକ୍ଷେତ୍ରର ଘଟଣାବଳୀକୁ ନେଇ ଗବେଷଣା ଆରମ୍ଭ କରାଯିବ। ପରବର୍ତ୍ତୀ କାଳରେ ଏହାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗବେଷାତ୍ମକ ପୁସ୍ତକ ପ୍ରକାଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ସାଏ ସ୍ମୃତିକମିଟି ଅଧ୍ୟକ୍ଷ ତଥା ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଯୋଗଦେଇଥିଲେ। ଆବାହକ ଜୟବ୍ରତ ଦେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ଉପାଧ୍ୟକ୍ଷ ଗିରିଶ ପଟେଲ ଓ ଲକ୍ଷ୍ମଣ ଦେହୁରି ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ସଂଗ୍ରାମୀ ପରିବାର ଓ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଅତିଥିଙ୍କ ଦ୍ୱାରା କୁଦୋପାଲି ଘଟଣାବଳୀକୁ ନେଇ ପ୍ରକାଶିତ ସ୍ମରଣିକା ‘ରଣଭୂମି ବୀରଗାଥା’ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri