Posted inଖେଳ

ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ମ୍ୟାଚ୍‌ ପରେ ତାଙ୍କ ପିତାଙ୍କ ସହ ଜଡିତ କିଛି ରହସ୍ୟ ପ୍ରକାଶ କରିଛନ୍ତି କ୍ରୁନାଲ। ଡେବ୍ୟୁ ମ୍ୟାଚସମୟରେ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କ ଟ୍ରାଭେଲ ବ୍ୟାଗକୁ ଡ୍ରେସିଂ ରୁମ୍‌ରେ ରଖିଥିଲେ। କ୍ରୁନାଲଙ୍କ ବିଶ୍ୱାସ ଥିଲା ଯେ, ତାଙ୍କ ଏକଦିବସୀୟ ଡେବ୍ୟୁରେ ସେ ତାଙ୍କ ପିତାଙ୍କ ବ୍ୟାଗ ନିଜ ସହ ରଖିଲେ ତାଙ୍କ ଉପସ୍ଥିତି ସେ ଅନୁଭବ କରିବେ। କ୍ରୁନାଲଙ୍କ ଅନୁଯାୟୀ ମୋ ପିତାଙ୍କ ଗତ ଜାନୁଆରୀ ୧୬ରେ ମୃତ୍ୟୁ ବରଣ କରିଥିଲେ। ମୁଁ ସେଦିନ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳୁଥିଲି। ସର୍ବଦା ମୋ ମ୍ୟାଚ୍‌ ପୂର୍ବରୁ ପିତା ରାତିରେ ନିଜ ପୋଷାକ ସଜାଡିବାରେ ଅଭ୍ୟସ୍ତ ଥିଲେ। ମୋର ଡେବ୍ୟୁ ମ୍ୟାଚ ପୂର୍ବରୁ ତାଙ୍କ ବ୍ୟାଗକୁ ବରୋଦାରୁୁ ଆଣିଥିଲି। ମୁଁ ଜାଣେ ଯେ ସେ ମୋ ସାଥିରେ ନାହାଁନ୍ତି, କିନ୍ତୁ ସେ ପିନ୍ଧିଥିବା ପୋଷାକକୁ ନେଇ ମୁଁ ମୋ ଡ୍ରେସିଂ ରୁମ୍‌ରେ ରଖିଥିଲି। ତାଙ୍କ ଜୋତା, ଡ୍ରେସ୍‌ ଏବଂ ଟୋପି ବ୍ୟାଗ୍‌ରେ ଥିଲା। ମୋ ପିତା ଯେଉଁଠାରେ ଥାଆନ୍ତୁ ନା କାହିଁକି କି ତାଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖରେ ଥାଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଡେବ୍ୟୁ ମ୍ୟାଚ କ୍ରୁନାଲ ପାଣ୍ଡ୍ୟାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ଏହି ମ୍ୟାଚ୍‌ରେ ସେ ଚମତ୍କାର ବ୍ୟାଟିଂ କରି ୩୧ ବଲରୁ ଅପରାଜିତ ୫୮ ରନ କରିଥିଲେ। ତାଙ୍କ ଇନିଂସ ସମୟରେ କ୍ରୁନାଲ ପାଣ୍ଡ୍ୟା ୭ ଚୌକା ଓ ୨ଟି ଛକା ମାରିଥିଲେ। କେବଳ ଏତିକି ନୁହେଁ ବୋଲିଂ ବେଳେ କ୍ରୁନାଲ ଗୋଟିଏ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?